ଭୟଙ୍କର ରୂପ ନେଉଛି 'ଇନାମୋର୍'; ଜାପାନରେ ତାଣ୍ଡବ ରାଚିପାରେ ତାଣ୍ଡବ
- News18 Odia
- Last Updated :
News 18 Digital Odia
ନୂଆଦିଲ୍ଲୀ : ସମୁଦ୍ରରେ ଭୟଙ୍କର ରୂପ ନେଉଛି ମହାବାତ୍ୟା 'ଇନାମୋର୍' । ଚଳିତ ବର୍ଷର ଏହା ସବୁଠାରୁ ବଡ଼ ଶକ୍ତିଶାଳୀ ବାତ୍ୟା ବୋଲି କୁହାଯାଉଛି । ଜାପାନ ଓ ଚୀନ ମୁହାଁ ହେଉଛି 'ଇନାମୋର୍' । ଦକ୍ଷିଣ ଜାପାନର ଉପକୂଳ ସହ ଚୀନର ଉପକୂଳ ଅଞ୍ଚଳ ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି ।
ଏହା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୨୫୭ରୁ ୩୧୪ କିମି ରହିପାରେ । ସମୁଦ୍ରରେ ୫୦ ଫୁଟ୍ ବା ୧୫ ମିଟର ପର୍ଯ୍ୟନ୍ତ ଉଚ୍ଚର ଜୁଆର ଉଠିବା ନେଇ ସମ୍ଭାବନା ରହିଛି । ଅନେକ ଗୁଡ଼ିଏ ଦୀପ ପୁଞ୍ଜରେ ଏହାର ପ୍ରଭାବ ମଧ୍ୟ ବର୍ତ୍ତମାନ ଦେଖିବାକୁ ମିଳିଲାନି । ସ୍ଥଳଭାଗ ଛୁଇଁଲେ ବେଳକୁ ଏହା ଭୀଷଣ ରୂପ ନେବ ବୋଲି ଯାହା ଅନୁମାନ କରାଯାଉଛି । ମହାବାତ୍ୟା 'ଇନାମୋର୍' ଅନେକ କ୍ଷୟକ୍ଷତି କରିପାରେ ବୋଲି ଯାହା ଆଶଙ୍କା କରାଯାଉଛି । ଏହା ୫ ତାରିଖ ବେଳକୁ ଜାପାନ ଉପକୂଳରେ ଛୁଇଁଵ ବୋଲି ଯାହା ଅନୁମାନ କରାଯାଉଛି ଏବଂ ୬ ତାରିଖ ବେଳକୁ ଏହା ନିଷ୍କ୍ରିୟ ହୋଇ ପ୍ରଭାବ କମିଯିବ ବୋଲି ଯାହା ଆଶା କରାଯାଉଛି ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।