News18 Odia Digital
Insurance Fund: ଲୋକମାନେ ସେମାନଙ୍କ ଜୀବନରେ ସ୍ୱାସ୍ଥ୍ୟ ବୀମା, ଦୁର୍ଘଟଣା ଜନୀତ ବୀମା ପରି ଅନ୍ୟ କିଛି ଜିନିଷ ପାଇଁ ବୀମା କରିଥାନ୍ତି। କିନ୍ତୁ ଆପଣମାନେ ଏହା କେବେ ଭାବିଛନ୍ତି କି? ପ୍ରେମ ଓ ରିଲେସନସିପ୍ ପାଇଁ ମଧ୍ୟ ବୀମା (insurance) ହୋଇପାରେ। ଯଦି ଆପଣ ଏପର୍ଯ୍ୟନ୍ତ ଏକଥା ଭାବିନାହାଁନ୍ତି , ତେବେ ଆପଣ ବହୁତ ପଛରେ ଅଛନ୍ତି।
ତେବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ବ୍ରେକଅପ୍ (Breakup) ପରେ ଜଣେ ଯୁବକଙ୍କୁ ବୀମାର ଟଙ୍କା ମିଳିଛି। ଏହି କାହାଣୀଟି ଆପଣମାନଙ୍କୁ ବେଶ୍ ଅଜବ ଲାଗୁଥାଇ ପାରେ, ହେଲେ ଏହା ଏକଦମ ସତ। ତେବେ ଆସନ୍ତୁ ଏ ବିଷୟରେ ଜାଣିବା।
ନିକଟରେ ପ୍ରତୀକ ଆର୍ଯ୍ୟନ ନାମକ ଜଣେ ଯୁବକ ଟ୍ୱିଟରରେ ଏକ ଟ୍ୱିଟ କରିଥିଲେ। ସେ ଏଥିରେ ଲେଖିଥିଲେ, ‘‘ନିକଟରେ ମତେ ୨୫୦୦୦ ଟଙ୍କା ମିଳିଛି, କାହିଁକି ନା ମୋ ଗାଲଫ୍ରେଣ୍ଡ୍ ମୋଠାରୁ ଅଲଗା ହୋଇଯାଇଛି। ଯେତେବେଳେ ଆମ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଆରମ୍ଭ ହେଲା, ଆମ ସମ୍ପର୍କ ସମୟରେ ଏକ ମିଳିତ ଆକାଉଣ୍ଟ୍ ଖୋଲିଥିଲୁ ଏବଂ ସେହି ଆକାଉଣ୍ଟରେ ପ୍ରତିମାସରେ ୫୦୦ ଟଙ୍କା ଜମା କରି ଏକ ପଲିସ୍ (policy) କରିଥିଲୁ। ଏହି ପଲିସରେ ଏହା ଲେଖାଥିଲା କି ଦୁଇଜଣଙ୍କ ମଧ୍ୟରୁ ଯିଏ ବି ସମ୍ପର୍କକୁ ଭଙ୍ଗିବ ତ ସବୁ ଟଙ୍କା ଅନ୍ୟ ଜଣକୁ ମିଳିବ।’’
କେବଳ ଏତିକି ନୁହେଁ, ଯୁବକ ଜଣଙ୍କ ବୀମାର ନାମ ମଧ୍ୟ ଜଣାଇଛନ୍ତି। ସେ ନିଜ ପୋଷ୍ଟରେ କହିଥିଲେ, ‘‘ଏହା ହେଉଛି ହାର୍ଟବ୍ରେକ୍ ବୀମା ଫଣ୍ଡ୍।’’ ଏହା ହେଉଛି ଆପୋସ ବୁଝାବଣାରେ କରାଯାଇଥିବା ଏକ ବୀମା। ଏହି ବୀମା ଅନୁସାରେ ସାଥୀକୁ ସମ୍ପର୍କରେ ବିଶ୍ବସ୍ତ ହେବାକୁ ପଡ଼ିବ। ଯଦି ଦୁଇଜଣଙ୍କ ଭିତରୁ କେହି ଅଲଗା ହୁଅନ୍ତି ତେବେ ସେ ତାଙ୍କର ସବୁ ଟଙ୍କା ହରାଇବ ଅର୍ଥାତ ସମସ୍ତ ଟଙ୍କା ଅନ୍ୟ ସାଥୀଜଣକୁ ମିଳିବ। ତେବେ ଯୁବକ ଜଣକ ଏକଥା ଜଣାଇବା ପରେ ଏହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଆଲୋଚନା ଚାଲିଛି।
ପଢ଼ନ୍ତୁ ଏହି ଖବର: ସିନିୟର ସିଟିଜନ୍ସଙ୍କ ପାଇଁ ଆଶ୍ବସ୍ତି ଖବର; ପୁଣି ମିଳିବ ଟ୍ରେନ ଭଡ଼ାରେ ରିହାତି!ଏହି ଯୁବକ ଜଣକ ତିନିଦିନ ତଳେ ଏହି ଟ୍ୱିଟ କରିଥିଲେ ଓ ଦେଖୁ ଦେଖୁ ଏହା ଏବେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହା ଉପରେ ତୀବ୍ର ପ୍ରତିକ୍ରିଆ ପ୍ରକାଶ କରୁଛନ୍ତି। କେହି କେହି କହୁଛନ୍ତି କି ଏହି ବୀମାରେ ଅଧିକ ଟଙ୍କା ମିଳିବା ଉଚିତ୍ ଏବଂ ଅନ୍ୟ କେହି କେହି ଏହା ମଧ୍ୟ କହୁଛନ୍ତି କି ଯଦି ସମ୍ପର୍କ ଅଧିକ ଦିନ ରହିଥାନ୍ତା ତେବେ ଟଙ୍କା ମଧ୍ୟ ଅଧିକ ମିଳିଥାନ୍ତା। ବର୍ତ୍ତମାନ ଯୁବକ ଜଣଙ୍କ ଚ୍ୱିଟକୁ ଖୁବ୍ ସେୟାର କରାଯାଉଛି ଓ ଲୋକମାନେ ଏହା ଉପରେ ନିଜ ନିଜର ପ୍ରତିକ୍ରାୟା ଦେଉଥିବାର ନଜର ଆସୁଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।