ସିଟ୍ରେ ବସିବାକୁ ନେଇ ଝଗଡ଼ା ପରେ ହାଇ ସ୍କୁଲ୍ ଛାତ୍ର ନିଜ ସାଥିକୁ କ୍ଲାସ୍ରେ ଗୁଳି ମାରି ହତ୍ୟା କଲା
କ୍ଲାସରେ ବସିଥିବା ଛାତ୍ରଛାତ୍ରୀମାନେ ଯେତେବେଳେ ଦେଖିଲେ ଯେ ସେମାନଙ୍କର ଜଣେ ସହପାଠୀ ହିଁ ଆଉ ଜଣେ ସହପାଠୀ ଉପରେ ଗୁଳି ଚଳାଇଛି, ସେମାନେ ଭୟରେ ନିଜ ନିଜ ସିଟରୁ ଉଠି ଦୌଡ଼ି ପଳେଇବା ଆରମ୍ଭ କରିଥିଲେ ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: December 31, 2020, 7:28 PM IST
ବୁଲନ୍ଦଶହର: ଶ୍ରେଣୀଗୃହ ଭିତରେ ଫୁଟିଲା ଗୁଳି । ଜଣେ ଛାତ୍ର ହିଁ ଚଳେଇଲା ଗୁଳି, ଆଉ ସେହି ଗୁଳିରେ ମୃତ୍ୟୁ ବରଣ କଲା ତା’ର ଜଣେ ସହପାଠୀ । ଗୁଳି ଶବ୍ଦ ଓ ଆହତ ଛାତ୍ରର ଚିତ୍କାରରେ କମ୍ପି ଉଠିଲା ସ୍କୁଲର ଦଶମ ଶ୍ରେଣୀ କକ୍ଷ । ଯେତେବେଳେ ଅଭିଯୁକ୍ତ ଛାତ୍ର ଜଣକ ନିଜ ସହପାଠୀ ଉପରକୁ ଗୁଳି ଚଳାଇଥିଲା, ସେତେବେଳେ ଜଣେ ଶିକ୍ଷକ ସେହି ଶ୍ରେଣୀରେ ଶିକ୍ଷାଦାନ କରୁଥିଲେ ।
ଏହି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ବୁଲନ୍ଦଶହର ଜିଲ୍ଲାରେ । ଆଜି ଦଶମ ଶ୍ରେଣୀର ଜଣେ ଛାତ୍ର କ୍ଲାସରେ ଶିକ୍ଷକ ପଢାଉଥିବା ବେଳେ ହଠାତ୍ ନିଜର ଜଣେ ସହପାଠୀକୁ ଗୁଳି କରି ହତ୍ୟା କରିଛି । ହଠାତ୍ ଦୁଇ ଥର ଗୁଳି ଚାଳନା ହେବାର ଶବ୍ଦ ଶୁଣି ପୂରା ଶ୍ରେଣୀରେ ନିରବତା ବ୍ୟାପିଯାଇଥିଲା ।
ଏହା ବି ପଢ଼ନ୍ତୁ | ଯାଜପୁର: ଔଷଧ ଦୋକାନୀ ଠାରୁ ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ଡ୍ରଗ୍ସ ଇନ୍ସପେକ୍ଟର ଅଫିସ୍ର ପିଅନ୍
ଏହି ଲୋମହର୍ଷକ ଘଟଣା ଘଟିଛି ଶିକାରପୁରରେ ଥିବା ସୁରଜଭାନ୍ ଇଣ୍ଟର୍ କଲେଜରେ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ବ୍ୟାପିଯାଇଛି ଓ ଉତ୍ତର ପ୍ରଦେଶର ଶିକ୍ଷା ବ୍ୟବସ୍ଥା ତଥା ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲାଗିଯାଇଛି ।
ଏହା ବି ପଢ଼ନ୍ତୁ | ସୁନ୍ଦରଗଡ଼: ନିଜ ସ୍ତ୍ରୀକୁ ହତ୍ୟା କରି ଘର ପଛ ପଟେ ପୋତିଦେଇଥିଲା; ଶବ ଉଦ୍ଧାର ହେଲା
‘‘୧୪ ବର୍ଷୀୟ ଅଭିଯୁକ୍ତ ଛାତ୍ର ଶିକାରପୁରର ସୁରଜଭାନ୍ ଇଣ୍ଟର କଲେଜରେ ଦଶମ ଶ୍ରେଣୀରେ ପଢ଼େ । ବୁଧବାର ଦିନ ଅଭିଯୁକ୍ତ ଛାତ୍ରର ଜଣେ ସହପାଠୀ ସହ ସିଟରେ ବସିବାକୁ ନେଇ ଝଗଡ଼ା ହୋଇଥିଲା । ଏହି ଝଗଡା ଏତେ ବଢ଼ିଯାଇଥିଲା ଯେ ଉଭୟ ଛାତ୍ରଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଆଜି ଅଭିଯୁକ୍ତ ଛାତ୍ର ଆର୍ମିରେ ଥିବା ନିଜ ଦାଦାଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲ ନେଇ ସ୍କୁଲରେ ପହଞ୍ଚିଥିଲା,’’ କହିଛନ୍ତି ବୁଲନ୍ଦଶହରର ଏସ୍.ଏସ୍.ପି. ସନ୍ତୋଷ କୁମାର ସିଂ ।
ଏହା ବି ପଢ଼ନ୍ତୁ | ଗଞ୍ଜାମ: ନବବଧୂର ହାତ ଗୋଡ଼ ବାନ୍ଧି ପଡ଼ିଶା ଘର ଡୋଲିରେ ଫିଙ୍ଗିଦେଲେ ଶାଶୁଘର ଲୋକେ
ସେ ଆହୁରି କହିଛନ୍ତି ଯେ ଅଭିଯୁକ୍ତ ଛାତ୍ର ଜଣକ ପିସ୍ତଲକୁ ନିଜ ସ୍କୁଲ ବ୍ୟାଗରେ ଲୁଚାଇ ରଖିଥିଲା । ସ୍କୁଲର ସବୁ ଛାତ୍ର ସକାଳର ପ୍ରାର୍ଥନା ପରେ ନିଜ ଶ୍ରେଣୀରେ ପହଞ୍ଚିବା ମାତ୍ରେ ଶ୍ରେଣୀ ଶିକ୍ଷକ ପିଲାମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରିଥିଲେ । ସେତିକି ବେଳେ ହଠାତ୍ ଦଶମ ଶ୍ରେଣୀରେ ଗୁଳିର ଶବ୍ଦ ଶୁଣି ସମଗ୍ର ବିଦ୍ୟାଳୟରେ ନିରବତା ବ୍ୟାପିଯାଇଥିଲା । ସମସ୍ତେ ଦଶମ ଶ୍ରେଣୀ ଆଡକୁ ଦୌଡ଼ିଥିଲେ ।
ଏହା ବି ପଢ଼ନ୍ତୁ | ବାଲେଶ୍ୱର: ବିଲ ମଝିରେ ଅଚିହ୍ନା ଯୁବତୀଙ୍କ ଉଲଗ୍ନ ମୃତ ଦେହ ମିଳିଲା; ହତ୍ଯା ସନ୍ଦେହ
ସ୍କୁଲର ଛାତ୍ରମାନେ ଗୁଳି ଚାଲିବା ଶବ୍ଦ ଶୁଣି ଭୟରେ ନିଜ ନିଜ ଶ୍ରେଣୀରୁ ଦୌଡ଼ି ପଳାଇ ଯାଇଥିଲେ । ବିଦ୍ୟାଳୟରେ ଭୟର ବାତାବରଣ ଦେଖାଦେଇଥିଲା । କିନ୍ତୁ ଅଭିଯୁକ୍ତ ଛାତ୍ର ପିସ୍ତଲଟି ଧରି ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତା’ ଶ୍ରେଣୀ ଶିକ୍ଷକ ତାକୁ କାବୁ କରିନେଇଥିଲେ ।
ଆହତ ଛାତ୍ରକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ହେଲେ ଡାକ୍ତରଖାନା ଯିବା ବାଟରେ ସେ ମୃତ୍ୟୁ ବରଣ କରିଥିଲା । ପୋଲିସ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିଛି ।