ମୁମ୍ବାଇରେ ନାମୀ-ଦାମୀ ଦେହ ବ୍ୟବସାୟ ଧରା ପଡ଼ିଲା; ୮ ଜଣ ମଡେଲଙ୍କୁ ଉଦ୍ଧାର କଲା ପୋଲିସ
ମଡେଲମାନଙ୍କୁ ଦେହ ବ୍ୟବସାୟକୁ ଠେଲି ଦେଇଥିବା ଅଭିଯୋଗରେ ପୋଲିସ ତିନି ଜଣ ଲୋକଙ୍କୁ ମଧ୍ୟ ଗିରଫ କରିଛି । ଏହି ମଡେଲମାନଙ୍କୁ ସେହି ହୋଟେଲକୁ ଆଣି ଦେହ ବ୍ୟବସାୟ କରିବାକୁ ବାଧ୍ୟ କରାଯାଉଥିଲା ବୋଲି ପୋଲିସ କହିଛି ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: January 20, 2021, 2:12 PM IST
ମୁମ୍ବାଇ: ଏକ ବଡ଼ ହୋଟେଲରେ ଚାଲିଥିବା ହାଇ-ପ୍ରୋଫାଇଲ୍ ଦେହ ବ୍ୟବସାୟ (ସେକ୍ସ ରାକେଟ୍, sex racket) ଧରା ପଡ଼ିଛି । ମୁମ୍ବାଇ ପୋଲିସର ଜଣେ ଅଧିକାରୀ ବୁଧବାର ଦିନ କହିଛନ୍ତି ଯେ ଏକ ବଡ଼ ହୋଟେଲରେ ଚାଲିଥିବା ଏହି ନାମୀ-ଦାମୀ ଦେହ ବ୍ୟବସାୟକୁ ଧରିବାରେ ପୋଲିସ ସଫଳ ହୋଇଛି ।
ଦେହ ବ୍ୟବସାୟରେ ସଂଲିପ୍ତ ଥିବା ଆଠ ଜଣ ମଡେଲଙ୍କୁ ପୋଲିସ ଉଦ୍ଧାର କରିଛି । ସେହି ମଡେଲମାନଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରାଯାଇଥିଲା ବୋଲି ପୋଲିସର ଜଣେ ଅଧିକାରୀ କହିଛନ୍ତି ।
ଏହା ବି ପଢ଼ନ୍ତୁ | କି ବର୍ବରତା! ଅନୁଗୁଳରେ ଗାଁ ଦାଣ୍ଡରେ ପେଟ୍ରୋଲ୍ ଢାଳି ଜିଅନ୍ତା ଜାଳି ମାରିଦେଲେ ଯୁବକଙ୍କୁ
ଏହା ବି ପଢ଼ନ୍ତୁ | ଯାଜପୁର: ଅପହରଣକାରୀଙ୍କ କବଳରୁ ଖସିଲା ସ୍କଲ୍ ଛାତ୍ର; ଶିଶୁ କନ୍ୟା ପିହୁ ଏବେ ବି ନିଖୋଜ
ମଡେଲମାନଙ୍କୁ ଦେହ ବ୍ୟବସାୟକୁ ଠେଲି ଦେଇଥିବା ଅଭିଯୋଗରେ ପୋଲିସ ତିନି ଜଣ ଲୋକଙ୍କୁ ମଧ୍ୟ ଗିରଫ କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଏହି ମଡେଲମାନଙ୍କୁ ସେହି ହୋଟେଲକୁ ଆଣି ଦେହ ବ୍ୟବସାୟ କରିବାକୁ ବାଧ୍ୟ କରାଯାଉଥିଲା । ଏହି ରେଡ୍ ବିଷୟରେ ଏବେ ଅଧିକ ତଥ୍ୟ ବାହାରକୁ ଆସୁଛି ।
‘‘ମୁମ୍ବାଇର ବିଭିନ୍ନ ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ବିଷୟରେ ଆମକୁ ସୂଚନା ମିଳୁଥିଲା । ନୂଆ ବର୍ଷର ଠିକ୍ ପୂର୍ବରୁ ଓ ପରେ ଏହି କାର୍ଯ୍ୟରେ ବୃଦ୍ଧି ହୋଇଥିବା ଜଣାପଡ଼ୁଛି । ବର୍ତ୍ତମାନର ଏହି ମାମଲାଟି ନିର୍ଦ୍ଦିଷ୍ଟ ସୂଚନା ଉପରେ ଆଧାରିତ ଥିଲା । ସେଇଥି ପାଇଁ ଏହାକୁ ଧରିବା ସହଜ ହେଲା,’’ କହିଛନ୍ତି ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ଅଧିକାରୀ ।