News 18 Odia Digital
ନୂଆଦିଲ୍ଲୀ: ଯଦି ପ୍ରେମ (love) ସତ୍ୟ ତେବେ ଜାତି ଓ ଧର୍ମର ପ୍ରତିବନ୍ଧକ ଏହାକୁ ରୋକି ପାରିବ ନାହିଁ । ବିହାର (bihar)ର ଛପରାଠାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ମୁସଲମାନ ଝିଅ ଜଣେ ହିନ୍ଦୁ ପୁଅକୁ ଭଲ ପାଉଥିଲା ଓ ସମାଜକୁ ଏହି ପ୍ରେମ ଆଗରେ ମୁଣ୍ଡ ନୁଆଇଁବାକୁ ପଡିଲା । କେବଳ ଏତିକି ନୁହେଁ, ଗ୍ରାମ ପଞ୍ଚାୟତ ଏହି ପ୍ରେମକୁ ସାମାଜିକ ସ୍ୱୀକୃତି ଦେଇଥିଲା ଏବଂ ଉଭୟ ଗ୍ରାମବାସୀଙ୍କ ଉପସ୍ଥିତିରେ ବିବାହ (marriage) ସମ୍ପନ୍ନ ହୋଇଥିଲା । ତେବେ ବିବାହ ପୂର୍ବରୁ ଦୁହେଁ ଗାଁରୁ ପଳାଇ ଯାଇଥିଲେ ।
ଉଭୟଙ୍କ ଫେରାର ହେବା ନେଇ ଦୀର୍ଘ ଦିନ ଧରି ଗାଁରେ ଉତ୍ତେଜନା ଦେଖାଦେଇଥିଲା, କିନ୍ତୁ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ଓ ଲୋକମାନେ ଉଭୟଙ୍କ ଭାବନାକୁ (thinking) ବୁଝିପାରିଥିଲେ । ତା’ପରେ ବିବାହ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ଏବଂ ଉଭୟଙ୍କୁ ଡକାଯାଇ ବିବାହ କରାଯାଇଥିଲା । ସୋମବାର ଦିନ ଛପରାର ଗରଖରେ ବହୁ ସଂଖ୍ୟାରେ ଲୋକ ଏହି ବିବାହ ଉତ୍ସବରେ (marriage party) ସାମିଲ ହୋଇଥିଲେ । ଖୁସିର ସହ ସମସ୍ତେ ଏହି ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସୂଚନା ଅନୁଯାୟୀ, ରିନା ପ୍ରସାଦଙ୍କ ପୁଅ ରାଜା ବାବୁ ଓ ସାବୀର ଅଲି ଶାହାଙ୍କ ଝିଅ ନିଶା ସ୍କୁଲ ସମୟରୁ (school time) ପ୍ରେମ କରି ବସିଥିଲେ । ଗତ ୨ ବର୍ଷ ମଧ୍ୟରେ ପ୍ରେମ ସମ୍ପର୍କ ଗଭୀର ହୋଇଯାଇଥିଲା । ଦିନେ ଦୁହେଁ ସୁଯୋଗ ଦେଖି ଗାଁରୁ ପଳାଇ ଯାଇଥିଲେ । ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା, କିନ୍ତୁ ପରେ ଗ୍ରାମ ପଞ୍ଚାୟତ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରି ଉଭୟ ପରିବାରଙ୍କ (family) ମଧ୍ୟରେ କଥାବାର୍ତ୍ତା ଜାରି ରଖି ଉଭୟଙ୍କ ପ୍ରେମକୁ ସ୍ୱୀକୃତି ଦେବାକୁ ରାଜି ହୋଇଥିଲେ । ଝିଅଟି ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବାକୁ ରାଜି ହୋଇଥିଲା । ତାପରେ ଗରଖାରେ ଉଭୟଙ୍କ ବିବାହ କରାଯାଇଥିଲା ।
ପୁଅର ମାଆ ପଞ୍ଚାୟତର ଏପରି ପଦକ୍ଷପକୁ ପ୍ରଶଂସା କରିଥିଲେଏହି ବିବାହକୁ ନେଇ ଗାଁର ଲୋକମାନେ ବହୁତ ଉତ୍ସାହିତ ଦେଖାଯାଉଥିଲେ । ଲୋକମାନେ କହିଛନ୍ତି ଯେ, ଯଦି ଉଭୟଙ୍କ ସମ୍ମତି ଅଛି, ତେବେ ଗାଁ ପଞ୍ଚାୟତର କୌଣସି ଅସୁବିଧା ନାହିଁ । ଏହି ବିବାହରେ ରାଜା ବାବୁଙ୍କ ମାଆ ଚନ୍ଦା ଦେବୀ ମଧ୍ୟ ଯୋଗ ଦେଇଥିଲେ । ସେ କହିଛନ୍ତି ଯେ, ଏହି ବିବାହରେ ସେ ଖୁସି ଅଛନ୍ତି ଓ ଗ୍ରାମ ପଞ୍ଚାୟତକୁ ପ୍ରଶଂସା କରୁଛୁ, କାରଣ ସେମାନେ କେବଳ ଏହି ବିବାହକୁ ସ୍ୱୀକୃତି ଦେଇନାହାଁନ୍ତି ବରଂ ଏହି ବିବାହରେ ମଧ୍ୟ ଭାଗ ନେଇଥିଲେ । ଏଥି ସହିତ ଝିଅର ପରିବାର ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।
ଏହି ଖବର ପଢ଼ନ୍ତୁ -
http://ମହିଳାଙ୍କୁ ନୂଆ ପରିଚୟ ଦେଇଛି ମିଶନ ଶକ୍ତି: ବେତ ତିଆରି ସାମଗ୍ରୀ ବିକି ସ୍ୱାବଲମ୍ବୀPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।