ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା; ଗଲାଣି ୩ ଜଣଙ୍କ ଜୀବନ; ୧୦ରୁ ଅଧିକ ନିଖୋଜ

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା; ଗଲାଣି ୩ ଜଣଙ୍କ ଜୀବନ; ୧୦ରୁ ଅଧିକ ନିଖୋଜ

ବନ୍ୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୧୦ ଜଣରୁ ଅଧିକଙ୍କର କୌଣସି ଖୋଜ ଖବର ମିଳୁନାହିଁ। ପାଣିରେ ଭାସି ଯାଇ ୨ଜଣ ଆହତ ହୋଇଛନ୍ତି।

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା; ଗଲାଣି ୩ ଜଣଙ୍କ ଜୀବନ; ୧୦ରୁ ଅଧିକ ନିଖୋଜ
କୁଲ୍ଲୁରେ ବନ୍ୟା ଯୋଗୁଁ ନାଳରେ ଗାଡ଼ି ଫସି ଯାଇଛି (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସିମଲା: ହିମାଚଳ ପ୍ରଦେଶରେ ୨୪ ଘଣ୍ଟା ଲଗାତାର ବର୍ଷା କାରଣରୁ ଭୂସ୍ଖଳନ ସହିତ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ବର୍ତ୍ତମାନ ସୁଦ୍ଧା ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ସାତ ଜଣଙ୍କର କୌଣସି ଖୋଜ ଖବର ମିଳୁନାହିଁ। ପାଣିରେ ଭାସି ଯାଇ ୨ଜଣ ଆହତ ହୋଇଛନ୍ତି। ଗୁରୁତର ହୋଇଥିବା ଜଣେ ବ୍ୟକ୍ତିଙ୍କୁ କୁଲ୍ଲୁ ପଠା ଯାଇଛି। ଚମ୍ବାରେ ପାହାଡ଼ ଭାଙ୍ଗି ଜଣଙ୍କର ମୃତ୍ୟୁ ହୋଇଛି। ପଠାନକୋଟ-ଚମ୍ବା ଜାତୀୟ ରାଜପଥରେ ଚଳାଚଳ ବନ୍ଦ ରହିଛି।

କୁଲ୍ଲୁରେ ମା-ପୁଅ ସହ ୪ ଜଣ ନିଖୋଜ

କୁଲ୍ଲୁ ଜିଲ୍ଲାରେ ପାର୍ବତୀ ନଦୀ ସହ ଯୋଡ଼ି ହୋଇଥିବା ବ୍ରହ୍ମା ଗଙ୍ଗା ନାଳରେ ପୁନମ(୨୫) ଓ ପୁଅ ନିକୁଞ୍ଜ(୪)ଙ୍କ ସହ ଦିଲ୍ଲୀର ୨ଜଣ ମହିଳା ଟୁରିଷ୍ଟ ଭାସି ଯାଇଛନ୍ତି। ଏମାନଙ୍କ ବାବଦରେ ଏବେ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରୁ ନାହିଁ। ମଣିକର୍ଣ୍ଣର ଗୋଟିଏ ଲୋକ ମଧ୍ୟ ନିଖୋଜ ଅଛି।

ବାଦଲ ଫଟା ବର୍ଷା ଯୋଗୁଁ ଉଦୟପୁରରେ ମଙ୍ଗଳବାର ରାତି ୮ଟାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜ୍ୟ ବିପର୍ଯ୍ୟସ୍ତ ବିଭାଗ ପକ୍ଷରୁ ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ ବନ୍ୟା ଯୋଗୁଁ ଶ୍ରମିକମାନଙ୍କର ୨ଟି ଟେଣ୍ଡ ଓ ଜେସିପି ଭାସି ଯାଇଛି। ଜଣେ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି। ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ରାଜ୍ୟ ପୋଲିସ ଓ ଆଇଟିବିପିର ଟିମକୁ ପଠାଯାଇଛି।

ଜିଲ୍ଲାପାଳ ଲାହୋଲ ସ୍ପିତି ନୀରଜ କୁମାର କହିଛନ୍ତି ଯେ ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହେତୁ ତାଣ୍ଡି-ଉଦୟପୁର ରାସ୍ତାରେ ଥିବା ଟୋଜିନ୍ ଡ୍ରେନରେ ଦୁଇଟି ଗାଡ଼ି ଭାସି ଯାଇଛି। ସେଥିମଧ୍ୟରୁ ଗୋଟିଏ ପାଙ୍ଗି ଏବଂ ଅନ୍ୟଟି ଜଲମା ଆଡ଼କୁ ଯାଉଥିବାର ଦେଖାଯାଇଛି। ବିଆରଓର ଜଣେ ଲୋକକୁ ଉଦ୍ଧାର କରି କୁଲୁ ଡାକ୍ତରଖାନାକୁ ପଠାଇଛି। ଭାସି ଯାଇଥିବା ଗାଡ଼ିଗୁଡ଼ିକ ଉଦ୍ଧାର କରାଯାଇ ପାରି ନାହିଁ। ଉଦ୍ଧାର ପାଇଁ ମାଣ୍ଡିଆରୁ ଏନଡିଆରଏଫ ଟିମକୁ ଡକାଯାଇଛି।

ବନ୍ୟା ଯୋଗୁଁ ଲେହ ରାଜପଥ ବନ୍ଦ

ପ୍ରବଳ ବର୍ଷା ଯୋଗୁଁ କିଲଙ୍ଗରୁ ଜିସପା-ଲେହ ରାସ୍ତା ମଧ୍ୟ ନଷ୍ଟ ହୋଇଯାଇଛି। ଲେହକୁ ଆସୁଥିବା ଲୋକଙ୍କ ପାଇଁ ବିକଳ୍ପ ରାସ୍ତା ତିଆରି ହୋଇଛି। କିନ୍ତୁ କେବଳ ଛୋଟ ଯାନ ଏହି ରାସ୍ତା ଦେଇ ଯାଇପାରିବ। ଲେହ ଓ ମନାଲି ଟ୍ୟାକ୍ସି ୟୁନିୟନକୁ ମନାଲି ଲେହରେ ୱେବରେ ଯାତ୍ରା ନ କରିବାକୁ ଅନୁରୋଧ କରାଯାଇଛି। ଏସିପି ମନଭ ୧୦ ଜଣ ନିଖୋଜ ହେଇଥିବା ନେଇ ସ୍ପଷ୍ଟ କରିଛନ୍ତି।

୧୨ ଘଣ୍ଟା ମଧ୍ୟରେ ହିମାଚଳର ଧର୍ମଶାଳାରେ ଅଧିକ ବର୍ଷା ହୋଇଛି। ଏଠାରେ ୧୦୧ ମିଲିମିଟର ବର୍ଷା ହୋଇଥିବାର ଆକଳନ କରାଯାଇଛି। ସୀମଲାରେ ୬୯, କାଙ୍ଗଡାରେ ୬୭, ମଣ୍ଡିରେ ୬୨, କୁଫରିରେ ୭୦, ସୋଲନରେ ୪୬ ଓ ନାହାନରେ ୫୮ମିଲିମିଟର ବର୍ଷାର ଆକଳନ କରାଯାଇଛି। ହିମାଚଳରେ ମୌସୁମୀ ସମୟରେ ୨୦୦ ଲୋକଙ୍କ ଜୀବନ ଯାଇଥିଲା। ୨୫ଜୁଲାଇ ସୁଦ୍ଧା ପ୍ରାୟ ୧କୋଟିରୁ ଅଧିକ ଟଙ୍କା ମଧ୍ୟ ନଷ୍ଟ ହୋଇସାରିଛି।
Published by: Soumya Das
First published: July 28, 2021, 2:03 PM IST