ହିନ୍ଦୁରୁ ଖ୍ରୀଷ୍ଟିଆନ.. ପୁଣି ଖ୍ରୀଷ୍ଟିଆନରୁ ହିନ୍ଦୁ; ଧର୍ମ ପରିବର୍ତ୍ତନ କଲେ ଶତାଧିକ ଲୋକେ

କେହି ଜଣେ ଧର୍ମ ପରିବର୍ତ୍ତନ କରିବା ପାଇଁ ଅନେକ ବୁଝାଇବା ପରେ ହିନ୍ଦୁରୁ ଖ୍ରୀଷ୍ଟିଆନ ହୋଇଯାଇଥିଲେ ଶତାଧିକ ଲୋକ । ପୁଣି ସେମାନେ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମକୁ ଫେରିଛନ୍ତି । ପଢନ୍ତୁ ପୂରା ଖବର ।

ହିନ୍ଦୁରୁ ଖ୍ରୀଷ୍ଟିଆନ.. ପୁଣି ଖ୍ରୀଷ୍ଟିଆନରୁ ହିନ୍ଦୁ; ଧର୍ମ ପରିବର୍ତ୍ତନ କଲେ ଶତାଧିକ

ହିନ୍ଦୁରୁ ଖ୍ରୀଷ୍ଟିଆନ.. ପୁଣି ଖ୍ରୀଷ୍ଟିଆନରୁ ହିନ୍ଦୁ; ଧର୍ମ ପରିବର୍ତ୍ତନ କଲେ ଶତାଧିକ

  • News18 Odia
  • Last Updated :
  • Uttar Pradesh, India
  • Share this:
News 18 Odia Digital

ଉତ୍ତରପ୍ରଦେଶ; ଖ୍ରୀଷ୍ଟିଆନ ଧର୍ମରୁ ବିଦାୟ ନେଇ ପୁଣିଥରେ ସନାତନ ଧର୍ମକୁ ଫେରିଲେ ୨୦ଟି ପରିବାରର ଶତାଧିକ ଲୋକେ । ଡିସେମ୍ୱର ୨୫ ବଡ଼ଦିନ ଅବସରରେ ଏପରି କିଛି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବୁଲନ୍ଦ ସହରରେ ।

ଧର୍ମ ପରିବର୍ତ୍ତନ କରିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଲୋକେ ଗରିବଶ୍ରେଣୀର । ଦିନ ମଜୁରିଆ, ଚାଷ ଓ ଛୋଟ ବଡ଼ କମ୍ପାନୀରେ କାର୍ଯଲ୍ୟକରି ଏମାନେ ପରିବାର ପ୍ରତିପୋଷଣ କରନ୍ତି । ଉକ୍ତ ଲୋକଙ୍କ ମଧ୍ୟରୁ କିଛି ଅପାଠୁଆ ଏବଂ ଆଉ କିଛି ଅର୍ଦ୍ଧ ଶିକ୍ଷିତ । ସେମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଖ୍ରୀଷ୍ଟଧର୍ମ ବିଷୟରେ ଭ୍ରାନ୍ତ ଧାରଣା ଦିଆଯାଇ ସେମାନଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ଖ୍ରୀଷ୍ଟିଆନ ପାଦ୍ରୀ ଏପରି କରିଥିବା ଲୋକେ କହିଛନ୍ତି । ବିଶ୍ୱ ହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ଚେତନା ମିଶନର ସଦସ୍ୟମାନେ ଏ ସମ୍ପର୍କରେ ଖବର ପାଇବା ପରେ ଉକ୍ତ ଲୋକଙ୍କ ମନରୁ ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ପ୍ରୟାସ କରିଥିଲେ । ଫଳରେ ଲୋକମାନେ ବୁଝିପାରିଥିଲେ ଯେ, ସେମାନଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରାଯାଇଥିଲା ଏବଂ ଏସବୁ ମଧ୍ୟରେ କୁଚକ୍ରୀ ଗୋଷ୍ଠୀଙ୍କ ହାତ ରହିଛି । ତେଣୁ ସେମାନେ ପୁଣିଥରେ ହିନ୍ଦୁ ଧର୍ମକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ । ସମୁଦାୟ ୧୧୦ରୁ ୧୩୦ଲୋକ ନିଜର ଧର୍ମ ପରିବର୍ତ୍ତନ କରିଥିବା କଥା କହିଛନ୍ତି ବିଜେପି ଏମଏଲଏ ମୀନକ୍ଷୀ ସିଂ ।

ତେବେ, ଖ୍ରୀଷ୍ଟିଆନ ଧର୍ମକୁ ଛାଡି ସନାତନ ଧର୍ମରେ ଯୋଗଦେବା ପାଇଁ ଏକ ସ୍ୱତନ୍ତ୍ର ଯଜ୍ଞର ଆୟୋଜନ କରାଯାଇଥିଲା । ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ସହ ଯଥାବିଧିରେ ପୂଜାର୍ଚ୍ଚନା କରାଯାଇଥିଲା । ପୁଣିଥରେ ହିନ୍ଦୁ ଧର୍ମକୁ ଫେରି ଖୁସି ପ୍ରକଟ କରିଛନ୍ତି ଉଦ୍ଧାର ହୋଇଥିବା ଲୋକେ । ଭବିଷ୍ୟତରେ ଆଉ କାହା କଥାରେ ସେମାନେ ଭ୍ରମିତ ହେବେନାହିଁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୂର୍ବପରି ସେମାନେ ବଂଶାନୁକ୍ରମ ଭାବରେ ହିନ୍ଦୁ ଧର୍ମର ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତ ନିୟମକୁ ମାନି ଚଳିବେ ।

ସୂଚନାଯୋଗ୍ୟ, କେବଳ ଏବେ ନୁହେଁ, ଅନେକ ସମୟରେ ଏପରି ଖବର ସାମ୍ନାକୁ ଆସୁଛି । କିଛିଦିନ ତଳେ ଓଡ଼ିଶାରେ ମଧ୍ୟ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ଏକ ଅବିଭକ୍ତ ଗ୍ରାମାଞ୍ଚଳରେ କିଛି ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରାଯାଉଥିଲା । ହିନ୍ଦୁ ଧର୍ମ ଛାଡି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କଲେ ଅନେକ ଫାଇଦା ମିଳିବ ବୋଲି ଲୋକଙ୍କୁ କୁହାଯାଉଥିଲା । ଗୀତା, ଭାଗବତ ପଢିବା ସ୍ଥାନରେ ସେମାନଙ୍କ ହାତରେ ବାଇବେଲ୍ ଦେଖିବାକୁ ମିଳିଥିଲା । ସ୍ଥାନୀୟ କିଛି ବ୍ୟକ୍ତି ଏ ସମ୍ପର୍କରେ ଖବର ପାଇବା ପରେ ଉକ୍ତ ସ୍ଥାନରେ ଚଢାଉ କରିଥିଲେ । ପରେ ପୋଲିସକୁ ମଧ୍ୟ ଅବଗତ କରାଇଥିଲେ । ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ବୁଝାବୁଝି କରିଥିଲା ।
Published by:Soubhagya Mishra
First published: