ଲକ୍ଷ୍ନୌରେ CAA-ବିରୋଧୀ ବିକ୍ଷୋଭରେ ଭାଗ ନେଇଥିବା ୫୩ ଜଣଙ୍କ ଫଟୋ ଓ ଠିକଣା ହୋର୍ଡିଂରେ ଲାଗିଲା

ଏହି ହୋର୍ଡ଼ିଂଗୁଡ଼ିକରେ ଶିଆ ଧର୍ମଗୁରୁ ମୌଲାନା ସୈଫ୍ ଅବ୍ବାସ, ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଏସ୍. ଆର୍. ଦାରାପୁରୀ ଓ କଂଗ୍ରେସ ନେତା ସଦାଫ ଜାଫରଙ୍କ ଫଟୋ ରହିଛି । ହିଂସାକାଣ୍ଡ ପାଇଁ ସେମାନଙ୍କ ଉପରେ ‘‘ପ୍ରତିଶୋଧ’’ ନେବେ ବୋଲି ଯୋଗୀ ଆଦିତ୍ୟନାଥ କହିଥିଲେ ।

ଲକ୍ଷ୍ନୌରେ CAA-ବିରୋଧୀ ବିକ୍ଷୋଭରେ ଭାଗ ନେଇଥିବା ୫୩ ଜଣଙ୍କ ଫଟୋ ଓ ଠିକଣା ହୋର୍ଡିଂରେ ଲାଗିଲା
ଲକ୍ଷ୍ନୌରେ ଲାଗିଥିବା ଏକ ହୋର୍ଡ଼ିଂ
  • News18 Odia
  • Last Updated: March 7, 2020, 12:39 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ପ୍ରଶାସନ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରୁଥିବା ୫୩ ଜଣ ବ୍ୟକ୍ତିଙ୍କ ଫଟୋ ଓ ଠିକଣା ସହରର ଏକ ପ୍ରମୁଖ ସ୍ଥାନରେ ଲାଗିଥିବା କେତେକ ହୋର୍ଡ଼ିଂରେ ଦେଇଛି । ଏହି ହୋର୍ଡ଼ିଂସବୁରେ ଶିଆ ଧର୍ମଗୁରୁ ମୌଲାନା ସୈଫ୍ ଅବ୍ବାସ, ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଏସ୍‌. ଆର୍‌. ଦାରାପୁରୀ ଓ କଂଗ୍ରେସ ନେତା ସଦାଫ ଜାଫରଙ୍କ ଫଟୋ ରହିଛି । ସେମାନେ ଗତ ବର୍ଷ ଡିସେମ୍ବର ୧୯ ତାରିଖରେ ଲକ୍ଷ୍ନୌରେ ହୋଇଥିବା ହିଂସାକାଣ୍ଡରେ ଅଭିଯୁକ୍ତ ଥିଲେ ।

‘‘ଏହି ହୋର୍ଡିଂଗୁଡ଼ିକରେ ସେହି ବ୍ୟକ୍ତିମାନଙ୍କ ଫଟୋ ଲାଗିଛି ଯେଉଁମାନଙ୍କୁ ବିକ୍ଷୋଭ ସମୟରେ ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ଥିବା ଜିଲ୍ଲା ପ୍ରଶାସନ ଚିହ୍ନ କରଛି । ପାଖାପାଖି ଏହି ଭଳି ୧୦୦ଟି ହୋର୍ଡିଂ ସହରରେ ବିଭିନ୍ନ ସ୍ଥାନରେ ଲାଗିବ ଓ ସେଥିରେ ସେମାନଙ୍କ ଫଟୋ, ନାଁ ଓ ଠିକଣା ରହିବ । ଏଥି ସହିତ ହିଂସା ଘଟାଇଥିବା ଲୋକଙ୍କୁ କ୍ଷତିପୂରଣ ଦେବକୁ ନୋଟିସ୍ କରାଯାଇଛି । ଯଦି ସେମାନେ କ୍ଷତିପୂରଣ ରାଶି ନ ଦେବେ, ତାହେଲେ ସେମାନଙ୍କର ସମ୍ପତ୍ତି ଜବତ କରାଯିବ,’’ ଲକ୍ଷ୍ନୌ ଜିଲ୍ଲା ମାଜିଷ୍ଟ୍ରେଟ୍ ଅଭିଷେକ ପ୍ରକାଶ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ।

ଲକ୍ଷ୍ନୌ ପ୍ରଶାସନ ଭିକ୍ଷୋଭ ଯୋଗୁଁ ଏକ କୋଟି ୫୫ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରିଛି । ସୂଚ଼ନା ଅନୁଯାୟୀ ଠାକୁରଗଞ୍ଜ ଅଞ୍ଚଳର ୧୦ ଜଣ ଓ କାଇସରବାଗ ଅଞ୍ଚଳର ଛଅ ଜଣଙ୍କୁ ଏବେ ସୁଦ୍ଧା ୬୯ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନୋଟିସ୍ କରାଯାଇଛି । ଏହି ୧୬ ଜଣଙ୍କ ମଧ୍ୟରେ ଶିଆ ଧର୍ମଗୁରୁ ସୈଫ୍ ଅବ୍ବାସ ଓ ତାଙ୍କର ଦୁଇ ପୁଅ କଲବେ ସାଦିକ୍ ଓ ସିବତେନ ନୁରୀ ଅଛନ୍ତି ।

ବିକ୍ଷୋଭ ସମୟରେ ହିଂସାରେ ଲିପ୍ତ ଲୋକମାନେ ପୋଲିସ ବାଇକ୍, ଲାଠି ଓ ବ୍ୟାରିକେଡ଼ ଆଦି ନଷ୍ଟ କରିବା ସମେତ ଅନ୍ୟ କ୍ଷୟକ୍ଷତି କରିଥିବା ଯୋଗୁଁ ସେମାନଙ୍କ ଉପରେ ‘‘ପ୍ରତିଶୋଧ’’ ନେବେ ବୋଲି ଉତ୍ତର ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚ଼େତାବନୀ ଦେବାର ଅଳ୍ପ ସମୟ ପରେ ହିଁ ଏହି ହୋର୍ଡ଼ିଂଗୁଡ଼ିକ ଲଗାଯାଇଥିଲା ।

ସିଏଏକୁ ବିରୋଧ କରି ଉତ୍ତର ପ୍ରଦେଶରେ ବଡ଼ ଧରଣର ହିଂସାକାଣ୍ଡ ହୋଇଥିଲା । ସିଏଏକୁ ବିରୋଧ କରୁଥିବା ଲୋକେ ଏହାକୁ ’’ବିଭାଜନକାରୀ’’ ଓ ’’ମୁସଲମାନ ବିରୋଧୀ’’ ବୋଲି କହୁଛନ୍ତି ।

ନିକଟରେ ଗୁଜୁରାଟର ଖମ୍ବତରେ ହୋଇଥିବା ସିଏଏ-ବିରୋଧୀ ହିଂସା ତଥା ସାମ୍ପ୍ରଦାୟିକ ଦଙ୍ଗାରେ ଲିପ୍ତ ଥିବା ଲୋକଙ୍କ ପାଖରୁ ଉତ୍ତର ପ୍ରଦେଶ ସରକାରଙ୍କ ପଦକ୍ଷେପ ପରି ପଦକ୍ଷେପ ନେଇ ଜୋରିମାନା ଅର୍ଥ ଆଦାୟ କରିବାର ସମ୍ଭାବନା ତଲାସ କରିବାକୁ ଗୁଜରାଟ ପୋଲିସକୁ କୁହାଯାଇଥିଲା।
First published: March 7, 2020, 12:39 AM IST
corona virus btn
corona virus btn
Loading