VIDEO: ବାପା ଓ ମା’ ଦୁର୍ଘଟଣାରେ ଆହତ ହେଲେ; କୁନି ଝିଅଟିକୁ ହୋମ୍ ଗାର୍ଡ଼ କୋଳରେ ଧରି ବୁଲାଇଲା
ମାତ୍ର ସାତ ମାସର ଏହି କୁନି ଝିଅଟି ଏକ ସଡ଼କ ଦୁର୍ଘଟଣା ପରେ ଖୁବ୍ କାନ୍ଦୁଥିଲା । ବାପା ଓ ମା’ଙ୍କ ସହ ସେ ଯାଉଥିବା କାର୍ର ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ତା’ ବଡ଼ ଭଉଣୀର ମୃତ୍ୟୁ ଘଟିଥିଲା । ହସପିଟାଲରେ କୁନି ଝିଅଟିର ଧ୍ୟାନ ରଖିବାକୁ କେହି ନ ଥିଲେ ।
କୁନି ଝିଅଟିକୁ ଧରି ବୁଲାଉଛନ୍ତି ହୋମ୍ ଗାର୍ଡ଼ କେ. ଏସ୍. ସୁରେଶ ।
- News18 Odia
- Last Updated: March 11, 2021, 6:13 PM IST
ନୂଆ ଦିଲ୍ଲୀ: କେରଳର ଏକ ହସ୍ପିଟାଲର ଜଣେ ହୋମ ଗାର୍ଡ ସମସ୍ତଙ୍କ ହୃଦୟ ଜିତିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ନିଜ କୋଳରେ ଏକ ନିରୀହ କୁନି ଝିଅକୁ ଧରି ଖୁଆଉଥିବା ଓ ତାକୁ ଖୁସି କରାଇବାକୁ ଚେଷ୍ଟା କରୁଥିବା ଦେଦେଖାଯାଇଛି ।
ଅସଲରେ ଏହି ସାତ ମାସର ଶିଶୁ କନ୍ୟାର ବାପା ଓ ମା’ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରିବା ପରେ ଏହି କୁନି ଶିଶୁଟିର ଧ୍ୟାନ ରଖିବା ପାଇଁ କେହି ନ ଥିବାରୁ ହସପିଟାଲରେ ଥିବା ହୋମ୍ ଗାର୍ଡ଼ ନିଜେ ଶିଶୁଟିକୁ ନେଇ ତାକୁ ଖେଳାଉଥିବା ଓ ଖୁସି କରାଉଥିବା ଦୃଶ୍ୟ ଅନେକ ଲୋକଙ୍କ ହୃଦୟକୁ ଛୁଇଁଛି । ଏହି ହୋମ ଗାର୍ଡଙ୍କ ନାମ ହେଉଛି କେ.ଏସ୍. ସୁରେଶ (KS Suresh) ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଲୁଟେରା ରାଜ୍: ନ୍ୟୁଜ୍ ୧୮ ସାମ୍ବାଦିକଙ୍କୁ ରାସ୍ତାରେ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା
ଏଇଠି ଦେଖନ୍ତୁ ସେହି ଭିଡିଓ:
ବାସ୍ତବରେ ଏହି କୁନି ଝିଅଟିର ପୂରା ପରିବାର କାୟାମକୁଲମରେ ଥିବା ନିଜ ଘରକୁ ଫେରୁଥିଲେ । ସେମାନଙ୍କ କାର୍ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଖୁବ୍ ଭୀଷଣ ଥିଲା । ଶିଶୁ କନ୍ୟାଟିର ବଡ଼ ଭଉଣୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲା । ତାଙ୍କ ପରିବାରର ସମସ୍ତେ ଆହତ ହୋଇଥିଲେ ।
ଏହା ବି ପଢ଼ନ୍ତୁ | ଝରାଫୁଲ ମୃତ୍ୟୁ: ସ୍କୁଟି ମିଳିଲା, ମୋବାଇଲ୍ ଫୋନ୍ ବି ମିଳିଲା, ହେଲେ କାହିଁକି ଖୋଲୁନି ରହସ୍ୟ?
ଏହି ଦୁର୍ଘଟଣାରେ କୁନି ଝିଅଟିର ବାପାମା’ଙ୍କ ବ୍ୟତୀତ ଆଉ ପାଞ୍ଚ ଜଣ ଆହତ ହୋଇଛନ୍ତି । ଆହତ ଲୋକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁ କନ୍ୟାଟି କାନ୍ଦିବାକୁ ଲାଗିବାରୁ ସେହି ଡାକ୍ତରଖାନାର ଡ୍ୟୁଟିରେ ଥିବା ହୋମ୍ ଗାର୍ଡ ତାକୁ ନିଜ କୋଳରେ ନେଇ ବୁଲାଇବାକୁ ଲାଗିଥିଲେ ଓ ଚେଷ୍ଟା କିରଥିଲେ ଯେପରି ସେ କାନ୍ଦିବା ବନ୍ଦ କରିବ ।
ହୋମ୍ ଗାର୍ଡ୍ କେ. ଏସ୍. ସୁରେଶ (Kerala police video) ସେ ପର୍ଯ୍ୟନ୍ତ ନିଜ କୋଳରେ ସେହି କୁନି ଝିଅଟିକୁ ଧରି ବୁଲାଉଥିଲେ ଯେ ପର୍ଯ୍ୟନ୍ତ ତା’ର ସମ୍ପର୍କୀୟମାନେ ହସପିଟାଲରେ ପହଞ୍ଚିଥିଲେ । ହୋମ୍ ଗାର୍ଡଙ୍କ ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି । ସେ ନିଜ କାର୍ଯ୍ୟ ଦ୍ୱାରା ଅନେକ ଲୋକଙ୍କ ହୃଦୟ ଜିତିଛନ୍ତି ।






