୩% ବଢ଼ିଲା କର୍ମଚାରୀଙ୍କ DA; ମହିଳାଙ୍କୁ ମିଳିବ ମାସକୁ ୧୫୦୦ ଟଙ୍କା

ବଢ଼ିଲା DA, ବଢିଲା ମହିଳାଙ୍କ ଭତ୍ତା । ମହିଳା ଓ ସରକାରୀ କର୍ମଚାରୀଙ୍କୁ ଉପହାର ଦେଲେ ସରକାର।

ମହିଳାଙ୍କୁ ମିଳିବ ମାସକୁ ୧୫୦୦ ଟଙ୍କା

ମହିଳାଙ୍କୁ ମିଳିବ ମାସକୁ ୧୫୦୦ ଟଙ୍କା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

7th Pay Commission: ମହିଳା(Women) ଓ ସରକାରୀ କର୍ମଚାରୀ(Govt Emplyoee)ଙ୍କ ପାଇଁ ଖୁସି ଖବର । ଏଣିକି ପ୍ରତି ମାସ ସବୁ ମହିଳାଙ୍କ ଖାତାକୁ ଆସିବ ୧୫୦୦ଟଙ୍କା । କେବଳ ସେତିକି ନୁହେଁ ସମସ୍ତ  ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA Hike) ୩ ପ୍ରତିଶତକୁ ବୃଦ୍ଧି ହୋଇଛି ।

କେନ୍ଦ୍ର ସରକାର ଓ ରାଜ୍ଯ ସରକାର ମହିଳାମାନଙ୍କ ଉନ୍ନତି ପାଇଁ ଅନେକ ଯୋଜନା ଲାଗୁ କରିଛନ୍ତି । ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଅନେକ ଭତ୍ତା ମଧ୍ଯ ଯୋଗାଇଦେଉଛନ୍ତି । ଏହି କ୍ରମରେ ହିମାଚଳପ୍ରଦେଶ ସରକାର ମହିଳାମାନଙ୍କୁ ଉପହାର ଦେଇଛନ୍ତି । ମୁଖ୍ଯମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଶନିବାର ୭୬ତମ ହିମାଚଳ ଦିବସ ଅବସରରେ ରାଜ୍ଯର ସବୁ କର୍ମଚାରୀ ଓ ମହିଳାମାନଙ୍କ ଉଦ୍ଦେଶ୍ଯରେ ଏହି ବଡ଼ ଘୋଷଣା କରିଛନ୍ତି ।

ଏହି ବୃଦ୍ଧି ପରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତ ବଢି ୩୪ ପ୍ରତିଶତରେ ପହଞ୍ଚିଛି । ଯେଉଁଥିରେ ପ୍ରାୟ ୨.୧୫ ଲକ୍ଷ କର୍ମଚାରୀ ଓ ୧.୯୦ ଲକ୍ଷ ପେନସନଧାରୀ ଉପକୃତ ହେବେ । ସରକାରଙ୍କ ତରଫରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁସାରେ, ଏହି ନିଷ୍ପତ୍ତି ପରେ ରାଜ୍ଯ ବଜେଟ ଉପରେ ପାଖାପାଖି ୫୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିି଼ବ ।

Aadhar ରେ ନିଜ ଫଟୋ ଭଲ ଲାଗୁନି କି? ଘରେ ବସି ଏମିତି ବଦଳାନ୍ତୁ


ପୂର୍ବ ବର୍ଷ ନିର୍ବାଚନ ସମୟରେ ମହଙ୍ଗା ଭତ୍ତା ବାବଦରେ ଘୋଷଣା କରିଥିବା ମୁଖ୍ଯମନ୍ତ୍ରୀ ସୁଖୁଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବେଶ ଖୁସି ଅଛନ୍ତି ରାଜ୍ଯବାସୀ । ଆହୁରି ମଧ୍ଯ ଘୋଷଣା ଅନୁସାରେ, ପ୍ରାୟ ୯ ହଜାର ମହିଳାଙ୍କୁ ମାସିକ ୧୫୦୦ଟଙ୍କା ପ୍ରଦାନ କରାଯିବ, ଯାହା ୨୦୨୩ ଜୁନରୁ ଆରମ୍ଭ କରାଯିବ ।

ଏସବୁ ବ୍ୟତୀତ ହିମାଚଳ ପ୍ରଦେଶ ସରକାର ୫୦ ବେଡ଼ଯୁକ୍ତ ସାମୁଦାୟିକ ସ୍ୱାସ୍ଥ୍ଯ କେନ୍ଦ୍ର ଓ କାଜାରେ ଏକ କଲେଜ ଖୋଲିବା ନେଇ ଘୋଷଣା କରିଛନ୍ତି । ତା ସହ ସ୍ପିତି ଘାଟି ନିକଟରେ ବିମାନ ବନ୍ଦରର ବିକାଶ ପାଇଁ ରକ୍ଷା ମନ୍ତ୍ରାଣଳୟକୁ ଚିଠି ଲେଖିବେ ବୋଲି କହିଛନ୍ତି । କାଜା ନିକଟରେ ରାଜୀବ ଗାନ୍ଧି ଡେ ବୋର୍ଡିଂ ସ୍କୁଲ ସ୍ଥାପିତ କରିବା ପାଇଁ ଜମି ଚିହ୍ନଟ ହୋଇସାରିଛି ବୋଲି ମୁଖ୍ଯମନ୍ତ୍ରୀ ସ୍ପଷ୍ଟ  କରିଛନ୍ତି ।

ହିମାଚଳ ପ୍ରଦେଶ ସରକାରଙ୍କ ବ୍ୟତୀତ ଅନ୍ୟ ରାଜ୍ଯ ମାନଙ୍କରେ ମହଙ୍ଗା ଭତ୍ତା ବୃଦ୍ଧି ନେଇ ବିଚାର ହେଉଛି । କେନ୍ଦ୍ର ସରକାର ନିଜ କର୍ମଚାରୀମାନଙ୍କ ଓ ପେନସନଧାରୀଙ୍କକ ୪୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ନିକଟରେ ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କର ୪ପ୍ରତିଶତ ଭତ୍ତା ବୃଦ୍ଧି କରିଛନ୍ତି ।
Published by:Soumya Das
First published: