ଆସ୍ଥା ଭୋଟ ଜିତିଲେ ହେମନ୍ତ ସୋରେନ; ସପକ୍ଷରେ ମିଳିଲା ୪୮ଟି ଭୋଟ
- News18 Odia
- Last Updated :
News 18 Odia Digital
ଝାଡଖଣ୍ଡ : ଆଜି ହେମନ୍ତ ସୋରେନଙ୍କ ସରକାର ଆସ୍ଥା ଭୋଟ ଜିତିଛନ୍ତି । ୮୧ ସଦସ୍ୟ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ହେମନ୍ତ ସୋରେନଙ୍କ ସପକ୍ଷରେ ୪୮ ଟି ଭୋଟ ମିଳିଛି । ଏହି ସମୟରେ ବିଜେପି ବିଧାୟକମାନେ ବିଧାନସଭାରେ ଗୃହ ତ୍ୟାଗ କରିଥିଲେ ।
ଗତ କିଛି ଦିନ ଧରି ଝାଡ଼ଖଣ୍ଡରେ ରାଜନୈତିକ ଡ୍ରାମା ଲାଗିରହିଥିଲା । ଯାହାଫଳରେ ଝାଡ଼ଖଣ୍ଡରେ ଆରମ୍ଭ ହୋଇଥିଲା ରିସୋର୍ଟ ପଲିଟିକ୍ସ । ବିଜେପିର ଘୋଡା ବେପାର ଆଶଙ୍କା କରି ବିଧାୟକମାନଙ୍କୁ ରାୟପୁରରେ ରଖାଯାଇଥିଲା । ସୋମବାର ଦିନ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା । ବିଧାନସଭାରେ ଆସ୍ଥା ଭୋଟ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ଏହା ପରେ ଆସ୍ଥା ଭୋଟ ପାଇଁ ଆୟୋଜନ ହୋଇଥିଲା । ହେମନ୍ତ ସୋରେନଙ୍କ ସପକ୍ଷରେ ୪୮ ଟି ଭୋଟ ମିଳିଥିବା ବେଳେ ଗୋଟିଏ ବି ଭୋଟ ବିରୋଧୀ ଦଳକୁ ଯାଇନାହିଁ । ଏହା ପରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
ଆସ୍ଥା ଭୋଟ ପରେ ମୁଖ୍ୟମନ୍ତ୍ରୀ ସୋରେନ କହିଛନ୍ତି ଯେ ବିରୋଧୀ ଗଣତନ୍ତ୍ରକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛନ୍ତି । ବିଧାୟକ କିଣିବା ନେଇ ବିଜେପି ଯୋଜନା କରୁଥିଲା । ଆଜି ଆମେ ଗୃହରେ ଆମର ଶକ୍ତି ପ୍ରଦର୍ଶନ କରିଛୁ ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।