ହଲିଉଡ ଫିଲ୍ମ ନିର୍ମାତା ହାର୍ଭେ ୱେନଷ୍ଟିନଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ୨୩ ବର୍ଷ ଜେଲ୍ ଦଣ୍ଡ ମିଳିଲା

ଦିନେ ହଲିଉଡର ପ୍ରଭାବଶାଳୀ ପ୍ରଡ୍ୟୁସରମାନଙ୍କ ମଧ୍ୟରେ ଅନ୍ୟତମ ଥିବା ୬୭ ବର୍ଷ ବୟସ୍କ ୱେନଷ୍ଟିନ ଗତ ମାସ ଜଣେ ପୂର୍ବତନ ପ୍ରଡକ୍ସନ ଆସିଷ୍ଟାଣ୍ଡଙ୍କୁ ଯୌନ ଉତ୍ପୀଡନ କରିବା ଓ ଜଣେ ଉଦୀୟମାନ ଅଭିନେତ୍ରୀଙ୍କୁ ବଳାତ୍କାର କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ହଲିଉଡ ଫିଲ୍ମ ନିର୍ମାତା ହାର୍ଭେ ୱେନଷ୍ଟିନଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ୨୩ ବର୍ଷ ଜେଲ୍ ଦଣ୍ଡ ମିଳିଲା
ହାର୍ଭେ ୱେନଷ୍ଟିନ
  • News18 Odia
  • Last Updated: March 12, 2020, 2:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନ୍ୟୁୟର୍କ: #MeToo ଆନ୍ଦୋଳନର ବିଜୟ ବୋଲି କୁହାଯାଉଥିବା ମାମଲାରେ ଗତ ମାସର ଯୌନ ଉତ୍ପୀଡ଼ନ ଓ ବଳାତ୍କାର ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ହଲିଉଡର ପୂର୍ବତନ ଚ଼ଳଚ୍ଚିତ୍ର ନିର୍ମାତା ହାର୍ଭେ ୱେନଷ୍ଟିନଙ୍କୁ ୨୩ ବର୍ଷର ଜେଲ ଦଣ୍ଡ ମିଳିଛି ।

ମ୍ୟାନହଟ୍ଟନର ଏକ କ୍ରିମିନାଲ କୋର୍ଟରେ ଏହି ମାମଲାର ଶୁଣାଣି କରୁଥିବା ଜଷ୍ଟିସ ଜେମ୍ସ ବର୍କ ୱେନଷ୍ଟିନଙ୍କୁ ଦଣ୍ଡ ଶୁଣାଇଥିଲେ । ଫ୍ରେବୃୟାରୀ ୨୪ରେ ଜୁରୀ ୬୭ ବର୍ଷ ବୟସ୍କ ୱେନଷ୍ଟିନଙ୍କୁ ପୂର୍ବତନ ପ୍ରଡକସନ ଆସିଷ୍ଟାଣ୍ଡ ମିମି ହାଲେଇଙ୍କୁ ଯୌନ ଉତ୍ପୀଡନ କରିବା ଓ ଉଦୀୟମାନ ଅଭିନେତ୍ରୀ ଜେସିକା ମାନଙ୍କୁ ବଳାତ୍କାର କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ।

ଦିନେ ହଲିଉଡର ପ୍ରଭାବଶାଳୀ ପ୍ରଡ୍ୟୁସରମାନଙ୍କ ମଧ୍ୟରେ ଜଣେ ଥିବା ୱେନଷ୍ଟାଇନଙ୍କୁ ସର୍ବାଧିକ ୨୯ ବର୍ଷ କାରାଦଣ୍ଡର ସାମ୍ନା କରିବାକୁ ପଡିଥିଲା, ମାତ୍ର ତାଙ୍କୁ ୨୩ ବର୍ଷ କାରାଦଣ୍ଡ ଦିଆଯାଇଥିଲା । ୱେନଷ୍ଟିନ୍‌ ‘ପପ୍‌ ଫିକ୍ସନ୍‌’ ଓ ’ଦ କିଙ୍ଗ୍‌ସ ଜୁରୀ’ ପରି ଓସ୍କାର ପୁରସ୍କାର ପାଇଥିବା ଫିଲ୍ମର ନିର୍ମାତା ।

ଦଣ୍ଡାଦେଶ ଶୁଣାଣି ସମୟରେ ଓକିଲ ଜୋନ ଇଲୁଜ୍ଜୀ ଜଜଙ୍କୁ ହେଲୀଙ୍କ ସହିତ ପ୍ରଥମ ସ୍ତରରେ ଆପରାଧିକ ଯୌନ ମାମଲାରେ ୨୫ ବର୍ଷ ବା ‘‘ପାଖାପାଖି ୨୫ ବର୍ଷ’’ ଜେଲ ଦଣ୍ଡ ଦେବାକୁ ଅନୁରୋଧ କରିଥିଲେ । ତୃତୀୟ ସ୍ତରର ଅପରାଧ ପାଇଁ ମଧ୍ୟ କ୍ରମାଗତ ଦଣ୍ଡବିଧାନ କରିବାକୁ କହିଥିଲେ । ସେହି ଅଭିଯୋଗରେ ଚ଼ାରି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ମିଳିଥାଆନ୍ତା, କିନ୍ତୁ ପ୍ରସିକ୍ୟୁସନ କୌଣସି ନିର୍ଦ୍ଦିଷ୍ଟ ଅନୁରୋଧ କରି ନ ଥିଲେ ।

କୋର୍ଟ କୋଠରୀରେ ୱେନଷ୍ଟାଇନ ଏକ ସୁଟ୍ ପିନ୍ଧିଥିଲେ । ତାଙ୍କ ବିରୁଦ୍ଧରେ ସାକ୍ଷୀ ଦେଇଥିବା ଛଅ ଜଣ ମହିଳା ବି କୋର୍ଟରେ ଉପସ୍ଥିତ ଥିଲେ । ଅଦାଲତରେ ଏକ ଭାବନାତ୍ମକ ବୟାନରେ ହାଲେଇ ସେହି ଯୌନ ଆକ୍ରମଣ ପର ଠାରୁ ପାଇଥିବା ମାନସିକ ଆଘାତ ବିଷୟରେ କହିଥିଲେ । ‘‘ଏହା ମୋତେ ଗଭୀରଭାବେ ଆଘାତ ଦେଇଥିଲା, ମାନସିକ ଓ ଭାବନାଗତ ରୂପେ କ୍ଷତି ପହଞ୍ଚାଇଥିଲା । ଏହା ଏକ ଅପୁରଣୀୟ କ୍ଷତି, ବୋଧ ହୁଏ ସବୁଦିନ ପାଇଁ ଏହା ରହିବ,’’ ସେ କହିଥିଲେ ।

କୋର୍ଟରେ ହାର୍ଭେ ୱେନଷ୍ଟିନ୍‌ (ଫାଇଲ୍‌ ଫଟୋ)


ଗତ ସପ୍ତାହରେ କୋର୍ଟରେ ଦାଖଲ ହୋଇଥିବା ଡକ୍ୟୁମେଣ୍ଟରେ ପ୍ରସିକ୍ୟୁସନ ପକ୍ଷ କହିଥିଲେ ଯେ ୱେନଷ୍ଟିନଙ୍କ ଦଣ୍ଡ କେବଳ ଯେଉଁ ଅପରାଧରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ତାହା ନୁହେଁ, ବରଂ ଅନ୍ୟମାନଙ୍କ ପ୍ରତି ସେ ଆଜୀବନ କରିଥିବା ଅତ୍ୟାଚ଼ାରର ପ୍ରତିଫଳନ ହେବା ଉଚିତ ।

ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ସମେତ ୧୦୦ରୁ ଅଧିକ ମହିଳା ୱେନଷ୍ଟିନଙ୍କ ବିରୁଦ୍ଧରେ ଦଶନ୍ଧି ଧରି ଯୌନ ଶୋଷଣ ଓ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ, ଆଉ #MeToo ଆନ୍ଦୋଳନରେ ଇନ୍ଧନ ଦେଇଥିଲେ । ୱେନଷ୍ଟିନ ଏହି ଅଭିଯୋଗକୁ ଅସ୍ବୀକାର କରି କହିଥିଲେ ଯେ ତାଙଅକର ସବୁ ସେକ୍ସ ସହମତିପୂର୍ଣ୍ଣ ଥିଲା ।

ସାତ ଜଣ ପୁରୁଷ ଓ ପାଞ୍ଚ ଜଣ ମହିଳାଙ୍କୁ ନେଇ ଗଠିତ ଜୁରୀ ୱେନଷ୍ଟାଇନଙ୍କୁ ସବୁ ଠାରୁ ଗରୁତର ଆରୋପରେ ନିର୍ଦ୍ଦୋଷରେ ଖଲାସ କରିଦେଇଥିଲେ – ବଳାତ୍କାରର ଏକ ମାମଲା ଓ ଯୌନ ନିର୍ଯ୍ୟାତନାର ଦୁଇଟି ମାମଲା – ଯେଉଁଥିରେ ତାଙ୍କୁ ଆଜୀବନ କାରାଦଣ୍ଡ ମିଳିବାକ ସମ୍ଭାବନା ଥିଲା । ସେହି ଅଭିଯୋଗଗୁଡ଼ିକର ଶୁଣାଣି ଅଭିନେତ୍ରୀ ଆନ୍ନାବେଲା ସାଇଓରାଙ୍କ ସାକ୍ଷ୍ୟ ଉପରେ ନିର୍ଭର ଥିଲା, ଯିଏ କହିଥିଲେ ଯେ ୱେନଷ୍ଟିନ୍‌ ତାଙ୍କୁ ୧୯୯୦ର ପ୍ରଥମ ଭାଗରେ ବଳାତ୍କାର କରିଥିଲେ ।

ୱେନଷ୍ଟାଇନଙ୍କ ଓକିଲମାନେ ସୋମବାର ଦିନ ଜଜ୍‌ ବୁର୍କେଙ୍କୁ ସର୍ବନିମ୍ନ ପାଞ୍ଚ ବର୍ଷର ଦଣ୍ଡାଦେଶ ଶୁଣାଇବାକୁ ଅନୁରୋଧ କରି କହିଥିଲେ ଯେ ୱେନଷ୍ଟିନଙ୍କ ଧର୍ମାର୍ଥ ଗତିବିଧି ଉପରେ ବିଚ଼ାର କରାଯିବା ଉଚ଼ିତ । ଓକିଲ କହିଥିଲେ ଯେ ଏକ ଦୀର୍ଘ ଦଣ୍ଡର ଅର୍ଥ ହେବ ସେ ଜେଲରେ ହିଁ ମୃତ୍ୟୁ ବରଣ କରିବେ ।

‘‘ତାଙ୍କ ଜୀବନ କାହାଣୀ, ସଫଳତା ଓ ସଙ୍ଘର୍ଷ ଉଲ୍ଲେଖନୀୟ, ଆଉ ଜୁରୀଙ୍କ ରାୟ ଯୋଗୁଁ ସେସବୁର ଅଣଦେଖା କରାଯିବା ଉଚି଼ତ ନୁହେଁ,’’ ୱେନଷ୍ଟିନଙ୍କ ଓକିଲ କହିଥିଲେ ।

ସୋମବାର ଦିନ କୋର୍ଟରେ ଅଣାଯାଇଥିବା ଡକ୍ୟୁମେଣ୍ଟରେ ୱେନଷ୍ଟାଇନଙ୍କୁ ତାଙ୍କ ଭାଇ ବବ୍‌ ୱେନଷ୍ଟାଇନ ଲେଖିଥିବା ଏକ ଇମେଲ ଥିଲା, ଯେଉଁଥିରେ ହାର୍ଭେ ନର୍କରେ ଠିକ୍‌ ରହିବେ ବୋଲି କୁହାଯାଇଥିଲା ।

‘‘ତୁମେ କରିଥିବା ଏତେ ଅଧିକ ଅପରାଧ, ଅନୈତିକତା ଓ ଅମାନୁଷିକତା ପାଇଁ ତୁମକୁ ଏକ ଲାଇଫ୍‌ଟାଇମ୍‌ ଏଚ଼ିଭମେଣ୍ଟ୍‌ ପୁରସ୍କାର ମିଳିବା ଉଚ଼ିତ,’’ ନଭେମ୍ବର ୨୦୧୭ର ଏହି ବାର୍ତ୍ତାରେ ବବ୍‌ ତାଙ୍କ ଭାଇକୁ ଲେଖିଥିଲେ ।
First published: March 12, 2020, 2:49 PM IST
corona virus btn
corona virus btn
Loading