କଫିରେ ଲୁଚି ରହିଥିବା ଗୁଣ ଆପଣଙ୍କ ଚର୍ମ ପାଇଁ କିପରି ଲାଭଦାୟକ ଜାଣନ୍ତୁ

କଫି ଶରୀର ପାଇଁ ବେଶ ଉପକାରୀ ହୋଇଥାଏ । ଆସନ୍ତୁ ଜାଣିବା କଫିରେ ଲୁଚି ରହିଥିବା ଗୁଣ ଆପଣଙ୍କ ଚର୍ମ ପାଇଁ କିପରି ଲାଭଦାୟକ ।

କଫିରେ ଲୁଚି ରହିଥିବା ଗୁଣ

କଫିରେ ଲୁଚି ରହିଥିବା ଗୁଣ

  • Share this:
News 18 Odia Digital

Healthcare; କଫି ଶରୀର ପାଇଁ ବେଶ ଉପକାରୀ ହୋଇଥାଏ। ଆସନ୍ତୁ ଜାଣିବା କଫିରେ ଲୁଚି ରହିଥିବା ଗୁଣ ଆପଣଙ୍କ ଚର୍ମ ପାଇଁ କିପରି ଲାଭଦାୟକ ।

ଡାର୍କ ସର୍କଲଗୁଡିକ: କଫିରେ କ୍ୟାଫେନ୍ ଓ ବ୍ଲିଚିଂ ଏଜେଣ୍ଟ ଥାଏ ଯାହା ଆଖିର କଳା ରଙ୍ଗକୁ କମ କରିବାରେ ସାହାଯ୍ୟ କରେ । ଗୋଟିଏ ଚାମଚ କଫି ପାଉଡର, ଏକ ଚାମଚ ମହୁ, ଏବଂ କିଛି ବୁନ୍ଦା ଭିଟାମିନ୍ ଇ ତେଲ ନିଅନ୍ତୁ । ଏହି ମିଶ୍ରଣକୁ ସତର୍କତାର ସହିତ ଆଖି ତଳେ ଲଗାନ୍ତୁ, ଏବଂ ୧୫ ମିନିଟ୍ ପରେ ଏହାକୁ ଧୋଇ ଦିଅନ୍ତୁ ।

ବ୍ରଣ ପାଇଁ ଚିକିତ୍ସା: କଫିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ପ୍ରଭାବ ରହିଥାଏ, ବାରମ୍ବାର କଫି ବ୍ୟବହାର କଲେ ମୁଁହରୁ ବ୍ରଣ ହଟାଇବାରେ ସାହାଯ୍ୟ କରିଥାଏ। ୨ ଚାମଚ ବ୍ରାଉନ୍ ସୁଗାର ଏବଂ ଏକ ଚାମଚ କଫି ମିଶାନ୍ତୁ । ଏକ ମୋଟା ସ୍କ୍ରବ୍ ତିଆରି କରି, ସେହି କଫି ମିଶ୍ରଣକୁ ୩ ଚାମଚ ନଡିଆ ତେଲ ସହିତ ଭଲ ଭାବରେ ମିଶାନ୍ତୁ । ଦଶ ମିନିଟ୍ ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ ।

ଆଣ୍ଟି ଏଜିଙ୍ଗ : ଏକ ଫେସ୍ ମାସ୍କ ପ୍ରସ୍ତୁତ କରିନ୍ତୁ । ଏକ ପାତ୍ରରେ କଫି ଏବଂ କୋକୋ ପାଉଡରକୁ ମିଶାଇ ଧୀରେ ଧୀରେ କ୍ଷୀରରେ ଗୋଳାନ୍ତୁ । ମହୁ ଏବଂ ଲେମ୍ବୁ ରସକୁ ଦୁଇ ବୁନ୍ଦା ମିଶାଇବା ପରେ ଏହି ମିଶ୍ରଣକୁ ଆପଣଙ୍କ ମୁହଁରେ ଲଗାନ୍ତୁ । ୨୦ ମିନିଟ୍ ପରେ, ଏହାକୁ ପାଣିରେ ଧୋଇ ଦିଅନ୍ତୁ । ଏହି ମିଶ୍ରଣକୁ ତିନି ଦିନ ଫ୍ରିଜରେ ରଖନ୍ତୁ ।

ଉଜ୍ଜ୍ୱଳ ଚର୍ମ: ଚମକୁଥିବା ଚର୍ମ ପାଇଁ ଏକ ପାତ୍ରରେ ୩ ଚାମଚ ଆଲୋଭେରା ଜେଲ୍ ଏବଂ ୪ କପ୍ କଫି ଗ୍ରାଇଣ୍ଡ୍ କରନ୍ତୁ । ସ୍କ୍ରବକୁ ଆପଣଙ୍କ ମୁହଁ କିମ୍ବା ଶରୀରରେ ଲଗାନ୍ତୁ ଏବଂ ଏହାକୁ ୧୦ ମିନିଟର ମସାଜ୍ ଦିଅନ୍ତୁ । ଏହା ପରେ ପାଣିରେ ଧୋଇ ଦିଅନ୍ତୁ ।
Published by:Soumyashree Mishra
First published: