ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ତାଣ୍ଡବ; ଧୋଇଗଲା ଘର.. ବ୍ରିଜ୍ ଓ ରାସ୍ତା

ଉତ୍ତର ଏବଂ ପୂର୍ବ ଭାରତରେ ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ପ୍ରବାହିତ ବନ୍ୟା ଜଳ ଓ ଭୂସ୍ଖଳନରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ତାଣ୍ଡବ; ଧୋଇଗଲା ଘର.. ବ୍ରିଜ୍ ଓ ରାସ୍ତା

ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ତାଣ୍ଡବ; ଧୋଇଗଲା ଘର.. ବ୍ରିଜ୍ ଓ ରାସ୍ତା

  • Share this:
News 18 Odia Digital

ନୂଆଦିଲ୍ଲୀ; ଗତ ତିନି ଦିନ ଧରି ଭାରତର ଅନେକ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଉତ୍ତର ଏବଂ ପୂର୍ବ ଭାରତରେ ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ପ୍ରବାହିତ ବନ୍ୟା ଜଳ ଓ ଭୂସ୍ଖଳନରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ତିନି ଦିନ ମଧ୍ୟରେ ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ  ଏବଂ ଓଡ଼ିଶାରେ ଅତି କମରେ ୫୦ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି । ଆସନ୍ତା ଦୁଇ ଦିନ ଏହି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଫ୍ଲାସ୍ ବନ୍ୟା ଏବଂ ଭୂସ୍ଖଳନ ପରେ ନିଖୋଜ ଥିବା ୫ ଜଣଙ୍କୁ ରବିବାର ମଧ୍ୟ ଚିହ୍ନଟ କରାଯାଇ ପାରିନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି । ଶନିବାର ରାଜ୍ୟରେ ବର୍ଷା ଜନିତ ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ମାଣ୍ଡି, କାଙ୍ଗଡା ଏବଂ ଚାମ୍ବା ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ହୋଇଛି । ହିମାଚଳ ପ୍ରଦେଶରେ ଗତ ତିନି ଦିନ ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ୩୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ନିଖୋଜ ଅଛନ୍ତି । ବନ୍ୟା ଯୋଗୁଁ ଶହ ଶହ ଲୋକ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଉଛନ୍ତି ।

ଶନିବାର ଉତ୍ତରାଖଣ୍ଡରେ ବାଦଲ ଫାଟିବା ହେତୁ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ନିଖୋଜ ଅଛନ୍ତି । ଏହି ଘଟଣାରେ ନଦୀଗୁଡ଼ିକ କୂଳ ଲଙ୍ଘିଥିଲେ ଯେଉଁଥିପାଇଁ କିଛି ଘର ଧୋଇ ହୋଇଯାଇଥିଲା ।

ଓଡ଼ିଶାରେ ପ୍ରବଳ ବର୍ଷା ମଧ୍ୟରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ବନ୍ୟା ଯୋଗୁଁ ପ୍ରାୟ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ହଜାର ହଜାର ବିସ୍ଥାପିତ ଆଶ୍ରୟ ସ୍ଥଳୀରେ ରହିଛନ୍ତି । ବର୍ଷା ବିଦ୍ୟୁତ ଯୋଗାଣରେ ବାଧା ସୃଷ୍ଟି କରିଛି ଏବଂ ରାସ୍ତା ମଧ୍ୟ ନଷ୍ଟ ହୋଇଯାଇଛି ।

ଶନିବାର ଦିନ ଝାଡଖଣ୍ଡର ରାମଗଡ ଜିଲ୍ଲାର ନାଲକରୀ ନଦୀ ଜଳରେ ପାଞ୍ଚ ଜଣ ଭାସି ଯାଇଛନ୍ତି । ରାମଗଡ ଜିଲ୍ଲାର ଜଣେ ଅଧିକାରୀ ମାଧବୀ ମିଶ୍ର କହିଛନ୍ତି ଯେ ଏପର୍ଯ୍ୟନ୍ତ ଚାରିଟି ମୃତଦେହ ଉଦ୍ଧାର କରାଯାଇଛି
Published by:Soubhagya Mishra
First published: