ସୋମବାର ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ନିମ୍ନ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଚାମ୍ବା ଜିଲ୍ଲାର ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଅବସ୍ଥିତ । ଭୂକମ୍ପର ତୀବ୍ରତା ୨.୫ ରହିଛି ।
News 18 Odia Digital
ନୂଆଦିଲ୍ଲୀ; ସୋମବାର ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ନିମ୍ନ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ । ଭୂକମ୍ପ ଝଟକା ପରେ ଭୟରେ ଲୋକମାନେ କିଛି ସମୟ ପାଇଁ ଘରୁ ବାହାରକୁ ଚାଲି ଆସିଥିଲେ ।
ସକାଳ ୭.୧୦ ରେ ଜିଲ୍ଲା ତଥା ଏହାର ଆଖପାଖରେ ଏହି ଭୂକମ୍ପ ଅନୁଭୂତ ହୋଇଛି ବୋଲି ପାଣିପାଗ ବିଭାଗର ଅଧିକାରୀମାନେ କହିଛନ୍ତି । ବିଭାଗ କହିଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ଚାମ୍ବା ଜିଲ୍ଲାର ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଅବସ୍ଥିତ । ଭୂକମ୍ପର ତୀବ୍ରତା ୨.୫ ରହିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।