- News18 Odia
- Last Updated :
- Other, India
News18 Odia Digital
କେରଳ: ଆଗାମୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Narendra Modi)ଙ୍କୁ ହତ୍ୟା କରାଯିବ । ଏନେଇ ରାଜ୍ୟ ବିଜେପି ଅଫିସକୁ ଏକ ଧମକ ଭରା ଚିଠି ଆସିଛି । ଯାହା ପରେ ସମଗ୍ର କେରଳ(Kerala)ରେ ହାଇଆଲର୍ଟ ଜାରି କରାଯାଇଛି। ଚିଠିରେ ପ୍ରେରକର ନାମ ଓ ଅନ୍ୟାନ୍ୟ ବୀବରଣୀ ରହିଛି ।
ଏହି ଧମକଭରା ଚିଠିରେ ଧମକ ଦିଆଯାଇଛି ଯେ ମୋଦିଙ୍କ ଆଗାମୀ ଗସ୍ତ ସମୟରେ ତାଙ୍କ ଉପର ଆତ୍ମଘାତୀ ଆକ୍ରମଣ କରାଯିବ । ଏପ୍ରିଲ୍ ୨୪ରେ ମୋଦିଙ୍କର କୋଚି ଗସ୍ତ କରିବାର ଯୋଜନା ରହିଛି । କିନ୍ତୁ ଚିଠିରେ ଉଲ୍ଲେଖ ଥିବା ବ୍ୟକ୍ତିଙ୍କୁ ପୋଲିସ ଚିହ୍ନଟ କରିଥିଲେ ବି ଏ ଘଟଣାରେ ତାଙ୍କର ସମ୍ପୃକ୍ତି ନାହିଁ। ତାଙ୍କୁ ଫସାଇବା ପାଇଁ କେହି ବିରୋଧୀ ତାଙ୍କ ନାମ ବ୍ୟବହାର କରିଥାଇ ପାରନ୍ତି ବୋଲି ସେ କହିଛନ୍ତି।
ସେପଟେ ବିଜେପି ନେତା କେ. ସୁରେନ୍ଦ୍ରନ୍ କହିଛନ୍ତି ଯେ, ନିର୍ଦ୍ଧାରିତ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ ସଙ୍ଗଠିତ ହେବ। ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯାଇଛି ଓ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିମାନେ ଏ ସଂକ୍ରାନ୍ତରେ ଅଧିକ ବିବରଣୀ ସଂଗ୍ରହ କରୁଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।