ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ସୁପ୍ରିମ କୋର୍ଟଙ୍କ ଐତିହାସିକ ପଦକ୍ଷେପ; ୧୨ଟି ହାଇ କୋର୍ଟର ଜଜ୍ ପାଇଁ ୬୮ ଜଣଙ୍କ ନାମ ସୁପାରିଶ କରିଛନ୍ତି

ସୁପ୍ରିମ କୋର୍ଟଙ୍କ ଐତିହାସିକ ପଦକ୍ଷେପ; ୧୨ଟି ହାଇ କୋର୍ଟର ଜଜ୍ ପାଇଁ ୬୮ ଜଣଙ୍କ ନାମ ସୁପାରିଶ କରିଛନ୍ତି

ପ୍ରଧାନ ବିଚାରପତି ଏନ.ଭି. ରମନ୍ନା, ଜଷ୍ଟିସ ୟୁୟୁ ଲଲିତ ଓ ଜଷ୍ଟିସ ଏମ ଖାନୱିଲକରଙ୍କୁ ନେଇ ଗଠିତ ତିନି ଜଣିଆ କଲେଜିୟମ ଦ୍ବାରା ୧୨ଟି ହାଇକୋର୍ଟ ପାଇଁ ବିଚାରପତିଙ୍କ ନାମ ସୁପାରିଶ କରାଯାଇଛି ।

ସୁପ୍ରିମ କୋର୍ଟଙ୍କ ଐତିହାସିକ ପଦକ୍ଷେପ; ୧୨ଟି ହାଇ କୋର୍ଟର ଜଜ୍ ପାଇଁ ୬୮ ଜଣଙ୍କ ନାମ ସୁପାରିଶ କରିଛନ୍ତି
ସୁପ୍ରିମ କୋର୍ଟଙ୍କ ଐତିହାସିକ ପଦକ୍ଷେପ
  • News18 Odia
  • Last Updated: September 4, 2021, 3:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶର ହାଇ କୋର୍ଟରେ ବିଚାରପତିଙ୍କ ଅଭାବ ମଧ୍ୟରେ ସୁପ୍ରିମ କୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କ ନେତୃତ୍ୱରେ ଏକ ବେଞ୍ଚ ୧୨ଟି ହାଇ କୋର୍ଟରେ ପଦୋନ୍ନତି ପାଇଁ ୬୮ ଜଣଙ୍କ ନାମ ସୁପାରିଶ କରିଛି । ଅଗଷ୍ଟ ୨୫ ଓ ସେପ୍ଟେମ୍ବର ୧ରେ ବିଚାରପତିଙ୍କ ନାମ ଉପରେ ଆଲୋଚନା ପାଇଁ କଲେଜିୟମ୍ ବୈଠକ ହୋଇଥିଲା । ବିଶେଷ କଥା ହେଉଛି ବିଚାରପତି ହେବା ପାଇଁ ସୁପାରିଶ କରାଯାଇଥିବା ନାମରେ ୧୦ ଜଣ ମହିଳାଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

ପ୍ରଧାନ ବିଚାରପତି ଏନ.ଭି. ରମନ୍ନା, ଜଷ୍ଟିସ ୟୁୟୁ ଲଲିତ ଓ ଜଷ୍ଟିସ ଏମ ଖାନୱିଲକରଙ୍କୁ ନେଇ ଗଠିତ ତିନି ଜଣିଆ କଲେଜିୟମ ଦ୍ବାରା ୧୨ଟି ହାଇକୋର୍ଟ ପାଇଁ ବିଚାରପତିଙ୍କ ନାମ ସୁପାରିଶ କରାଯାଇଛି । ଏଥି ମଧ୍ୟରେ ଆହ୍ଲାବାଦ, ରାଜସ୍ଥାନ, କୋଲକାତା, ଝାଡଖଣ୍ଡ, ଜାମ୍ମୁ କାଶ୍ମୀର, ମାଦ୍ରାସ, ମଧ୍ୟ ପ୍ରଦେଶ, କର୍ଣ୍ଣାଟକ, ପଞ୍ଜାବ ଓ ହରିୟାଣା, କେରଳ, ଛତିଶଗଡ, ଆସାମର ନାମ ରହିଛି । ଅଗଷ୍ଟ ଓ ସେପ୍ଟେମ୍ବର ଆରମ୍ଭରେ ଅନୁଷ୍ଠିତ ଦୁଇଟି ବୈଠକରେ କଲେଜିୟମ ଦ୍ୱାରା ୧୧୨ ଜଣ ପ୍ରାର୍ଥୀଙ୍କ ନାମ ବିଚାର କରାଯାଇଥିଲା ।

ସେଥି ମଧ୍ୟରୁ ୮୮ ଜଣ ବାରରୁ ଓ ୩୧ ଜଣ ନ୍ୟାୟିକ ସେବାରୁ ଆସିଥିଲେ । ୧୨ଟି ହାଇ କୋର୍ଟ ପାଇଁ ସୁପାରିଶ କରାଯାଇଥିବା ନାମ ମଧ୍ୟରୁ ୪୪ଟି ବାରରୁ ହୋଇଥିବାବେଳେ ୨୪ଟି ଜୁଡିସିଆଲ୍ ସର୍ଭିସର । ଗୌହାଟି ହାଇ କୋର୍ଟର ବିଚାରପତିଙ୍କ ପାଇଁ ଅନୁସୂଚିତ ଜନଜାତିରୁ ଆସୁଥିବା ମହିଳା ନ୍ୟାୟିକ ଅଧିକାରୀ ମାର୍ଲୀ ୱାନକଙ୍ଗଙ୍କ ନାମ ସୁପାରିଶ କରାଯାଇଛି । ସେ ମିଜୋରାମରୁ ହାଇ କୋର୍ଟର ପ୍ରଥମ ମହିଳା ବିଚାରପତି ହେବେ । ଏଥି ସହ, ବିବେଚିତ ନାମରେ ଅନ୍ତର୍ଭୁକ୍ତ ୧୬ ଜଣ ପ୍ରାର୍ଥୀଙ୍କ ବିଷୟରେ କଲେଜିୟମ୍ ଅଧିକ ସୂଚନା ମାଗିଛନ୍ତି ।

ଅଗଷ୍ଟ ୧୭ରେ କଲେଜିୟମ ତେଲେଙ୍ଗାନା ହାଇ କୋର୍ଟ ପାଇଁ ସାତ ଜଣ ନାମ ସୁପାରିଶ କରିଥିଲା । ସେହି ଦିନ ସୁପ୍ରିମ କୋର୍ଟର ପାଞ୍ଚ ଜଣିଆ କଲେଜିୟମ ସୁପ୍ରିମ କୋର୍ଟ ବେଞ୍ଚକୁ ପଦୋନ୍ନତି ପାଇଁ ନଅ ନାମ ସୁପାରିଶ କରିଥିଲେ । ଏହି ନଅ ନାମକୁ ତୁରନ୍ତ ସରକାର ଅନୁମୋଦନ କରିଥିଲେ । ଏହି ସପ୍ତାହରେ ପ୍ରଧାନ ବିଚାରପତି ଏକ ସମୟରେ ନଅ ଜଣ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ । ଏହା ସହିତ ଜଷ୍ଟିସ ବି.ଭି ନାଗରତ୍ନା ମଧ୍ୟ ଶପଥ ଗ୍ରହଣ କରିଥିଲେ । ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାକୁ ନାଗରତ୍ନା ଲାଇନରେ ଅଛନ୍ତି । ନୂଆ ବିଚାରପତିଙ୍କ ସହିତ ସୁପ୍ରିମ କୋର୍ଟର ବେଞ୍ଚ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି ।
Published by: Lipina Das
First published: September 4, 2021, 3:29 PM IST