ଅଯୋଧ୍ୟା ପାଇଁ ଐତିହାସିକ ଦିନ; ୨୮ ବର୍ଷ ପରେ ଆଜି ଆସିବ ବାବ୍ରି ଧ୍ୱଂସ ମାମଲାର ରାୟ

Babri Demolition Case: ଏହି ରାୟ ପ୍ରାୟ ୨୦୦୦ ପୃଷ୍ଠାରେ ଲେଖାଯାଇଛି । ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅନେକ ଅଭିଯୁକ୍ତ କୌଣସି ନ କୌଣସି କାରଣରୁ ହାଜର ହେବେ ନାହିଁ ।

୨୮ ବର୍ଷ ପରେ ଆଜି ଆସିବ ବାବ୍ରି ଧ୍ୱଂସ ମାମଲାର ରାୟ

୨୮ ବର୍ଷ ପରେ ଆଜି ଆସିବ ବାବ୍ରି ଧ୍ୱଂସ ମାମଲାର ରାୟ

  • News18 Odia
  • Last Updated :
  • Share this:
News18 Odia Digital
ଲକ୍ଷ୍ନୌ: ଅଯୋଧ୍ୟାରେ ବିବାଦୀୟ ଢ଼ାଞ୍ଚା ବାବ୍ରି ଧ୍ୱଂସ ମାମଲା (Babri Demolition Case) ପାଇଁ ୩୦ ସେପ୍ଟେମ୍ବର ଅର୍ଥାତ୍ ବୁଧବାର ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସିବିଆଇର (CBI) ସ୍ପେଶାଲ ଜଜ୍ ଏସ.କେ ଯାଦବ ବୁଧବାର ଦିନ ନିଜ ରାୟ ପ୍ରଦାନ କରିବେ । ଏହା ଜଷ୍ଟିସ ଏସ.କେ ଯାଦବଙ୍କ ଅନ୍ତିମ ରାୟ ହେବ କାରଣ ସେ ସେପ୍ଟେମ୍ବର ୩୦ରେ ଅବସର ହେଉଛନ୍ତି । ସକାଳ ୧୧ ଟାରୁ କୋର୍ଟ ପ୍ରକ୍ରିୟା ଆରମ୍ଭ ହେବ । ସୂତ୍ର ଅନୁସାରେ ଅଧା ଘଣ୍ଟାରୁ ଏକ ଘଣ୍ଟା ମଧ୍ୟରେ ଏହି ରାୟ ଆସିଯିବ । ପ୍ରାୟ ୨୦୦୦ ପୃଷ୍ଠାରେ ଏହି ରାୟ ଲେଖାଯାଇଛି । କୋର୍ଟ ସମସ୍ତ ୩୨ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସୂତ୍ର ଅନୁସାରେ ବିଜେପିର ବରିଷ୍ଠ ନେତା ଏଲ.କେ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ, ମହନ୍ତ ନୃତ୍ୟ ଗୋପାଳ ଦାସ ଓ କଲ୍ୟାଣ ସିଂ କୋର୍ଟରେ ହାଜର ହେଉ ନାହାନ୍ତି ।

୨୮ ବର୍ଷର ପୁରୁଣା ମାମଲାରେ ମୋଟ ୪୯ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଥିଲେ ଯେଉଁଥିରୁ ୧୭ ଜଣଙ୍କର ମୃତ୍ଯୁ ବିଚାର ପ୍ରକ୍ରିୟା ଚାଲିଥିବା ବେଳେ ହୋଇଯାଇଥିଲା । ଅବଶିଷ୍ଟ ୩୨ଜଣ ଅଭିଯୁକ୍ତ ହେଉଛନ୍ତି ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀ, ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂ, ଉମା ଭାରତୀ, ବିନୟ କଟିୟାର, ସାଗବୀ ରୀତାଭରା, ମହନ୍ତ ନିତ୍ୟ ଗୋପାଳ ଦାସ, ଡକ୍ଟର ରାମ ଭିଲାସ ବେଦାନ୍ତୀ, ଚମ୍ପତ ରାୟ, ମହନ୍ତ ଧର୍ମା, ସତୀଶ ପ୍ରଧାନ, ପୱନ କୁମାର। ପାଣ୍ଡେ, ଲାଲୁ ସିଂ, ପ୍ରକାଶ ଶର୍ମା, ବିଜୟ ବାହାଦୂର ସିଂ, ସାନ୍ତୋଷ ଦୁବେ, ଗାନ୍ଧୀ ଯାଦବ, ରାମଜୀ ଗୁପ୍ତା, ବ୍ରଜ ଭୂଷଣ ଶରଣ ସିଂ, କମଲେଶ ତ୍ରିପାଠୀ, ରାମଚନ୍ଦ୍ର ଖତ୍ରୀ, ଜୟ ଭଗବାନ୍ ଗୋୟଲ, ଓମ ପ୍ରକାଶ ପାଣ୍ଡେ, ଅମର ନାଥ ଗୋୟାଲ, ଜୟବହାର ସିଂ ପାୱା, ମହାରାଜ ସ୍ୱାମୀ ସାକ୍ଷୀ, ବିନୟ କୁମାର ରାୟ, ନବୀନ ଭୋଇ ଶୁକ୍ଲା, ଆର.ଏନ୍ ଶ୍ରୀବାସ୍ତବ, ଆଚାର୍ଯ୍ୟ ଧର୍ମେନ୍ଦ୍ର ଦେବ, ସୁଧୀର କୁମାର କକ୍କର ଓ ଧର୍ମେନ୍ଦ୍ର ସିଂ ଗୁରୁଜାର ।

ଏଲ.କେ ଆଡଭାନି, ମୁରଲୀ ମନୋହର ଯୋଶୀ, ବିନୟ କାଟିୟାର, ଉମା ଭାରତୀ, ସ୍ୱାଧୀ ରୀତାଭରାଙ୍କ ବିରୋଧରେ ଆଇପିସିର ଧାରା ୧୫୩a, ୧୫୩b, ୫୦୫ (୧), ୨୯୫a, ୧୪୭, ୧୪୮, ୧୪୯ ଓ ୧୨୦b ଏ ଚାର୍ଜସିଟ ପ୍ରସ୍ତୁତ କରାଯାଇଥିଲା । ଧାରା 120B ଅନୁଯାୟୀ କଲ୍ୟାଣ ସିଂଙ୍କ ବିରୋଧରେ ଚାର୍ଜସିଟ୍ ଗଠନ କରାଯାଇଥିଲା । ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ୩୯୫, ୧୫୩a, ୧୫୩b, ୫୦୫ (୧), ୨୯୫a, ୧୪୭, ୧୪୮, ୧୪୯ ଓ ୧୨୦b ରେ ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଥିଲା ।

ଏହି ୧୭ଜଣ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇ ସାରିଛି
ଏହି ମାମଲାରେ ସମସ୍ତ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ହୋଇ ସାରିଛି - ଅଶୋକ ସିଙ୍ଗଲ, ବାଲାସାହେବ ଠାକରେ, ବିଜୟ ରାଜେ ସ୍କିଣ୍ଡିଆ, ମହନ୍ତ ଅଭୟଦ ୟନାଥ, ପରମାନ ହନ୍ସ ଦାସ, ଚନ୍ଦ୍ରଦାସ, ଗିରିରାଜ କିଶୋର, ବିଷ୍ଣୁହୁରି ଡାଲମିଆ, ମୋରେଶ୍ୱର ସାୱେ, ଭିନେ କୁମାର ଭଟ, ରାମ ନାରାୟଣ ଦାସ, ଡ଼ିବି ଦାସ, ହରଗୋବିନ୍ଦ ସିଂ, ଲକ୍ଷ୍ମୀନାରାୟଣ ଦାସ, ରମେଶ ପ୍ରତାପ ସିଂ, ବାଇକୁନ୍ତଲାଲ ଶର୍ମା, ମହାମାଣ୍ଡଲେଶ୍ୱର ଜଗଦୀଶ ମୁନି ମହାରାଜ ଓ ଡକ୍ଟର ସତୀଶ ନାଗର ।

୬ ଡିସେମ୍ବର ୧୯୯୨ରେ ଦାଖଲ ହୋଇଥିଲା ପ୍ରଥମ FIR
୬ ଡିସେମ୍ବର ୧୯୯୨ ରେ ଅଯୋଧ୍ୟାରେ ବିବାଦୀୟ ଢାଞ୍ଚା ଭାଙ୍ଗିବା ଘଟଣାରେ ଦୁଇଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା । ପ୍ରଥମ ଏଫ୍ଆଇଆର୍ ୩:୧୫ PM ରେ ତତ୍କାଳୀନ ଏଏସଓ ପ୍ରିୟବନ୍ଦା ନାଥ ଶୁକ୍ଲାଙ୍କ ଦ୍ୱାରା ହଜାର ହଜାର କାର ସେବାଙ୍କ ବିରୁଦ୍ଧରେ ଓ ଦ୍ୱିତୀୟ FIR ୩:୨୫ ରେ ସବ୍ ଇନ୍ସପେକ୍ଟର ଗଙ୍ଗାପ୍ରସାଦ ତିୱାରୀଙ୍କ ଦ୍ୱାରା ଏଲ.କେ ଆଡଭାନି, ମୁରଲୀ ମନୋହର ଯୋଶୀ, ଅଶୋକ ସିଙ୍ଗଲଙ୍କ ନାମ ସହ ଅନେକ ଆରୋପିଙ୍କ ବିରୁଦ୍ଧରେ ପଞ୍ଜିକୃତ କରାଇଥିଲେ ।

ଏହା ବ୍ୟତୀତ ଅଯୋଧ୍ୟାରେ ବିଭିନ୍ନ ପୋଲିସ୍ ଷ୍ଟେସନରେ ୪୭ଟି ଏଫ୍ଆଇଆର୍ ରୁଜୁ କରାଯାଇଥିଲା ଯେଉଁଥିରେ ଅନେକ କ୍ୟାମେରା ଛଡ଼ାଇ ନେବା ଓ ଭାଙ୍ଗି ଦେବାର ଅଭିଯୋଗ ହୋଇଥିଲା । ପ୍ରଥମ ମାମଲାର ଯାଞ୍ଚ ପାଇଁ ୧୩ ଡିସେମ୍ବର ୧୯୯୨ ରେ ସିବିଆଇକୁ ଦିଆଯାଇଥିବାବେଳେ କିଛି ସମୟ ପରେ ଦ୍ୱିତୀୟ ମାମଲାର ତଦନ୍ତ ମଧ୍ୟ ସିବିଆଇକୁ ଦିଆଯାଇଥିଲା ।

୪୯ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା
ଏହି ମାମଲା ସମସ୍ତ କୋର୍ଟର ଶୁଣାଣି ପରେ ରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ୧୯ ଏପ୍ରିଲ ୨୦୧୭ ରେ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ଉପରେ କ୍ରାଇମବ୍ରାଞ୍ଚ ଷଡଯନ୍ତ୍ରର ଧାରା ୧୨୦ ଲାଗୁ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଓ ଦୁଇଟି ମାମଲକୀ ଏକା ସାଥିରେ ଯାଞ୍ଚ କରିବାକୁ ଲକ୍ଷ୍ନୌ ସ୍ୱତନ୍ତ୍ର ସିବିଆଇ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାକୁ ୨ବର୍ଷ ମଧ୍ୟରେ ଶେଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।
Published by:Jagdish Barik
First published: