ମହାନ ହଲିଉଡ ନିର୍ଦ୍ଦେଶକ ଷ୍ଟିଭେନ ସ୍ପିଲବର୍ଗଙ୍କ ପାଳିତା କନ୍ୟା ପର୍ନ ଇଣ୍ଡଷ୍ଟ୍ରିରେ ଯୋଗ ଦେଲେ

ନିଜର ପର୍ନ ଇଣ୍ଡଷ୍ଟ୍ରିରେ ଯୋଗଦେବା ନିଶ୍ଚୟ ବିଷୟରେ ପିତାମାତାଙ୍କ ପ୍ରତିକ୍ରିୟା ବିଷୟରେ କହି ୨୩-ବର୍ଷୀୟା ମିକେଲା କହିଛନ୍ତି ଯେ ତାଙ୍କ ମାତା-ପିତା ଏଥିରେ ‘‘ଆଶ୍ଚର୍ଯ୍ୟ ଚ଼କିତ’’ ହୋଇଛନ୍ତି, କିନ୍ତୁ ସେମାନେ ଏହା ଯୋଗୁଁ ‘‘ଚିନ୍ତିତ’’ ନୁହଁନ୍ତି ।

ମହାନ ହଲିଉଡ ନିର୍ଦ୍ଦେଶକ ଷ୍ଟିଭେନ ସ୍ପିଲବର୍ଗଙ୍କ ପାଳିତା କନ୍ୟା ପର୍ନ ଇଣ୍ଡଷ୍ଟ୍ରିରେ ଯୋଗ ଦେଲେ
ସ୍ପିଲ୍‌ବର୍ଗଙ୍କ ସହ ତାଙ୍କ କନ୍ୟା ମିକେଲା
  • News18 Odia
  • Last Updated: February 23, 2020, 7:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲସ୍‌ ଏଞ୍ଜେଲସ୍‌: ହଲିଉଡ଼ର ପ୍ରସିଦ୍ଧ ଫିଲ୍ମ ନିର୍ମାତା ଷ୍ଟିଭେନ ସ୍ପିଲବର୍ଗଙ୍କ ପାଳିତା କନ୍ୟା ମିକେଲା ପର୍ନ ସିନେମା ଇଣ୍ଡଷ୍ଟ୍ରିରେ ନିଜ କରିଅର୍‌ ବନେଇବାକୁ ସ୍ଥିର କରିଛନ୍ତି । ମିକେଲା ଶିଶୁ ଥିବା ସମୟରେ ଓସ୍କାର୍‌ ପୁରସ୍କାର ବିଜେତା ଫିଲ୍ମ ନିର୍ଦ୍ଦେଶକ ସ୍ପିଲବର୍ଗ ଓ ତାଙ୍କ ପତ୍ନୀ କେଟ୍ କ୍ୟାପ୍ସୋ ତାଙ୍କୁ ପୋଶ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ ।

ବର୍ତ୍ତମାନ ୨୩-ବର୍ଷୀୟା ମିକେଲା ନିଜର ପର୍ନ ଭିଡିଓ ବନେଇବା ଆରମ୍ଭ କରିଛନ୍ତି । ଷ୍ଟ୍ରିପ୍‌ କ୍ଲବରେ କାମ କରିବା ପାଇଁ ସେ ଏକ ଷ୍ଟ୍ରିପର୍‌ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିଛନ୍ତି । ମିକେଲା ନିଜ ଷ୍ଟେଜ୍ ନାମ ରଖିଛନ୍ତି ‘ଶୁଗାର ଷ୍ଟାର୍‌’ ।

‘‘ମୁଁ ଏବେ ନିଜକୁ ଆଡ଼ଲ୍ଟ ଏଣ୍ଟରଟେନମେଣ୍ଟ କରିଅରରେ ଲଞ୍ଚ କରୁଛି । ଏହା ଏକ ସୁରକ୍ଷିତ, ସୁସ୍ଥ ଓ ସହମତିପୁର୍ଣ୍ଣ ଲକ୍ଷ୍ୟ । ମୋ’ ଶରୀର, ମୋ’ ଜୀବନ, ମୋ’ ସଞ୍ଚୟ, ମୋ’ ପସନ୍ଦ । ମୋ’ର ସ୍ବାୟତ୍ତତା ବା ସଦଗୁଣ ପାଇଁ ଓ ନାଁ ପାଇଁ ମୁଁ କୌଣସି ଜଣେ ହେଲେ ବ୍ୟକ୍ତିଙ୍କ ଉପରେ ନିର୍ଭର କରେ ନାହିଁ,’’ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ମିକେଲ ।

ସେ କହିଛନ୍ତି ଯେ ସେ ପ୍ରତି ଦିନ କାମ କରି ଥକି ଗଲେଣି, ଏଉ ଏମିତି କାମ ତାଙ୍କ ଆତ୍ମାକୁ ସନ୍ତୁଷ୍ଟ କରୁନାହିଁ । ‘‘ମୁଁ ଏହି ଭଳି କାମ (ପର୍ନ ଶୋ’) କରିବା ପସନ୍ଦ କରିଛି । ମୁଁ ଏଥିରେ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବାରେ ସକ୍ଷମ ହେବି, କିନ୍ତୁ ଏହା ମୋତେ ଭଲ ଳାଗୁଛି କାରଣ ଏହା ଏ ଭଳି କାମ ନୁହେଁ ଯାହା ମତେ ଏକ ପ୍ରକାର ଉଲ୍ଲଙ୍ଘିତ ହେଉଥିବାର ଅନୁଭବ ଦେବ,’’ ମିକେଲା ‘ଦି ସନ୍’ ଖବରକାଗଜକୁ କହିଛନ୍ତି ।

ନିଜର ପର୍ନ ଇଣ୍ଡଷ୍ଟ୍ରିରେ ଯୋଗଦେବା ନିଶ୍ଚୟ ବିଷୟରେ ପିତାମାତାଙ୍କ ପ୍ରତିକ୍ରିୟା ବିଷୟରେ କହି ମିକେଲା କହିଛନ୍ତି ଯେ ତାଙ୍କ ମାତା-ପିତା ଏଥିରେ ‘‘ଆଶ୍ଚର୍ଯ୍ୟ ଚ଼କିତ’’ ହେଇଛନ୍ତି କିନ୍ତୁ ସେମାନେ ଏହା ଯୋଗୁଁ ‘‘ଚିନ୍ତିତ’’ ନୁହଁନ୍ତି । ତାଙ୍କର ୪୭ ବର୍ଷୀୟ ଫିଅନସେ ଚକ୍ ପଙ୍କୋ ତାଙ୍କର ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ।

ଶୁଗାର ଷ୍ଟାର କହିଛନ୍ତି ସେ କେବଳ ସୋଲୋ ଭିଡ଼ିଓ କରିବେ ଓ କ୍ୟାମେରା ସାମନାରେ ଅନ୍ୟ କୌଣସି ବ୍ୟକ୍ତି ସହିତ ସେକ୍ସ କରିବେ ନାହିଁ କାରଣ ସେ ପଙ୍କୋକୁ ସମ୍ମାନ କରନ୍ତି । ତାଙ୍କର ସବୁଠାରୁ ବଡ଼ ସମ୍ପତ୍ତି ତାଙ୍କର ପ୍ରାକୃତିକରୂପେ ମିଳିଥିବା ବୃହତାକାର ସ୍ତନ ବୋଲି ସେ କହିଛନ୍ତି । ‘‘ସତ କହିବାକୁ ଗଲେ ମୁଁ ବହୁତ ଦିନ ପର୍ଯ୍ୟନ୍ତ ମୋ’ର ଛାତିକୁ ଘୃଣା କରୁଥିଲି, କିନ୍ତୁ ଶେଷରେ ମୁଁ ତାକୁ ପସନ୍ଦ କରିବା ଶିଖିଗଲି । ମୁଁ ଯେତେବେଳେ ପ୍ରଥମେ କେତେକ ଭିଡିଓ ଅପଲୋଡ୍‌ କଲି ମୁଁ ଜାଣିପାରିଲି ଯେ ମୋ’ର ବଡ଼ ଛାତି ଅର୍ଥ ଅର୍ଜନ କରିବାର ମାଧ୍ୟମ ହୋଇପାରିବ’’ ।
First published: February 23, 2020, 7:54 PM IST
corona virus btn
corona virus btn
Loading