ଆତଙ୍କବାଦୀ ତାଲିବ ହୁସେନ ଗିରଫ (ପ୍ରତୀକାତ୍ମକ ଛବି)
News18 Odia Digital
କାଶ୍ମୀରରେ ହିନ୍ଦୁମାନଙ୍କୁ ହତ୍ୟା କରିବାକୁ ଟାର୍ଗେଟ କରିଥିବା ଅଭିଯୋଗରେ ବେଙ୍ଗାଲୁରରୁ ହିଜବୁଲ ମୁଜାହିଦିନର ଆତଙ୍କବାଦୀ ତାଲିବ ହୁସେନକୁ ଗିରଫ କରାଯାଇଛି। ଜାମ୍ମୁ-କଶ୍ମୀର ପୋଲିସ ତାକୁ ଗିରଫ କରିଛି।
ଆତଙ୍କବାଦୀର ଗିରଫ ଉପରେ ପ୍ରତିକ୍ରିୟା ଦେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି,"ଏହି ପ୍ରକ୍ରିୟା ଏବେ ବି ଜାରି ରହିଛି। ପୋଲିସ୍ ଲୋକମାନଙ୍କ ଉପରେ ଦୃଷ୍ଟି ରଖିବ।ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୋଲିସ ବେଙ୍ଗାଲୁରୁରୁ ଗିରଫ କରିଛି"।
ଏ ନେଇ କଶ୍ମୀର ପୋଲିସର ଇନସ୍ପେକ୍ଟର ଜେନେରାଲ କହିଛନ୍ତି, "ରାହୁଲ ଭଟ୍ଟଙ୍କ ହତ୍ୟା ମାମଲାରେ ୨ ଆତଙ୍କବାଦୀ ସଂପୃକ୍ତ ଥିଲେ। ଏବେ ସୁଦ୍ଧା ଜଣଙ୍କୁ କାବୁ କରାଯାଇଛି ଓ ଅନ୍ୟ ଜଣଙ୍କୁ ଖୋଜା ଚାଲିଛି। ସେହିପରି ଆମୀର ଭଟ୍ଟଙ୍କ ହତ୍ୟାକାଣ୍ଡରେ ବି ୨ ଆତଙ୍କବାଦୀ ସଂପୃକ୍ତ ରହିଥିଲେ। ସେହି ୨ ଜଣ ଯାକଙ୍କୁ କାବୁ କରାଯାଇଛି। ସେହିପରି ବିଜୟ କୁମାରଙ୍କ ହତ୍ୟା ପଛରେ ବି ଜଣେ ଆତଙ୍କବାଦୀର ହାତ ଥିବା ଜଣାପଡ଼ିଛି। ତାଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ"।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।