News 18 Odia Digital
ମେଦିନୀପୁର: ମଧ୍ୟାହ୍ନ ଭୋଜନ ପ୍ରକଳ୍ପ ଆରମ୍ଭ ହେବା ପରଠାରୁ ଏହା ବାବଦରେ ଅନେକ ଅଭିଯୋଗ ରହିଛି । ଏହି ଅଭିଯୋଗ ଗୁଡିକ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି । କେବେକେବେ ଖାଦ୍ୟରେ କୀଟପତଙ୍ଗ ଏଵଂ ଝିଟିପିଟି ମଧ୍ୟ ମିଳିଥାଏ। ଅନେକ ସମୟରେ ପିଲାମାନେ ସେହି ଖାଦ୍ୟ ଖାଇବା ପରେ ଅସୁସ୍ଥ ହେବାର ଅଭିଯୋଗ ମଧ୍ୟ ରହିଛି । ବିଭିନ୍ନ ସ୍ଥାନରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇବା ପାଇଁ ସ୍ଥାନୀୟ ବାସିନ୍ଦା ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ବିରୋଧ ମଧ୍ୟ କରନ୍ତି। ତେବେ ଏତେ ଅସୁବିଧା ହେବା ସତ୍ତ୍ୱେ କିଛି ପରିବର୍ତ୍ତନ ହୋଇନାହିଁ ବୋଲି ଅଭିଯୋଗ ରହିଛି ।
ରାଜ୍ୟର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରୁ ଏକାଧିକ ଅଭିଯୋଗ ଆସିଛି, କିନ୍ତୁ ନିକଟରେ କୋଲକାତା ସହରର ହଳଦିଆ ସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀମାନେ ଇଲିସି ମାଛ (ହିଲସା ମାଛ) ଖାଇଥିଲେ। ଗତ ଦୁଇ ବର୍ଷ ପରେ ବଜାରରେ ଇଲିସି ମାଛ ପ୍ରଚୁର ପରିମାଣରେ ମିଳୁନଥିଲା। ଇଲିସି ମାଛର ମୂଲ୍ୟ ବହୁ ଅଧିକ ଥାଏ। ପୂର୍ବ ମେଦିନୀପୁର ଜିଲ୍ଲାର ନନ୍ଦକୁମାର ପୋଲିସ ଷ୍ଟେସନର ମାନସନ୍ତୋଶ ପାର୍ଟ ମୌଳିକ ବିଦ୍ୟାଳୟର ୭ ଜଣ ଶିକ୍ଷକ ସେମାନଙ୍କ ଦରମାରୁ ଟଙ୍କା ଆଦାୟ କରି ୧୮୫ ଛାତ୍ରଛାତ୍ରୀଙ୍କୁ ମାଛ ଖାଇବାକୁ ଦେଇଥିଲେ। ସେମାନେ ୧୫ ହଜାର ଟଙ୍କାରେ ୧୫ କିଲୋଗ୍ରାମ ଇଲିସି ମାଛ କିଣିଥିଲେ ଏବଂ ସେମାନଙ୍କ ପ୍ରିୟ ଛାତ୍ରଛାତ୍ରୀମାନଙ୍କୁ ଇଲିସି ଖାଇବାକୁ ଦେଇଥିଲେ।
ସେହି ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଶାନ୍ତ କୁମାର ବେରା କହିଛନ୍ତି ଯେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଅନ୍ୟ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଇଲିସି ମାଛ ଖାଇବାକୁ ଦେବା ପାଇଁ ବ୍ୟବସ୍ଥା କରିଥିଲେ। ସେ କହିଥିଲେ ଯେ "ଆମେ ଦିନର ଅଧିକାଂଶ ସମୟ ବିଦ୍ୟାଳୟରେ ବିତାଇଥାଉ। ତେଣୁ ଆମେ ଭାବୁଥିଲୁ ଯଦି ଆମେ ଗୋଟିଏ ଦିନର ମଧ୍ୟାହ୍ନ ଭୋଜନ ମେନୁ ବଦଳାଇ ସେମାନଙ୍କୁ ଖୁସି କରିପାରିବା, ତେବେ ସେଇ ସୁଯୋଗକୁ ହାତଛଡ଼ା ନକରି ଆମେ ପୂଜା ପୂର୍ବରୁ ସେମାନଙ୍କୁ ଇଲିସି ମାଛ ଖାଇବାକୁ ଦେବା ବ୍ୟବସ୍ଥା କରିଥିଲୁ।
ପୂଜା ଛୁଟି ଘଣ୍ଟି ବାଜିବା ପୂର୍ବରୁ ଛାତ୍ରମାନେ ଇଲିସି ମାଛ ଖାଇ ବହୁତ ଖୁସି ଥିଲେ। ଏହି ମେନୁ ବିଷୟରେ ଜଣେ ଛାତ୍ର କହିଛି ଯେ "ଅନ୍ୟ ଦିନରେ ଆମେ ପନିପରିବା, ମାଛ କିମ୍ବା ଅଣ୍ଡା ଖାଇଥାଉ। କିନ୍ତୁ ଆଜି ଶିକ୍ଷକମାନେ ସମସ୍ତେ ଆମକୁ ଇଲିସି ମାଛ ଖାଇବା ଦେଇଥିଲେ। ଆମକୁ ଏହା ବହୁତ ଭଲ ଲାଗିଥିଲା। ଏହି ମାଛ ସହିତ ଆଳୁ ତରକାରୀ ଏବଂ ଚଟନି ମଧ୍ୟ ଥିଲା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।