ଲଦାଖରେ ଉଡ଼ିଲା ସବୁଠାରୁ ବଡ଼ ଖଦି ତ୍ରିରଙ୍ଗା
News18 Odia Digital
ଲଦାଖ: ମହାତ୍ମା ଗାନ୍ଧିଙ୍କ ଜନ୍ମ ବାର୍ଷିକୀ ଅବସରରେ ବିଶେଷ ଉପହାର ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ତାଲିକାରେ ଲକ୍ଷଦ୍ବୀପ ପରେ ଲେହ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। 'ଖଦି'ରେ ନିର୍ମିତ ବିଶ୍ୱର ସର୍ବବୃହତ ଜାତୀୟ ପତାକା ଏଠାରେ ଉତ୍ତୋଳନ ହୋଇଛି । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜନ୍ମ ବାର୍ଷିକୀ ଅକ୍ଟୋବର ୨ରେ ସାରା ଦେଶରେ ପାଳନ କରାଯାଏ । ରାଜଧାନୀ ଦିଲ୍ଲୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜଘାଟରେ ପହଞ୍ଚି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଲଦାଖର ଲେଫ୍ଟ ଗଭର୍ଣ୍ଣର ଆର.କେ ମଥୁର ଶନିବାର ୟୁନିଅନ ଟେରିଟୋରୀରେ ଖଦିରେ ନିର୍ମିତ ତ୍ରିରଙ୍ଗାକୁ ଉତ୍ତୋଳନ କରିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଜାତୀୟ ପତାକା ଲମ୍ବ ୨୨୫ ଫୁଟ ଓ ପ୍ରସ୍ଥ ୧୫୦ ଫୁଟ ।
କୁହାଯାଉଛି ଯେ ପତାକାର ଓଜନ ୧,୦୦୦ କିଲୋଗ୍ରାମ। ଦୁଇ ଦିନିଆ ଲଦାଖ ଗସ୍ତରେ ଆସିଥିବା ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଭେନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ତାଙ୍କ ସହ ବହୁ ବରିଷ୍ଠ ସେନା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଏହି ଉତ୍ସବକୁ ଭାରତ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ସେ ଟ୍ବିଟ କରି କହିଛନ୍ତି, ‘‘ଗାନ୍ଧିଜିଙ୍କ ଜନ୍ମ ବାର୍ଷିକୀରେ ଲେହରେ ବିଶ୍ୱର ସର୍ବବୃହତ ଖଦି ତ୍ରିରଙ୍ଗା ଉନ୍ମୋଚିତ ହେବା ଭାରତ ପାଇଁ ଗର୍ବର ବିଷୟ। ମୁଁ ଏହି ଆତ୍ମାକୁ ନମସ୍କାର କରୁଛି, ଯାହା ବାପୁଙ୍କ ଗୁଣକୁ ମନେ ରଖିଥାଏ, ଭାରତୀୟ କାରିଗରମାନଙ୍କୁ ପ୍ରୋତ୍ସାହିତ କରିଥାଏ ଏବଂ ଦେଶକୁ ସମ୍ମାନ ମଧ୍ୟ ଦେଇଛି ।’’
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।