ଆଜି ଗୋଟିଏ କୋଠରୀରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ; କିନ୍ତୁ କଥାବାର୍ତ୍ତାର ଆଶା କମ୍

Heart of Asia Summit: ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ ଓ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ସକରାତ୍ମକ ବିବୃତ୍ତି ପରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ସମାନ ବୈଠକରେ ଯୋଗଦେବେ ।

ଆଜି ଗୋଟିଏ କୋଠରୀରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ; କିନ୍ତୁ କଥାବାର୍ତ୍ତାର ଆଶା କମ୍
ଆଜି ଗୋଟିଏ କୋଠରୀରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ
  • News18 Odia
  • Last Updated: March 30, 2021, 10:02 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ମଙ୍ଗଳବାର ଦିନ ମଧ୍ୟ ଏସିଆ ଦେଶ ତାଜିକିସ୍ତାନରେ (Tajikistan) ଅନୁଷ୍ଠିତ ହେବାକୁ ଥିବା 'ହାର୍ଟ ଅଫ୍ ଏସିଆ' ସମ୍ମିଳନୀରେ ୧୫ ଟି ଦେଶର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ । ଏହି ଅବସରରେ ଭାରତ ଓ ପାକିସ୍ତାନର ବୈଦେଶିକ ମନ୍ତ୍ରୀମାନେ ମଧ୍ୟ ଦୁଶାନବେରେ ଅଛନ୍ତି ଓ ଆଜିର ପରିବର୍ତ୍ତିତ ପରିବେଶରେ ସେମାନେ ଗୋଟିଏ କୋଠରୀରେ ମୁହାଁମୁହିଁ ହେବେ ।

ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ ଓ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜୱାଙ୍କ ସକରାତ୍ମକ ବିବୃତ୍ତି ପରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ସମାନ ବୈଠକରେ ଯୋଗଦେବେ । ଯଦିଓ ଦୁଇ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ ଚୂଡାନ୍ତ ହୋଇନାହିଁ । ତେବେ ହଠାତ୍ ବୈଠକ ଏକ ହୋଇଯିବାକୁ ନେଇ ମଧ୍ୟ ଅସ୍ୱୀକାର କରଯାଇ ପାରିବ ନାହିଁ । ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ଓ ଦିଲ୍ଲୀରେ ଇଣ୍ଡୋ-ପାକ୍ ସିନ୍ଦୂର ଜଳ ଆୟୋଗର ବୈଠକ ପରେ ଭାରତ-ପାକ୍ ବୈଦେଶିକ ମନ୍ତ୍ରୀ ଉପସ୍ଥିତ ଥିବା ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

... ଯେତେବେଳେ ଭାରତର ବୈଦେଶିକ ମନ୍ତ୍ରୀ ପାକିସ୍ତାନକୁ ଦେଇଥିଲା ଉପଯୁକ୍ତ ଜବାବ
୨୩ ମାର୍ଚ୍ଚରେ ପ୍ରଧାନ ମନ୍ତ୍ରୀ ମୋଦି ପାକିସ୍ତାନ ଦିବସରେ ପାକିସ୍ତାନ ପ୍ରଧାନ ମନ୍ତ୍ରୀଙ୍କୁ ଅଭିନନ୍ଦନ ପତ୍ର ପଠାଇଥିଲେ । ପାକିସ୍ତାନ ପ୍ରଧାନ ମନ୍ତ୍ରୀ କରୋନା ପଜିଟିଭ ହେବାପରେ ପ୍ରଧାନ ମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଛନ୍ତି ତାଙ୍କର ଶୀଘ୍ର ଆରୋଗ୍ୟ ହେବାର କାମନା କରିଥିଲେ ।

ସେପ୍ଟେମ୍ବର ୨୦୧୮ ରେ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନେପାଳରେ ଚାଲିଥିବା ସାର୍କ ସମ୍ମିଳନୀରୁ ଭାଷଣ ଶେଷ କରିବା ପରେ ଚାଲି ଯାଇଥିଲେ ଓ ପାକିସ୍ତାନ ବୈଦେଶିକ ମନ୍ତ୍ରୀ କୁରେଶୀଙ୍କ ଭାଷଣକୁ ଅପେକ୍ଷା କରିନଥିଲେ । ସେପ୍ଟେମ୍ବର ୨୦୧୯ ରେ ନ୍ୟୁୟର୍କରେ ମଧ୍ୟ ପାକ୍ ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଭାଷଣକୁ ବହିଷ୍କାର କରିଥିଲେ । ଯଦିଓ ସେପ୍ଟେମ୍ବର ୨୦୨୦ ରେ ମସ୍କୋରେ ଅନୁଷ୍ଠିତ ଏସସିଓ ବୈଠକରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ମୁହାଁମୁହିଁ ହୋଇଥିଲେ । କିନ୍ତୁ ଏହି ପରିବର୍ତ୍ତିତ ପରିବେଶରେ ଏହି ବୈଠକକୁ ସକାରାତ୍ମକ ଦୃଷ୍ଟିରେ ଦେଖା ଯାଉଛି ।
Published by: Jagdish Barik
First published: March 30, 2021, 10:02 AM IST