Gen Bipin Rawat helicopter crash: ଏହି ହେଲିକପ୍ଟର୍ ଥିଲା ଅତ୍ୟାଧୁନିକ, ଆସିଥିଲା ରୁଷରୁ

Helicopter in which Gen Bipin Rawat was flying | ୧୩ଟି ବହୁମୂଲ୍ୟ ଜୀବନ ଯେଉଁ ହେଲିକପ୍ଟର୍‌ କ୍ରାଶରେ ଗଲା, ତାହା ହେଉଛି ଭାରତୀୟ ବାୟୁ ସେନାର Mi-17V5 ହେଲିକପ୍ଟର୍ । ବିଶ୍ବର ଏହି ଅନ୍ୟତମ ଅତ୍ୟାଧୁନିକ ଓ ନିର୍ଭରଯୋଗ୍ୟ ସାମରିକ ହେଲିକପ୍ଟର୍‌ ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ଉଡ଼ିପାରେ ।

ଭାରତୀୟ ବାୟୁ ସେନାର Mi-17V5 ହେଲିକପ୍ଟର୍; (ଡାହାଣ) ଜେନେରାଲ୍ ବିପିନ ରାୱତ

ଭାରତୀୟ ବାୟୁ ସେନାର Mi-17V5 ହେଲିକପ୍ଟର୍; (ଡାହାଣ) ଜେନେରାଲ୍ ବିପିନ ରାୱତ

  • Share this:
News18 Odia Digital

ନୂଆ ଦିଲ୍ଲୀ: ଭାରତର ସାମରିକ ବାହିନୀର ମୁଖ୍ୟ (ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ – ସି.ଡି.ଏସ୍‌.) ଜେନେରାଲ୍ ବିପିନ ରାୱତ ନିଜ ପତ୍ନୀ ମଧୁଲିକା ରାୱତ ଏବଂ କେତେକ ସହଯୋଗୀଙ୍କ ସହ ବାୟୁ ସେନାର ଏକ ହେଲିକପ୍ଟରରେ ଯାଉଥିବା ବେଳେ ତାମିଲ ନାଡୁର କୁନ୍ନୁରରେ ସେହି ହେଲିକପ୍ଟର ଦୁର୍ଘଟଣା ଗସ୍ତ ହେବା ଯୋଗୁଁ ପ୍ରାଣ ହରାଇଛନ୍ତି । ତାଙ୍କ ସହ ତାଙ୍କ ପତ୍ନୀ ଓ ବାକି ୧୨ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ପ୍ରାଣ ବି ଯାଇଛି । ସାରା ଦେଶକୁ ଥରାଇ ଦେଇଥିବା ଏହି ଦୁର୍ଘଟଣା ପରେ ଯେଉଁ ହେଲିକପ୍ଟରରେ ସେମାନେ ଯାଉଥିଲେ ଏବେ ତା’ ଉପରେ ସମସ୍ତଙ୍କ ଧ୍ୟାନ କେନ୍ଦ୍ରିତ ହୋଇଛି ।

ତାହା ଥିଲା ଭାରତୀୟ ବାୟୁ ସେନାର Mi-17V5 ହେଲିକପ୍ଟର । ଏହା ବିଶ୍ବର ଅନ୍ୟତମ ଅତ୍ୟାଧୁନିକ ଓ ନିର୍ଭରଯୋଗ୍ୟ ସାମରିକ ହେଲିକପଟର । ଭାରତୀୟ ବାୟୁ ସେନାର ହେଲିକପଟର୍‌ Mi-17V5 ରୁଷ ଦ୍ବାରା ନିର୍ମିତ । ଏହାର ବିଶେଷତ୍ବ ହେଉଛି ଯେ ଏହା ଏକ ମିଲିଟାରୀ ଟ୍ରାନସପୋର୍ଟ ହେଲିକପ୍ଟର । ବିଶେଷ କରି ଏହି ହେଲିକପ୍ଟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଏଣ୍ଟରେ ସୈନ୍ୟ ମୁତୟନ, ଅସ୍ତ୍ରଶସ୍ତ୍ର ପରିବହନ, ଫାୟାର ସପୋର୍ଟ, ପାଟ୍ରୋଲିଂ, ସର୍ଚ୍ଚ ଅପରେସନ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥାଏ  ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅନଲାଇନରେ ହେଲା ବାହାଘର; କନ୍ୟା ଘର ବଲାଙ୍ଗିରରେ, ବର ଘର ମୁମ୍ବାଇରେ, ବିବାହ ଆମେରିକାରେ

Mi-17V5 ହେଲିକପ୍ଟର ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ଉଡ଼ିପାରେ । ଟ୍ରପିକାଲ୍ ହେଉ କି ସାମୁଦ୍ରିକ ଜଳବାୟୁ କିମ୍ବା ମରୁଭୂମି, ସବୁଠି ଏହା ସହଜରେ ଉଡ଼ାଣ ଭରିପାରେ । ଏଥିରେ ଷ୍ଟାରବୋର୍ଡ୍‌ ସ୍ଲାଇଡିଂ ଡୋର୍‌, ପାରାଚ୍ୟୁଟ୍ ଯନ୍ତ୍ରପାତି, ସର୍ଚ୍ଚ ଲାଇଟ୍ ଓ ଜରୁରିକାଳୀନ ଭାସମାନ ବ୍ୟବସ୍ଥା ବି ରହିଛି । Mi-17V5 ସର୍ବାଧିକ ୧୩ ହଜାର କିଲୋଗ୍ରାମ୍‌ ଓଜନର ସାମଗ୍ରୀ ପରିବହନ ଓ ଏକକାଳୀନ ୩୬ ଜଣ ସଶସ୍ତ୍ର ଯବାନଙ୍କୁ ନେଇ ଉଡ଼ାଣ କରିପାରେ ।

ଭାରତୀୟ ବାୟୁ ସେନାର Mi-17V5 ହେଲିକପ୍ଟର୍


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମାଲକାନଗିରିରେ ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍; ବର ପିତାଙ୍କ ସମେତ ଜଣଙ୍କ ପ୍ରାଣ ଗଲା

ଏହି ହେଲିକପ୍ଟରରେ ଗ୍ଲାସ୍ କକ୍ ପିଟ୍ ରହିଛି, ଯାହା ମଲ୍ଟି ଫଙ୍କସନ୍ ଡିସପ୍ଲେ, କରିପାରେ । ଏହା ସହ ଏଥିରେ ନାଇଟ୍ ଭିଜନ୍ ଉପକରଣ, ଅନବୋର୍ଡ ପାଣିପାଗ ରାଡାର ଓ ଅଟୋ ପାଇଲଟ୍ ବ୍ୟବସ୍ଥା ମଧ୍ୟ ରହିଛି । ଏହି ଅତ୍ୟାଧୁନିକ ହେଲିକପ୍ଟରରେ Shturm-V  କ୍ଷେପଣାସ୍ତ୍ର, S-8 ରକେଟ୍, 23 ଏମଏମ ମେସିନ୍ ଗନ, PKT ମେସିନ୍ ଗନ୍ ଏବଂ AKM ବୁଡ଼ାଜାହାଜ ଗନ୍ ମଧ୍ୟ ରହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସମ୍ବଲପୁରରେ ନିଜ ମାସାମନାରେ କୂଅ ଭିତରେ ପଡ଼ି ମରିଗଲେ ଦୁଇ ଭେଣ୍ଡିଆ ପୁଅ

ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ହେଲିକପ୍ଟର ଆର୍ମଡ୍ ଭେହିକିଲ୍ ଓ ସ୍ଥଳଭାଗରେ ଟାର୍ଗେଟ୍ କରିପାରେ । ହେଲିକପ୍ଟରର ଗୁରୁତ୍ବପୂର୍ଣ୍ଣ ଅଂଶ ଆର୍ମଡ୍ ପ୍ଲେଟ୍‌ ଦ୍ବାରା ସୁରକ୍ଷିତ । ବିସ୍ଫୋରଣରୁ ରକ୍ଷା କରିବା ପାଇଁ ଇନ୍ଧନ ଟ୍ୟାଙ୍କଗୁଡିକ ଫୋମ୍ ପଲିୟୁରେଥନରେ ଭର୍ତ୍ତି ହୋଇଥାଏ । ଏଥିରେ ଇଞ୍ଜିନ୍-ଏକ୍ସଜଷ୍ଟ୍ ଇନଫ୍ରାଡ୍ ଦମନକାରୀ, ଫ୍ଲେୟାର୍ ଡିସପେନସର୍ ଏବଂ ଜାମର୍ ମଧ୍ୟ ରହିଛି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ଡବଲ୍ମର୍ଡ଼ର: ନାବାଳକ ପୁଅ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ; ପୋଲିସ ନିକଟରେ ସ୍ୱୀକାର କଲା

ଏହି Mi-17V5 ହେଲିକପ୍ଟରର ସର୍ବାଧିକ ବେଗ ଘଣ୍ଟାକୁ ୨୫୦ କିଲୋମିଟର୍‌ ଓ ଷ୍ଟାଣ୍ଡାର୍ଡ ରେଞ୍ଜ ହେଉଛି ଘଣ୍ଟାକୁ ୫୮୦ କିଲୋମିଟର୍‌ । ଏହା ସର୍ବାଧିକ ୬,୦୦୦ ମିଟର୍‌ ଉଚ୍ଚତାରେ ଉଡ଼ି ପାରିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ଜୟ ଜଗନ୍ନାଥ, ରସଗୋଲା ଆମର’’: ରିଆଲିଟି ଶୋରେ ଓଡ଼ିଶାର ରସଗୋଲା! ଚର୍ଚ୍ଚାରେ ଓଡି଼ଆ ଝିଅ

୮୦ଟି Mi-17V5 ହେଲିକପ୍ଟର୍‌ ପାଇଁ ଭାରତ ସରକାର ୨୦୦୮ରେ ଋଷ ସହ ଚୁକ୍ତି ସ୍ବାକ୍ଷର କରିଥିଲେ । ରୁଷ ୨୦୧୩ ସୁଦ୍ଧା ଭାରତକୁ ଚୁକ୍ତି ଅନୁସାରେ ସବୁ ୮୦ଟି ହେଲିକପ୍ଟ ପ୍ରଦାନ କରିସାରିଛି । ପରେ ଭାରତୀୟ ବାୟୁ ସେନା ପାଇଁ ଆଉ ୭୧ଟି Mi-17V5 ହେଲିକପ୍ଟର୍‌ ଅର୍ଡର୍‌ ଲାଗି ଭାରତ ସରକାର ରୁଷ ସହ ନୂଆ ଚୁକ୍ତି ସ୍ବାକ୍ଷରିତ କରିଥିଲେ ।
Published by:Anand S.T. Das
First published: