ଏହାକୁ ଜଳାଇବ? ନେହୁରଙ୍କ ଫଟୋ ସେୟାର କରି କଂଗ୍ରେସକୁ ପ୍ରଶ୍ନ କଲେ ଆସାମ CM

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଏକ ଫଟୋ ସେୟାର କରି ଏହାକୁ ଜଳାଇବ କି ବୋଲି କଂଗ୍ରେସକୁ ପ୍ରଶ୍ନ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।

ଆସାମ ମୁଖ୍ୟମନ୍ତ୍ରୀ (ପ୍ରତୀକାତ୍ମକ ଛବି)

ଆସାମ ମୁଖ୍ୟମନ୍ତ୍ରୀ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: ନିକଟରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ଫଟୋ ସେୟାର କରିଛନ୍ତି।  ଏହି ଫଟୋରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏକ ଛୋଟ ପ୍ୟାଣ୍ଟରେ ପିନ୍ଧିଥିବାର ଦେଖିବାକୁ ମିଳିଛି। ଫଟୋ ପୋଷ୍ଟ କରିବା ସମୟରେ ହିମନ୍ତ ଶର୍ମା କଂଗ୍ରେସକୁ ପଚାରିଛନ୍ତି ଯେ ଆପଣ ମଧ୍ୟ ଏହାକୁ ଜାଳି ଦେବେ କି?

ମୁଖ୍ୟମନ୍ତ୍ରୀ ସେୟାର କରିଥିବା ଫଟୋରେ ନେହେରୁ ଆରଏସଏସର ଖାକି ୟୁନିଫର୍ମରେ ନୁହେଁ ବରଂ କଂଗ୍ରେସର ସେବା ଦଳର ୟୁନିଫର୍ମରେ ଦେଖାଯାଉଛନ୍ତି। ପୂର୍ବରୁ ମଧ୍ୟ ନେହେରୁଙ୍କ ଏଭଳି ଚିତ୍ର ପ୍ରାୟତଃ ଭାଇରାଲ୍ ହୁଏ ଯେ ନେହେରୁ ଖାକି ପିନ୍ଧିଥିଲେ ଓ ଏକ RSS ବୈଠକରେ ଯୋଗ ଦେଇଥିଲେ।

କିଛି ଦିନ ପୂର୍ବରୁ କଂଗ୍ରେସ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଥିଲା। ଯେଉଁଥିରେ ଏକ ଖାକି ପ୍ୟାଣ୍ଟରେ ନିଆଁ ଲାଗିଥିବାର ନଜର ଆସିଥିଲା। ଏହାକୁ ବିଜେପି RSS ପ୍ରତି ଅପମାନିତ କହି କଂଗ୍ରେସକୁ ଟାର୍ଗେଟ କରିଥିଲା। ଏହି ଟ୍ୱିଟକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହୋଇଥିଲା। କିନ୍ତୁ ଏହା କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନୁହେଁ ବୋଲି କହିଥିଲେ କଂଗ୍ରେସ ନେତା।

ନେହେରୁଙ୍କ ଏଭଳି ଚିତ୍ର ଅନେକ ଥର ଯାଞ୍ଚ ହୋଇଥିବାରୁ ହିମନ୍ତ ବିଶ୍ୱ ଶର୍ମାଙ୍କ ଟ୍ୱିଟ ଭାଇରାଲ ହେଉଛି।
Published by:Soumya Das
First published: