News18 Odia Digital
ନୂଆ ଦିଲ୍ଲୀ: ପୂର୍ବ ଲଦ୍ଦାଖରେ ଚୀନ୍ ସହିତ ସୀମା ବିବାଦକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପାଞ୍ଚଟି ରାଫାଲ୍ ଯୁଦ୍ଧ ବିମାନର ପ୍ରଥମ ବ୍ୟାଚ୍ ଗୁରୁବାର ଦିନ ଅମ୍ବାଲା (Ambala) ଏୟାରବେସରେ ବାୟୁସେନାରେ ସାମିଲ ହେବ । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ତାଙ୍କର ଫ୍ରାନ୍ସର ପ୍ରତିପକ୍ଷ ଫ୍ଲୋରେନ୍ସ ପାର୍ଲୀ, ପ୍ରତିରକ୍ଷା ମୁଖ୍ୟ (CDS) ଜେନେରାଲ୍ ବିପିନ ରାୱତ, ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୁରିଆ ଓ ପ୍ରତିରକ୍ଷା ସଚିବ ଅଜୟ କୁମାର ଯୋଗଦେବେ ।
ଭାରତୀୟ ବାୟୁସେନାରେ ଯୋଗ ଦେଇଥିବା ରାଫାଲେ ସହିତ ଜଡିତ ୧୦ଟି ବିଶେଷ ତଥ୍ୟ ଏଠାରେ ପଢନ୍ତୁ:ବାୟୁସେନା ମୁଖପାତ୍ର ଏହି କାର୍ଯ୍ୟକ୍ରମକୁ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ବର୍ଣ୍ଣନା କରି କହିଛନ୍ତି ''ଏହି କାର୍ଯ୍ୟକ୍ରମ ସମୟରେ ରାଫାଲ ବିମାନ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହେବ। ପାରମ୍ପାରିକ 'ସର୍ବଧର୍ମ ପୂଜା' କରାଯିବ । ରାଫେଲ ଓ ତେଜସ୍ ବିମାନ ଆକାଶରେ ନିଜ କୌଶଳ ପ୍ରଦର୍ଶନ କରିବେ ।''
ରାଫେଲ ବିମାନ ଫ୍ରାନ୍ସର କମ୍ପାନୀ ଡାସଲ୍ଟ ଆଭିଏସନ ଦ୍ୱାରା ନିର୍ମିତ । ବାୟୁସେନା ମୁଖପାତ୍ର ୱିଙ୍ଗ କମାଣ୍ଡର ଇନ୍ଦ୍ରାନିଲ ନନ୍ଦୀ କହିଛନ୍ତି ଯେ ରାଫେଲ ବିମାନକୁ ଫୋର୍ସର ୧୭ତମ ସ୍କ୍ରାଡ୍ରୋନରେ ପ୍ରବେଶ କରିବା ପୂର୍ବରୁ ବିମାନକୁ ଜଳ ଫ୍ଲାସ ସହିତ ପାରମ୍ପାରିକ ସାଲ୍ୟୁଟ ଦିଆଯିବ ।
ଜୁଲାଇ ୨୯ରେ ପ୍ରଥମ ସ୍ତରରେ ପାଞ୍ଚଟି ରାଫାଲ ବିମାନ ଭାରତକୁ ଅଣାଯାଇଥିଲା । ପ୍ରାୟ ଚାରି ବର୍ଷ ପୂର୍ବେ ଭାରତ ୫୯,୦୦୦ କୋଟି ଟଙ୍କାରେ ଫ୍ରାନ୍ସରୁ ୩୬ଟି ରାଫେଲ ବିମାନ କିଣିବା ପାଇଁ ଏକ ଚୁକ୍ତି କରିଥିଲା ।
ଭାରତଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ୩୬ଟି ଯୁଦ୍ଧ ବିମାନ କ୍ରୟ ପାଇଁ ୫୯,୦୦୦ କୋଟି ଟଙ୍କା ବ୍ୟୟରେ ହୋଇଥିବା ଆନ୍ତରିକ ସରକାରୀ ଚୁକ୍ତିନାମାର ପ୍ରାୟ ଚାରି ବର୍ଷ ପରେ ପାଞ୍ଚଟି ରାଫାଲ ଯୁଦ୍ଧ ବିମାନର ପ୍ରଥମ ବ୍ୟାଚ୍ ଜୁଲାଇ ୨୯ରେ ପହଞ୍ଚିଥିଲା ।
ଫ୍ରାନ୍ସର ବିମାନ କମ୍ପାନୀ ଡାସଲ୍ଟ ଆଭିଏସନ ଦ୍ୱାରା ଉତ୍ପାଦିତ ଏହି ବିମାନଗୁଡ଼ିକ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ବାୟୁସେନାରେ ପ୍ରବେଶ କରାଯାଇ ନାହିଁ ।
ଏପର୍ଯ୍ୟନ୍ତ ଭାରତକୁ ୧୦ଟି ରାଫାଲ ବିମାନ ଯୋଗାଇ ଦିଆଯାଇଛି, ସେଥିମଧ୍ୟରୁ ପାଞ୍ଚଟି ବର୍ତ୍ତମାନ ଫ୍ରାନ୍ସରେ ଅଛି ଯେଉଁଥିରେ ଭାରତୀୟ ବାୟୁସେନା ପାଇଲଟମାନେ ତାଲିମ ନେଉଛନ୍ତି ।
ସମସ୍ତ ୩୬ଟି ଯୁଦ୍ଧ ବିମାନର ଯୋଗାଣ ୨୦୨୧ ଶେଷ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ଚାରିଟି ରାଫାଲ୍ ଯୁଦ୍ଧ ବିମାନର ଅନ୍ୟ ଏକ ବ୍ୟାଚ୍ ନଭେମ୍ବର ସୁଦ୍ଧା ଭାରତରେ ପହଞ୍ଚିବ ବୋଲି ଆଶା କରାଯାଉଛି ।
ସୂତ୍ରରୁ ଜଣାପଡିଛି ଯେ ଭାରତ ଦ୍ୱାରା ଫ୍ରାନ୍ସରୁ ଆଉ ୩୬ଟି ଯୁଦ୍ଧବିମାନର କ୍ରୟ ବିଷୟରେ ସିଂ ଓ ପାର୍ଲୀଙ୍କ ମଧ୍ୟରେ ପାରମ୍ଭିକ ଆଲୋଚନା କରାଯାଇ ପାରେ ।
ରୁଷିଆରୁ ସୁଖୋଇ ବିମାନ କିଣିବା ପରେ, ସଠିକ୍ ଲକ୍ଷ୍ୟଭେଦୀ ଓ ବାୟୁ ଶକ୍ତି ପାଇଁ ଜଣାଶୁଣା ରାଫାଲ୍ ବିମାନକୁ ପ୍ରାୟ ୨୩ ବର୍ଷ ପରେ କିଣାଯାଇଛି ।
ରାଫାଲ ବିମାନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଉନ୍ନତ ପ୍ରଣାଳୀରେ ଗଠିତ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।