ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଅମିତ ଶାହା; ନକ୍ସଲ ସ୍ଥିତି ଉପରେ ହେବ ସମୀକ୍ଷା

୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଅମିତ ଶାହା; ନକ୍ସଲ ସ୍ଥିତି ଉପରେ ହେବ ସମୀକ୍ଷା

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିନ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ। ନକ୍ସଲ ପ୍ରଭାବିତ ଅଞ୍ଚଳରେ ରାସ୍ତା, ସେତୁ, ବିଦ୍ୟାଳୟ, ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଭଳି ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା ମଧ୍ୟ କରିବେ ଶାହା।

୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଅମିତ ଶାହା; ନକ୍ସଲ ସ୍ଥିତି ଉପରେ ହେବ ସମୀକ୍ଷା
ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବାବଦରେ ଗୃହ ମନ୍ତ୍ରୀ ସମୀକ୍ଷା କରିବେ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 26, 2021, 9:00 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିନ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ।  ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି। ଏହି ଦିନିକିଆ ବୈଠକ ପାଇଁ ଛତିଶଗଡ, ମହାରାଷ୍ଟ୍ର, ଝାଡଖଣ୍ଡ, ଓଡିଶା, ବିହାର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ କେରଳର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ବୈଠକରେ ଗୃହମନ୍ତ୍ରୀ ନକ୍ସଲ ପ୍ରଭାବିତ ୧୦ ଟି ରାଜ୍ୟରେ ସୁରକ୍ଷା ସ୍ଥିତି ଓ ମୁଖ୍ୟମନ୍ତ୍ରୀଙ୍କ ସହ ମାଓବାଦୀଙ୍କ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରିବେ ବୋଲି ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ ଏଠାରେ କହିଛନ୍ତି।

ଅଧିକାରୀଙ୍କ ଅନୁଯାୟୀ ଭୁପେଶ ବାଗେଲ, ଉଦ୍ଧବ ଠାକରେ, ହେମନ୍ତ ସୋରେନ, ନବୀନ ପଟ୍ଟନାୟକ, ମମତା ବାନାର୍ଜୀ, କେ ଚନ୍ଦ୍ରଶେଖର ରାଓ, ଜଗନମୋହନ ରେଡ୍ଡୀ, ଶିବରାଜ ସିଂ ଚୌହାନ ଓ କେରଳ ସିଏମ ପିନାରାଇ ବିଜୟଙ୍କୁ ନିମନ୍ତ୍ରଣ ପଠାଯାଇଛି।

ଏହି ବିକାଶ କାର୍ଯ୍ୟଗୁଡ଼ିକର ସମୀକ୍ଷା କରାଯିବ

ଗୃହମନ୍ତ୍ରୀ ଅମିତ ଶାହା ନକ୍ସଲ ପ୍ରଭାବିତ ଅଞ୍ଚଳରେ ରାସ୍ତା, ସେତୁ, ବିଦ୍ୟାଳୟ, ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଭଳି ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା ମଧ୍ୟ କରିବେ।  ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ମାଓବାଦୀ ହିଂସା ହ୍ରାସ ପାଇଛି ଓ ବର୍ତ୍ତମାନ ପ୍ରାୟ ୪୫ଟି ଜିଲ୍ଲାରେ ଏହି ସମସ୍ୟା ଦେଖାଦେଇଛି।  ତେବେ ଦେଶର ମୋଟ ୯୦ଟି ଜିଲ୍ଲା ମାଓବାଦୀ ପ୍ରଭାବିତ ବୋଲି ବିବେଚନା କରାଯାଏ ଓ ମନ୍ତ୍ରଣାଳୟର ସୁରକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ ଯୋଜନା ଅଧୀନରେ ଆସେ।  ନକ୍ସଲାଇଟ ହିଂସାକୁ ବାମ ୱିଙ୍ଗ୍ ଏକ୍ସଟ୍ରିଜିମ୍ ମଧ୍ୟ କୁହାଯାଏ। ୨୦୧୯ରେ, ୬୧ଟି ଜିଲ୍ଲାରୁ ନକ୍ସଲାଇଟ ହିଂସା ହୋଇଥିବାବେଳେ ୨୦୨୦ରେ ଏହି ସଂଖ୍ୟା ୪୫କୁ ଖସି ଆସିଛି।

ତଥ୍ୟ ଅନୁଯାୟୀ, ୨୦୧୫ ରୁ ୨୦୨୦ ମଧ୍ୟରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ପ୍ରାୟ ୩୮୦ସୁରକ୍ଷା କର୍ମୀ, ୧୦୦୦ ସାଧାରଣ ନାଗରିକ ଓ ୯୦୦ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ ପ୍ରାୟ ୪,୨୦୦ ନକ୍ସଲମାନେ ଆତ୍ମସମର୍ପଣ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ବୈଠକରେ ଅଂଶଗ୍ରହଣ କରିଥିବା ନିଶ୍ଚିତ କରିଛନ୍ତି।

ଏଥିସହ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୟେସ ଜଗନ ମୋହନ ରେଡ୍ଡୀ ଆହତ କାରଣରୁ ବୈଠକରେ ଯୋଗ ଦେଇ ପାରିବେ ନାହିଁ ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ଅମିତ ଶାହାଙ୍କ ସହ ହୋଇଥିବା ବୈଠକରେ ଆନ୍ଧ୍ରପ୍ରଦେଶ ଗୃହମନ୍ତ୍ରୀ ମେକାଥୋତି ସୁଚାରିଟା ରାଜ୍ୟକୁ ପ୍ରତିନିଧିତ୍ୱ କରିପାରନ୍ତି।
Published by: Soumya Das
First published: September 26, 2021, 8:59 AM IST