ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଲା; ନିଶ୍ୱାସ ନେବାରେ ଅସୁବିଧା ଯୋଗୁଁ ପୁଣିଥରେ AIIMS ରେ ଭର୍ତ୍ତି ହେଲେ

ଡାକ୍ତରମାନେ କହିଛନ୍ତି ଯେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନିଶ୍ୱାସ ନେବାରେ କିଛି ଅସୁବିଧା ହେଉଥିଲା । ଏଥିପାଇଁ ତାଙ୍କୁ ରୋଟିନ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ଅମିତ ଶାହାଙ୍କୁ AIIMS ରେ ଭର୍ତ୍ତି କରାଯାଇଛି ।

ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଲା; ନିଶ୍ୱାସ ନେବାରେ ଅସୁବିଧା ଯୋଗୁଁ ପୁଣିଥରେ AIIMS ରେ ଭର୍ତ୍ତି ହେଲେ
ଅମିତ ଶାହା AIIMS ରେ ଭର୍ତ୍ତି ହେଲେ
  • News18 Odia
  • Last Updated: September 13, 2020, 9:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ (Amit Shah) ଶନିବାର ରାତି ୧୧ ଟା ସମୟରେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ରେ ଭର୍ତ୍ତି କରାଯାଇଛି । ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ନିଶ୍ୱାସ ନେବାରେ ଅସୁବିଧା ହେବା ପରେ ତାଙ୍କୁ AIIMS ରେ ଭର୍ତ୍ତି କରାଯାଇଛି । ଗତ ଅଗଷ୍ଟ ୨ ତାରିଖରେ ଅମିତ ଶାହାଙ୍କ ଯାଞ୍ଚ ରିପୋର୍ଟରେ କରୋନା ପଜିଟିଭ ଆସିଥିଲା । ଏହା ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ପରେ ତାଙ୍କର ପରୀକ୍ଷା ରିପୋର୍ଟ ନକାରାତ୍ମକ ହୋଇଥିଲା । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ୧୪ ଅଗଷ୍ଟରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ଯଦିଓ ଅଗଷ
Published by: Jagdish Barik
First published: September 13, 2020, 9:08 AM IST
corona virus btn
corona virus btn
Loading