ପ୍ରେମରେ ଦୁଇ ଥର ଧୋକା ପରେ ଏକାକୀ ଜୀବନ ବିତାଉଛନ୍ତି ହିରୋଇନ୍

ଷ୍ଟାରଙ୍କ ସହ ହୋଇ ପାରିଲାନି ବିବାହ, ଅନ୍ୟଜଣଙ୍କ ସହ ୧୪ ବର୍ଷ ଥିଲା ସମ୍ପର୍କ, ପ୍ରେମରେ ଦୁଇ ଥର ଧୋକା ପରେ ଏକାକୀ ଜୀବନ ବିତାଉଛନ୍ତି ହିରୋଇନ ।

ପ୍ରେମରେ ଦୁଇ ଥର ଧୋକା ପରେ ଏକାକୀ ଜୀବନ ବିତାଉଛନ୍ତି ହିରୋଇନ

ପ୍ରେମରେ ଦୁଇ ଥର ଧୋକା ପରେ ଏକାକୀ ଜୀବନ ବିତାଉଛନ୍ତି ହିରୋଇନ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ସଂଗୀତା ବିଜଲାନି ଯେତେବେଳେ ତାଙ୍କ ପୂର୍ବତନ ପ୍ରେମିକ (Boyfriend) ସଲମାନ ଖାନଙ୍କ ୫୭ ତମ ଜନ୍ମଦିନରେ (Birthday) ପହଞ୍ଚିଥିଲେ, ସେତେବେଳେ ଦୁହିଁଙ୍କ କେମେଷ୍ଟ୍ରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତା’ପରେ ଦୁହିଁଙ୍କର ଏକ ଫଟୋ ଭାଇରାଲ (Photo viral) ହୋଇଥିଲା, ଯେଉଁଥିରେ ସଲମାନ ଅଭିନେତ୍ରୀଙ୍କ କପାଳରେ ଚୁମ୍ବନ (Kiss) ଦେଉଥିବାର ନଜର ଆସିଥିଲେ। କେବେ ଉଭୟ ବିବାହ କରିବାକୁ ଚାହୁଁଥିଲେ । ସେମାନଙ୍କର ବିବାହ କାର୍ଡ ମଧ୍ୟ ଛପା ସରିଥିଲା, କିନ୍ତୁ ଦୁହିଁଙ୍କ ଜୀବନରେ ଏପରି କିଛି ଘଟିଥିଲା ଯେଉଁଥିପାଇଁ ସେମାନଙ୍କ ପଥ ଅଲଗା ହୋଇଯାଇଥିଲା । କୁହାଯାଏ, ଭାଇଜାନଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ସେମାନଙ୍କ ଅଲଗା ହେବାର କାରଣ ଥିଲା। ସେମାନଙ୍କର ସମ୍ପର୍କ ବର୍ଷ ବର୍ଷ ଧରି ଚାଲିଥିଲା । ତାପରେ ପୂର୍ବତନ କ୍ରିକେଟର ମହମ୍ମଦ ଅଜହରୁଦ୍ଦିନ ଅଭିନେତ୍ରୀଙ୍କ ଜୀବନରେ ପ୍ରବେଶ କରିଥିଲେ।

ମହମ୍ମଦ ଅଜହରୁଦ୍ଦିନ ୧୯୮୫ରେ ପ୍ରଥମ ଥର ପାଇଁ ଏକ ବିଜ୍ଞାପନ ସୁଟିଂରେ ସଙ୍ଗିତା ବିଜଲାନିଙ୍କୁ ଭେଟିଥିଲେ। ପ୍ରଥମ ଦେଖାରେ ତାଙ୍କର ପ୍ରେମ ହୋଇଯାଇ ଥିଲା । କୁହାଯାଏ ଯେ, ଅଜହରୁଦ୍ଦିନ ତାଙ୍କୁ ଏତେ ମାତ୍ରାରେ ପ୍ରେମ କରିଥିଲେ ଯେ ସେ ତାଙ୍କର ପ୍ରଥମ ପତ୍ନୀ ନୌରିନଙ୍କୁଙ୍କର ପିତା ଥିଲେ । ପ୍ରେମ ସାମ୍ନାରେ ସଂଗୀତା ମଧ୍ୟ ଅସହାୟ ଥିଲେ। ଏହି ଅଭିନେତ୍ରୀ ୧୯୯୬ ରେ ପୂର୍ବତନ କ୍ରିକେଟରଙ୍କୁ ତାଙ୍କ ଜୀବନ ସାଥୀ କରିଥିଲେ।

ଯେତେବେଳେ ସଂଗୀତା ସମ୍ପର୍କ ବିଷୟରେ କହିଥିଲେ

ସଙ୍ଗୀତା ବିଜଲାନି ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ, କନେକ୍ସନ ଭାଙ୍ଗେ ନାହିଁ । ପାର୍ଟନର,ସ୍କୁଲ ସାଙ୍ଗମାନଙ୍କ ମଧ୍ୟରେ ପ୍ରେମ କଦାପି ଶେଷ ହୁଏ ନାହିଁ । ଲୋକମାନେ ଚାଲିଯାଆନ୍ତି । ଜୀବନରେ କିଛି ସ୍ଥାୟୀ ନୁହେଁ । ମୋ ପିଲାଦିନେ ମୋ ଜୀବନର ଏକ ଭିନ୍ନ ପର୍ଯ୍ୟାୟ ଥିଲା, କିନ୍ତୁ ବର୍ତ୍ତମାନ ମୁଁ ବଡ ହୋଇଗଲିଣି । ଜୀବନ ଅନୁଭୂତିରେ ଭରା।

ସଂଗୀତା ବିଜଲାନି ଜୀବନରେ ଏକୁଟିଆ ଅଛନ୍ତି

ସଂଗୀତା ଅଜହରୁଦ୍ଦିନଙ୍କ ସମ୍ପର୍କରେ ୧୪ ବର୍ଷ ପରେ, ଏପରି କିଛି ଘଟଣା ଘଟିଥିଲା ଯେଉଁଥିପାଇଁ ସେମାନେ ୨୦୧୦ରେ ଅଲଗା ହୋଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ ପୂର୍ବତନ କ୍ରିକେଟର ବ୍ୟାଡମିଣ୍ଟନ ଖେଳାଳି ଜୱାଲା ଗୁଟ୍ଟାଙ୍କୁ ପ୍ରେମ କରିଥିଲେ । ସଂଗୀତା ଏସବୁକୁ ସହ୍ୟ କରିପାରିନଥିଲେ ଓ ସେମାନଙ୍କର ଛାଡପତ୍ର ହୋଇଥିଲା । ୬୨ ବର୍ଷୀୟା ଅଭିନେତ୍ରୀ ଆଜି ଜୀବନରେ ଏକା । ୧୬ ବର୍ଷ ବୟସରେ ଏହି ଅଭିନେତ୍ରୀ ମଡେଲିଂ ଆରମ୍ଭ କରିଥିଲେ । ସେ ୧୯୮୦ରେ ମିସ୍ ଇଣ୍ଡିଆ ୟୁନିଭର୍ସ ଟାଇଟଲ୍ ଜିତିଥିଲେ । ୧୦୮୭ ରେ 'କାତିଲ' ଚଳଚ୍ଚିତ୍ରରେ ଡେବ୍ୟୁ କରିଥିବା ସଂଗୀତା 'ଜୁରମ୍', 'ଯୋଦ୍ଧା', 'ତ୍ରିଦେବ' ଭଳି ଚଳଚ୍ଚିତ୍ରରେ କାମ କରିଥିଲେ।
Published by:Soubhagya Mishra
First published: