News 18 Odia Digital
ନୂଆଦିଲ୍ଲୀ: କାନାଡା (Canada)ରେ ପୁଣି ଥରେ ଏକ ହିନ୍ଦୁ ମନ୍ଦିର (hindu temple)ରେ ଭଙ୍ଗାରୁଜା କରାଯାଇଛି ଏବଂ ମନ୍ଦିରର କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ଲେଖାଯାଇଛି। ଏଥର ଅନଟାରିଓର ୱିଣ୍ଡସୋର(windsor) ସହରରେ ଥିବା ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି। ୱିଣ୍ଡସୋରର ପୋଲିସ(police) ଏଭଳି ଘୃଣ୍ୟ ଘଟଣା ଘଟାଇଥିବା ଦୁଇ ଅପରାଧୀଙ୍କୁ ଖୋଜିବା ସହିତ ଏନାଇ ଅଧିକ ତଦନ୍ତ କରୁଛି।
ୱିଣ୍ଡସୋର ପୋଲିସ ଦେଇଥିବା ଏକ ବୟାନରେ କହିଛି ଯେ 'ଏପ୍ରିଲ 5, 2023 ରେ ଏଭଳି ଘୃଣ୍ୟ ବର୍ବରତା ଘଟଣାର ଖବର ପାଇବା ପରେ ନର୍ଥୱେ ଆଭେନ୍ୟୁର 1700 ବ୍ଲକ ଅନ୍ତର୍ଗତ ଏକ ହିନ୍ଦୁ ମନ୍ଦିରରେ ପୋଲିସ ଅଧିକାରୀମାନେ ପହଞ୍ଚିଥିଲେ। ପୋଲିସ ଅଧିକାରୀମାନେ ମନ୍ଦିରର ବାହାର କାନ୍ଥରେ କଳା ରଙ୍ଗରେ ହିନ୍ଦୁ ବିରୋଧୀ ଏବଂ ଭାରତ ବିରୋଧୀ ସ୍ଲୋଗାନ ଲେଖା ଯାଇଥିବା ଦେଖିବାକୁ ପାଇଥିଲେ।
ଜାଞ୍ଚ୍ ସମୟରେ ପୋଲିସ ଅଧିକାରୀମାନେ ଏକ ଭିଡିଓ ପାଇଥିଲେ, ଯେଉଁଥିରେ ଦୁଇ ସନ୍ଦିଗ୍ଧ ବ୍ୟକ୍ତି ରାତି 12ଟା ପରେ ମନ୍ଦିର ପାଖରେ ଦେଖିବାକୁ ମିଳୁଛନ୍ତି। ପୋଲିସ କହିଛି ଯେ, 'ଭିଡିଓରେ ଜଣେ ସନ୍ଦିଗ୍ଧ ମନ୍ଦିରର କାନ୍ଥକୁ ଭଙ୍ଗାରୁଜା କରୁଥିବା ବେଳେ ଅନ୍ୟ ଜଣେ ସବୁଆଡକୁ ନଜର ରଖିଛି।'
ହିନ୍ଦୁ ମନ୍ଦିର ଭଙ୍ଗାଯିବା ଏବଂ ଏହାର କାନ୍ଥରେ ଭାରତୀୟ ବିରୋଧୀ ସ୍ଲୋଗାନ ଲେଖାଯିବା ଏହା କାନାଡାରେ ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଫେବୃଆରୀରେ କାନାଡାର ମିସିସାଉଗାରେ ଥିବା ରାମ ମନ୍ଦିରକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା ଏବଂ ମନ୍ଦିର କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ଲେଖାଯାଇଥିଲା। ଟୋରଣ୍ଟୋରେ ଥିବା ଭାରତର ମହାବାଣିଜ୍ୟ ଦୁତାବାସ ହିନ୍ଦୁ ମନ୍ଦିରରେ ଘଟିଥିବା ଘଟଣାକୁ ନିନ୍ଦା କରିବା ସହ ଘଟଣାର ତଦନ୍ତ କରିବାକୁ ଏବଂ ଅପରାଧୀଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାନାଡା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।
ଜାନୁଆରୀରେ, ବ୍ରମ୍ପଟନ(Brampton)ରେ ଥିବା ଏକ ହିନ୍ଦୁ ମନ୍ଦିରରେ ମଧ୍ୟ ଭାରତ ବିରୋଧୀ ସ୍ଲୋଗାନକୁ ବିଜ୍ଞାପିତ କରାଯାଇଥିଲା ଯାହାକୁ ନେଇ ଭାରତୀୟ ସମ୍ପ୍ରଦାୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଟୋରୋଣ୍ଟୋରେ ଥିବା ମହାବାଣିଜ୍ୟ ଦୁତାବାସ ଗୌରୀ ଶଙ୍କର ମନ୍ଦିରରେ ହୋଇଥିବା ଭଙ୍ଗାରୁଜାକୁ ନିନ୍ଦା କରି କହିଛନ୍ତି ଯେ ଏହି କାର୍ଯ୍ୟ କାନାଡାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଲୋକମାନଙ୍କ ଭାବନାକୁ ଗଭୀର ଭାବେ ଆଘାତ ଦେଇଛି। ଏହା ସହିତ ବ୍ରମ୍ପଟନ୍ ମେୟର (mayor) ପାଟ୍ରିକ୍ ବ୍ରାଉନ୍ (Patrick Brown) ମଧ୍ୟ ମନ୍ଦିରରେ କରାଯାଇଥିବା ଭଙ୍ଗାରୁଜାକୁ ଦୃଢ ନିନ୍ଦା କରିଛନ୍ତି।
ଏହି ଖବର ପଢ଼ନ୍ତୁ -
ମତେ ଭାଇରାଲ୍ ଫିଭର୍ ହେଇଗଲାଣି- ଅଭିନେତ୍ରୀ ପ୍ରକୃତି ମିଶ୍ରPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।