ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ

ଗୃହମନ୍ତ୍ରୀ ଅମିତ ଶାହ ଦେଶର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଅମିତ ଶାହ କହିଛନ୍ତି, "ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟରେ ନିର୍ବାଚିତ ହେବାର ଏହା ଐତିହାସିକ ମୁହୂର୍ତ୍ତ। ସମଗ୍ର ଦେଶ ବିଶେଷ କରି ଆଦିବାସୀ ସମାଜ ଉତ୍ସାହର ସହ ପାଳନ କରୁଛନ୍ତି।’’

ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ଅମିତ ଶାହ

ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ଅମିତ ଶାହ

  • Share this:
News 18 Odia Digital

ନୂଆ ଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଦେଶର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଅମିତ ଶାହା କହିଛନ୍ତି, "ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟରେ ନିର୍ବାଚିତ ହେବାର ଏହା ଐତିହାସିକ ମୁହୂର୍ତ୍ତ। ସମଗ୍ର ଦେଶ ବିଶେଷ କରି ଆଦିବାସୀ ସମାଜ ଉତ୍ସାହର ସହ ପାଳନ କରୁଛନ୍ତି।’’



ଏକ ସାଧାରଣ ଆଦିବାସୀ ପରିବାରରୁ ଆସିଥିବା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନିର୍ବାଚନ ବିଜୟ ସମଗ୍ର ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ, ଏହା ସମାଜର ସଶକ୍ତିକରଣ ଦିଗରେ ଏକ ମାଇଲଖୁଣ୍ଟ ବୋଲି ସେ ଆଉ ଏକ ଟ୍ବିଟରେ ଲେଖିଛନ୍ତି।



ଆହୁରି ମଧ୍ୟ କହିଛନ୍ତି, ‘‘ଏତେ ସଂଘର୍ଷ ପରେ ମଧ୍ୟ ନିସ୍ୱାର୍ଥପର ଆତ୍ମା ​​ଯାହା ସହିତ ସେ ଦେଶ ତଥା ସମାଜର ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ତାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ। ମୋଦିଙ୍କ ନେତୃତ୍ୱରେ ଏନଡିଏ ସହଯୋଗୀ, ଅନ୍ୟ ରାଜନୈତିକ ଦଳ ତଥା ସ୍ଵଧୀନ ଜନ ପ୍ରତିନିଧୀଙ୍କୁ ଆଦିବାସୀ ଗର୍ବ ସ୍ମାରକ ଦ୍ରୌପଦୀ ମୁର୍ମୁ ସପକ୍ଷରେ ଭୋଟ୍ ଦେଇଥିବାରୁ ମୁଁ କୃତଜ୍ଞତା ଜଣାଉଛି। ମୁଁ ନିଶ୍ଚିତ ଯେ ଭାରତର ୧୫ ତମ ରାଷ୍ଟ୍ରପତି ଭାବରେ ମୁର୍ମୁଙ୍କ କାର୍ଯ୍ୟକାଳ ଦେଶକୁ ଅଧିକ ଗର୍ବିତ କରିବ।’’
Published by:Sujit Swain
First published: