ହୋଣ୍ଡାର ଆକ୍ଟିଭାକୁ ପଛରେ ପକାଇ ହିରୋର ସ୍ପ୍ଲେଣ୍ଡର ହେଲା ଦେଶର ସବୁଠୁ ଅଧିକ ବିକ୍ରି ହେଉଥିବା ଦୁଇଚକିଆ ଯାନ, ଦେଖନ୍ତୁ ଟପ୍ ଟେନ ଲିଷ୍ଟ

୨୦୧୯ ଡିସେମ୍ବରରେ ହିରୋ ସ୍ପ୍ଲେଣ୍ଡର ନିଜର ୧,୯୩,୭୨୬ ୟୁନିଟ ବିକ୍ରି କରିଥିବାବେଳେ ଏହି ଦୁଇଚକିଆଯାନ ବିକ୍ରି ଡିସେମ୍ବର ୨୦୧୮ ଅପେକ୍ଷା ୮.୫୮ପ୍ରତିଶତ ବଢ଼ିଥିବା ଦେଖାଯାଇଛି ।

ହୋଣ୍ଡାର  ଆକ୍ଟିଭାକୁ ପଛରେ ପକାଇ ହିରୋର ସ୍ପ୍ଲେଣ୍ଡର ହେଲା ଦେଶର ସବୁଠୁ ଅଧିକ ବିକ୍ରି ହେଉଥିବା ଦୁଇଚକିଆ ଯାନ, ଦେଖନ୍ତୁ ଟପ୍ ଟେନ ଲିଷ୍ଟ
ହିରୋ ମଟୋକର୍ପର ସ୍ପ୍ଲେଣ୍ଡର
  • News18 Odia
  • Last Updated: January 18, 2020, 4:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ହୋଣ୍ଡା ମୋଟର ସାଇକେଲ ଏବଂ ସ୍କୁଟର ଇଣ୍ଡିଆକୁ ବଡ଼ ଝଟକା ଲାଗିଛି କାରଣ ଏହାର ଲୋକପ୍ରିୟ ସ୍କୁଟର ଆକ୍ଟିଭା ଦେଶରେ ସବୁଠୁ ଅଧିକ ବିକ୍ରି ହେଉଥିବା ଦୁଇଚକିଆ ଯାନର ମୁକୁଟ ଚାଲିଯାଇଛି । ଟପ୍ ୧୦ରେ  ସବୁଠୁ ଅଧିକ ବିକ୍ରି ହେଉଥିବା ମୋଟରସାଇକେଲ ମଧ୍ୟରେ ହିରୋ ମଟୋକର୍ପର ସ୍ପ୍ଲେଣ୍ଡର ପ୍ରଥମ ସ୍ଥାନରେ ପହଞ୍ଚିଯାଇଛି । ସେହିପରି ଆକ୍ଟିଭା ଦୁଇଟି ସ୍ଥାନ ତଳକୁ ଆସି ତୃତୀୟ ସ୍ଥାନରେ ପହଞ୍ଚିଛି । ଡିସେମ୍ବରରେ ବିକ୍ରି ମାମଲାରେ ଟପ୍ ୧୦ ଦୁଇଚକିଆ ଯାନ ହିରୋ ମୋଟକର୍ପର ସ୍ପ୍ଲେଣ୍ଡର ପ୍ରଥମସ୍ଥାନରେ ଥିବାବେଳେ ହିରୋର ଆଉ ଏକ ସୁନ୍ଦର ବାଇକ୍ ହିରୋ ଏଚ୍ଏଫ୍ ଡିଲକ୍ସ ଦ୍ବିତୀୟ ସ୍ଥାନରେ ରହିଛି ।

ହୋଣ୍ଡା ଆକ୍ଟିଭା


ଡିସେମ୍ବରରେ ସ୍ପ୍ଲେଣ୍ଡରର ୧,୯୩,୭୨୬ ୟୁନିଟ ବିକ୍ରି ହୋଇଥିବାବେଳେ ଏହା ୨୦୧୮ ତୁଳନାରେ ୮.୫୮ ପ୍ରତିଶତ ଅଧିକ । ଦ୍ବିତୀୟ ନମ୍ବରରେ ଥିବା ହିରୋ ଏଚ୍ଏଫ୍ ଡିଲକ୍ସ ୧, ୩୮, ୯୫୧ ୟୁନିଟ ବିକ୍ରି ହୋଇଛି । ଲିଷ୍ଟର ତୃତୀୟ ସ୍ଥାନରେ ଆକ୍ଟିଭା ରହିଥିବାବେଳେ ୧,୩୧, ୮୯୯ ୟୁନିଟ୍ ବିକ୍ରି ହୋଇଛି । ଚତୁର୍ଥ ସ୍ଥାନରେ ହୋଣ୍ଡାର ସାଇନ ରହିଛି । ସେହିପରି ପଞ୍ଚମ ସ୍ଥାନରେ ବଜାଜର ପଲ୍ସର, ଷଷ୍ଠ ସ୍ଥାନରେ ଟିଭିଏସ୍ ଏକ୍ସଏଲ୍ ହେବି ଡ୍ୟୁଟି ରହିଛି  । ସପ୍ତମ ସ୍ଥାନରେ ସୁଜୁକି ଏକ୍ସସେସ୍, ଅଷ୍ଟମ ସ୍ଥାନରେ ଜୁପିଟର୍, ନବମ ସ୍ଥାନରେ ବଜାଜ ପ୍ଲାଟିନା ଏବଂ ୧୦ମ ସ୍ଥାନରେ ସିଟି ୧୦୦ ରହିଥିବା ଜଣାପଡ଼ିଛି ।

କେଉଁମ୍ପାନୀର କେତେ ଗାଡ଼ି ବିକ୍ରି ହୋଇଛି

୧. ହିରୋ ସ୍ପ୍ଲେଣ୍ଡର-୧,୯୩,୭୨୬

୨. ହିରୋ ଏଚ୍ଏଫ୍ ଡିଲକ୍ସ-୧,୩୮,୯୫୧

୩. ହୋଣ୍ଡା ଆକ୍ଟିଭା-୧,୩୧,୮୯୯

୪. ହୋଣ୍ଡା ସାଇନ-୫୧,୦୬୬

୫. ବଜାଜ ପଲ୍ସର-୫୦,୯୩୧

୬. ଟିଭିଏସ୍ ଏକ୍ସଏଲ ହେବିଡ୍ୟୁଟି-୪୫,୬୬୯

୭. ସୁଜୁକି ଏକ୍ସସେସ୍-୩୭,୪୯୫

୮. ଟିଭିଏସ୍ ଜୁପିଟର-୩୬,୯୧୪

୯. ବଜାଜ ପ୍ଲାଟିନା-୩୫, ୯୧୪

୧୦. ବଜାଜ ସିଟି ୧୦୦-୩୦, ୭୫୮

 
First published: January 18, 2020, 4:14 PM IST