ସମୁଦ୍ର ପତ୍ତନଠାରୁ ରେଳ ଷ୍ଟେସନର ଉଚ୍ଚତା କାହିଁକି ମପା ଯାଏ? ଏହା ପଛରେ କଣ ରହିଛି କାରଣ?

ରେଲୱେ ପ୍ଲାଟଫର୍ମର ବୋଡରେ ଷ୍ଟେସନର ନାମ ସହ ଏହା ସମୁଦ୍ର ପତ୍ତନଠାରୁ କେତେ ଉଚ୍ଚତାରେ ଅଛି କଣ ପାଇଁ ଲେଖାଯାଇଥାଏ? ଆସନ୍ତୁ ଜାଣିବା ଏହାର କାରଣ।

ସମୁଦ୍ର ପତ୍ତନଠାରୁ ରେଳ ଷ୍ଟେସନର ଉଚ୍ଚତା କାହିଁକି ମପା ଯାଏ? ଜାଣନ୍ତୁ

ସମୁଦ୍ର ପତ୍ତନଠାରୁ ରେଳ ଷ୍ଟେସନର ଉଚ୍ଚତା କାହିଁକି ମପା ଯାଏ? ଜାଣନ୍ତୁ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ନୂଆଦିଲ୍ଲୀ: ଭାରତୀୟ ରେଳରେ (Indian Railways) ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯୋତ୍ରା କରନ୍ତି। କିନ୍ତୁ ରେଲୱେ ସହ ଯୋଡି ହୋଇଥିବା ନିୟମାବଳୀ ବିଷୟରେ ବହୁତ କମ ଯାତ୍ରୀ ଜାଣିଥିବେ। ଯେମିତି କି ଟର୍ମିନାଲ (Terminal) ଜଙ୍କସନ୍ (Junction)ଭିତରେ ପାର୍ଥକ୍ୟ କଣ, ଟ୍ରେନର ଶେଷ କୋଚ ପଛରେ X କଣ ପାଇଁ ଲେଖାଯାଏ, ରେଲୱେ ଟ୍ରାକ ଉପରେ କଣ ପାଇଁ ତୀକ୍ଷ୍ଣ ପଥର ବିଛାଯାଏ?

ଏମିତି ଅନେକ ପ୍ରଶ୍ନ ଅଛି ଯାହା ବିଷୟରେ ଅଧିକ ଲୋକଙ୍କୁ ଜଣାନଥାଏ। ତେବେ ପ୍ରଶ୍ନ ଏହା କି, ରେଲୱେ ପ୍ଲାଟଫର୍ମର ବୋର୍ଡରେ ଷ୍ଟେସନର ନାମ ସହ ଏହା ସମୁଦ୍ର ପତ୍ତନଠାରୁ କେତେ ଉଚ୍ଚତାରେ ଅଛି କଣ ପାଇଁ ଲେଖାଯାଇଥାଏ?

ତେବେ ଆପଣ କେବେ ଭାବିଛନ୍ତି କି ରେଲୱେ ଷ୍ଟେସନ ବୋର୍ଡରେ ଲେଖାଥିବା ସମୁଦ୍ର ପତ୍ତନଠାରୁ ଷ୍ଟେସନର ଉଚ୍ଚତାର ସୂଚନା କେଉଁ କାମରେ ଆସିଥାଏ? କଣ ଏହି ସୂଚନା ଯାତ୍ରୀ ମାନଙ୍କ ପାଇଁ ଜରୁରୀ କିମ୍ବା ଏହା ପଛରେ ଅନ୍ୟ କୌଣସି କାରଣ ଅଛି କି? ଯଦି ଆପଣ ଏହି ବିଷୟରେ ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା।

ପ୍ରତ୍ୟେକ ରେଳ ଷ୍ଟେସନର ପ୍ଲାଟଫର୍ମର (Platform) ଆରମ୍ଭ ଓ ଶେଷରେ ହଳଦିଆ ରଙ୍ଗର ଏକ ବଡ଼ ବୋଡ ଲଗାଯାଇଥାଏ, ଯାହା ଉପରେ ଷ୍ଟେସନର ନାମ ଓ ଏହାର ତଳେ ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା କେତେ ତାହା ଲେଖାଯାଇଥାଏ।

ଟ୍ରେନରେ ଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏହାକୁ ପଢ଼ିଥାନ୍ତି। ଏହି ସୂଚନା କାହିଁକି ଦିଆଯାଏ ତାହା ଜାଣିବା ପୂର୍ବରୁ ଏହା ଯାଣିବା କି ସମୁଦ୍ର ପତ୍ତନଠାରୁ ଉଚ୍ଚତା କଣ? ଇଂରାଜୀରେ ଏହାକୁ Mean Sea level କୁହାଯାଏ। ଦୁନିଆରେ ସମୁଦ୍ରର ସମାନ ସ୍ତର ଥାଏ ଏଥିପାଇଁ ଉଚ୍ଚତାକୁ ସଠିକ ଭାବରା ମାପିବା ପାଇଁ ସମୁଦ୍ର ପତ୍ତନକୁ ଆଧାର ଭାବରା ନିଆଯାଏ।

ଆପଣମାନଙ୍କୁ ଜଣାଇ ଦେବୁ କି ସମୁଦ୍ର ପତ୍ତନଠାରୁ ଷ୍ଟେସନର ଉଚ୍ଚତା ସମ୍ବନ୍ଧୀୟ ସୂଚନା ଯାତ୍ରୀମାନଙ୍କ ପାଇଁ ନୁହେଁ ବରଂ ଟ୍ରେନର ଲୋକ ପାଇଲଟ ଓ ଗାର୍ଡଙ୍କ ପାଇଁ ଥାଏ। ବାସ୍ତବରେ ଏହା ସେମାନଙ୍କୁ ଟ୍ରେନର ଗତି ବଢ଼ାଇବା ଓ କମାଇବାରେ ସାହାଯ୍ୟ କରେ।

ଏହି ସୂଚନା ସାହାଯ୍ୟରେ ଟ୍ରେନ ଚାଳକ ସହଜରେ ସ୍ତିର କରିପାରେ ଯେ ଅଧିକ ଉଚ୍ଚତା ଚଢ଼ିବାକୁ ଇଞ୍ଜନକୁ କେତେ ଶକ୍ତି ଦେବାକୁ ହେବ ଓ ତଳକୁ ଆସିବା ବେଳେ ଟ୍ରେନ ଚାଳକକୁ ଏହା ଜଣାପଡ଼େ କି କେତେ ଘର୍ଷଣ ପ୍ରୟୋଗ କରାଯିବ ଏବଂ କେଉଁ ଗତି ରଖିବା ଆବଶ୍ୟକ। ସେଥିପାଇଁ ସବୁ ଷ୍ଟେସନରେ ‘ସମୁଦ୍ର ପପତ୍ତନଠାରୁ ଉଚ୍ଚତା’ ବ୍ୟବହୃତ ହୁଏ।

ଏହା ବ୍ୟତୀତ ରେଳ ଷ୍ଟେସନରେ ଲେଖାଯାଇଥିବା ଏହି ସୂଚନା ଏଥିପାଇଁ ଜରୁରୀ, କାରଣ ଯେତେବେଳେ ଭାରତରେ ରେଳ ଷ୍ଟେସନ ନିର୍ମାଣ ହେଉଥିଲା ସେତେବେଳେ ସମୁଦ୍ର ପତ୍ତନଠାରୁ ଉଚ୍ଚତା ଷ୍ଟେସନ ନିର୍ମାଣ ଓ ରେଳ ଲାଇନ ବିଛାଇବାରେ ସହାୟକ ହେଉଥିଲା।

ପଢ଼ନ୍ତୁ ଏହି ଖବର:  ବ୍ରେକଅପ ପରେ ଯୁବକଙ୍କୁ ମିଳିଲା ଟଙ୍କା: କରିଥିଲେ ବୀମା; ଏହି ସ୍କିମ ଆସିପାରେ ଆପଣଙ୍କ କାମରେ

ତେବେ ଭାରତରେ ସମୁଦ୍ର ପତ୍ତନଠାରୁ ସର୍ବନିମ୍ନ ସ୍ତରରେ ଥିବା ରେଲୱେ ଷ୍ଟେସନ ହେଉଛି କୁଟ୍ଟନାଡ ଷ୍ଟେସନ ( kuttanad Railway station), ଯାହା କେରଳର ଅଲପ୍ପୁଝା ଜିଲ୍ଲାରେ ଅବସ୍ଥିତ ଏବଂ ଏହା ସମୁଦ୍ର ପତ୍ତନଠାରୁ ୨.୩ ମିଟର ଉଚ୍ଚତାରେ ଅବସ୍ଥିତ। ଏତେ କମ ଉଚ୍ଚତା ହେତୁ ଏହା କେବଳ ଭାରତ ନୁହଁ ବରଂ ପୁରା ବିଶ୍ୱର ସର୍ବନିମ୍ନରେ ଥିବା ରେଳ ଷ୍ଟେସନ ଭାବରେ ପରିଚିତ।
Published by:Lipina Das
First published: