ଝାଡ଼ଖଣ୍ଡର ମୁଖ୍ୟ ମନ୍ତ୍ରୀ ଭାବେ ହେମନ୍ତ ସୋରେନଙ୍କ ଦ୍ବିତୀୟ ଇନିଂସ ଆରମ୍ଭ; NRC ଓ CAAର ବିରୋଧ କଲେ

ଶପଥ ଗ୍ରହଣ ଉତ୍ସବ ସ୍ଥଳକୁ ନିଜେ କାର୍ ଚ଼ଳାଇ ଆସିଥିଲେ ହେମନ୍ତ ସୋରେନ୍ । ସାଥିରେ ଥିଲେ ସ୍ତ୍ରୀ କଳ୍ପନା ଓ ହେମନ୍ତଙ୍କ ବାପା ଶିବୁ ସୋରେନ ଓ ମା’ ରୂପି ସୋରେନ । ସମାରୋହରେ ଝାଡ଼ଖଣ୍ଡର ଚ଼ାରି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, ରାହୁଳ ଗାନ୍ଧୀ, ଅଶୋକ ଗେହଲଟ୍, ମମତା ବାନାର୍ଜୀ, ଅଖିଳେଶ ସିଂହ, ତରୁଣ ଗୋଗଇ, ସୀତାରାମ ୟେଚୁରି, ତେଜସ୍ବୀ ଯାଦବ ଓ ଶରଦ ଯାଦବ ମଧ୍ୟ ମଞ୍ଚାସୀନ ଥିଲେ ।

ଝାଡ଼ଖଣ୍ଡର ମୁଖ୍ୟ ମନ୍ତ୍ରୀ ଭାବେ ହେମନ୍ତ ସୋରେନଙ୍କ ଦ୍ବିତୀୟ ଇନିଂସ ଆରମ୍ଭ; NRC ଓ CAAର ବିରୋଧ କଲେ
ଶପଥ ନେବା ପରେ ମଞ୍ଚରେ ହେମନ୍ତ ସୋରେନ୍‌
  • News18 Odia
  • Last Updated: December 29, 2019, 11:36 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ରାଞ୍ଚି: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଗାଦିରେ ଅଭିଷିକ୍ତ ହେଲେ ହେମନ୍ତ ସୋରେନ୍‌ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ହେମନ୍ତଙ୍କ ଏହା ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଇନିଂସ ।

ତାଙ୍କ ସହ କଂଗ୍ରେସର ରାମେଶ୍ବର ଓରାଓଁ ଓ ଆଲମଗିର୍‌ ଆଲାମ ତଥା ଆର୍‌ଜେଡିର ସତ୍ୟାନନ୍ଦ ଭୋକ୍ତା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରବିବାର ଦିନ ରାଞ୍ଚିର ମୋହରାବାଦୀ ପଡ଼ିଆରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟପାଳ ଦ୍ରୌପଦୀ ମୂର୍ମୁ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ଶପଥ ଗ୍ରହଣ ଉତ୍ସବ ସ୍ଥଳକୁ ନିଜେ କାର୍‌ ଚଳାଇ ଆସିଥିଲେ ହେମନ୍ତ । ସାଥିରେ ଥିଲେ ସ୍ତ୍ରୀ କଳ୍ପନା ସୋରେନ୍‌ ଓ ହେମନ୍ତଙ୍କ ବାପା ଶିବୁ ସୋରେନ ଓ ମା’ ରୂପି ସୋରେନ। ହେମନ୍ତ ପ୍ରଥମେ ନିଜ ବାସଭବନରୁ ସ୍ତ୍ରୀଙ୍କୁ ଧରି ପିତା ଶିବୁ ସୋରେନଙ୍କ ଘରେ ପହଞ୍ଚିଥିଲେ । ସେଠାରୁ ପିତା ଓ ମା’ଙ୍କୁ ସାଙ୍ଗରେ ଆଣି ଆସିଥିଲେ ଶପଥ ଗ୍ରହଣ ଉତ୍ସବକୁ । ମଞ୍ଚରେ ବାପା ଓ ମା’ଙ୍କଠୁ ଆଶୀର୍ବାଦ ନେବା ପରେ ଶପଥ ନେଇଥିଲେ ହେମନ୍ତ ସୋରେନ୍‌ ।

ଶପଥ ଗ୍ରହଣ ସମାରୋହରେ ଝାଡ଼ଖଣ୍ଡର ଚ଼ାରି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ – ବିଜେପିର ରଘୁବର ଦାସ, ଜେଭିଏମ୍‌ର ବାବୁଲାଲ ମାରାଣ୍ଡି, ମଧୁ କୋଡ଼ା ଓ ଜେଏମ୍‌ଏମ୍‌ର ଶିବୁ ସୋରେନ୍‌ – ଉପସ୍ଥିତ ଥିଲେ ।

ଶପଥ ଗ୍ରହଣ ସମାରୋହରେ ହେମନ୍ତ ସୋରେନଙକ ସହ ରାହୁଳ ଗାନ୍ଧୀ


ଏହି ସମାରୋହରେ କଂଗ୍ରେସ ଦଳର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଦଳର ପ୍ରଦେଶ ପ୍ରଭାରୀ ଆରପିଏନ୍‌ ସିଂ, ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟ ମନ୍ତ୍ରୀ ଅଖିଳେଶ ସିଂହ, ପୂର୍ବତନ ସାଂସଦ ଉଦିତ୍‌ ରାଜ ଓ ଆସାମର ପୂର୍ବ ମୁଖ୍ୟ ମନ୍ତ୍ରୀ ତରୁଣ ଗୋଗଇ ମଧ୍ୟ ଉପସ୍ଥିତ ଥିଲେ ।

ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ରାଜସ୍ଥାନର ମୁଖ୍ୟ ମନ୍ତ୍ରୀ ଅଶୋକ ଗେହଲଟ୍‌, ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସଜ୍ଜନ ସିଂହ, ସୀତାରାମ ୟେଚୁରି, ତେଜସ୍ବୀ ଯାଦବ, ଶରଦ ଯାଦବ ଓ ଆରଜେଡି ନେତା ଜୟ ପ୍ରକାଶ ନାରାୟଣ ମଞ୍ଚାସୀନ ଥିଲେ ।

ଶପଥ ନେବା ପରେ ହେମନ୍ତ ସୋରେନ୍‌ ମୋରହାବାଦୀସ୍ଥିତ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ବୀର ସହିଦ ସିଦ୍ଧ କାହ୍ନୁଙ୍କ ପ୍ରତିମୂର୍ତ୍ତିରେ ସେ ପୁଷ୍ପ ମାଲ୍ୟ ଅର୍ପଣ କରି ରାଜ ଭବନରେ ଆୟୋଜିତ ଟି’ ପାର୍ଟିରେ ଯୋଗ ଦେଇଥିଲେ ।

ସେଠାରୁ ପ୍ରୋଜେକ୍ଟ ଭବନ ଯିବା ବାଟରେ ହେମନ୍ତ ବିର୍ସା ଛକରେ ଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିବା ସହ ଅପରାହ୍ଣ ୫ଟାରେ ପ୍ରଥମ କ୍ୟାବିନେଟ୍‌ ବୈଠକ କରିବେ ।

NRC ଓ CAAକୁ ସ୍ପଷ୍ଟ ବିରୋଧ

ଶପଥ ନେବା ପୂର୍ବରୁ ହେମନ୍ତ ଏନ୍‌ଆରସି ଓ ସିଏଏକୁ ନେଇ ନିଜର ମତ ସ୍ପଷ୍ଟ କରି କହିଥିଲେ ଯେ ଏ ଦୁଇଟି ବ୍ୟବସ୍ଥା ଲାଗୁ ହେବାର ଯୋଗ୍ୟ ନୁହେଁ ।

‘‘ଯେଉଁଠି ପୂରା ଦେଶ ସିଏଏର ବିରୋଧ କରୁଛି ଏବଂ ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରୁଛି, ସେପରି ସ୍ଥଳେ ଏସବୁ ଲାଗୁ କରିବା ଅନାବଶ୍ୟକ,’’ ସେ କହିଥିଲେ ।

ନୋଟବନ୍ଦୀକୁ ନେଇ ମଧ୍ୟ ସେ ନିଜର ମତ ରଖିଥିଲେ । ‘‘ନୋଟବନ୍ଦୀ ଲୋକଙ୍କ ଜୀବନ ନେଇଥିବା ବେଳେ ସିଏଏକୁ ବିରୋଧ କରୁଥିବା ଲୋକଙ୍କୁ ଶାନ୍ତ କରିବା ପାଇଁ ସରକାର ପୋଲିସର ସହାୟତା ନେଉଛି, ଯାହାକି ଲୋକତନ୍ତ୍ର ନୁହେଁ,’’ କହିଥିଲେ ସୋରେନ ।
Published by: Anand Shankar Thankur Das
First published: December 29, 2019, 11:00 AM IST
corona virus btn
corona virus btn
Loading