News 18 Odia Digital
HealthTips; ଆପଣ ଖାଲି ପେଟରେ ଅନେକ ପ୍ରକାରର ଜୁସ୍ ପିଇପାରିବେ । ଏହି ଜୁସଗୁଡିକ ପୋଷକ ତତ୍ତ୍ୱରେ ଭରପୂର ଅଟେ । ଏହା ସହ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ମଧ୍ୟ ଥାଏ ଯାହାକି ହଜମ ପ୍ରକ୍ରିୟାକୁ ସାହାଯ୍ୟ କରେ ।
ଡାଳିମ୍ବ ଜୁସ୍ - ଖାଲି ପେଟରେ ଡାଳିମ୍ବ ଜୁସ୍ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ଡାଳିମ୍ବ ଜୁସ୍ ମଧ୍ୟ ରକ୍ତହୀନତାର ସମସ୍ୟା ଦୂର କରିଥାଏ । ଆପଣ ଏହାକୁ ପ୍ରତିଦିନ ସକାଳେ ପିଇପାରିବେ ।
ଅଁଳା ଜୁସ୍- ଖାଲି ପେଟରେ ଅଁଳା ଜୁସ୍ ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିରେ ଅନେକ ପୋଷକ ତତ୍ତ୍ୱ ଥାଏ । ଏଥିରେ ଭିଟାମିନ୍ ବି କମ୍ପ୍ଲେକ୍ସ, ଜିଙ୍କ, ଭିଟାମିନ୍ ସି, କ୍ୟାଲସିୟମ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ ।
କଲରା ଜୁସ୍- ଏହି ଜୁସ୍ ଡାଏଟାରୀ ଫାଇବରରେ ଭରପୂର । ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ । ଆପଣ ଆପଣଙ୍କର ଓଜନ ହ୍ରାସ ଖାଦ୍ୟରେ ଏହି ଜୁସକୁ ମଧ୍ୟ ଅନ୍ତର୍ଭୁକ୍ତ କରିପାରିବେ ।
ଆଲୋଭେରା ଜୁସ୍ - ଆଲୋଭେରାରେ ଭିଟାମିନ୍ ସି, ଏ ଏବଂ ଭିଟାମିନ୍ ବି ଥାଏ । ଏଥିରେ କ୍ୟାଲସିୟମ, ଜିଙ୍କ, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ପରି ପୋଷକ ତତ୍ତ୍ୱ ରହିଥାଏ । ଏହି ଜୁସ୍ କୁ ଖାଲି ପେଟରେ ପିଇବା ଦ୍ୱାରା ପେଟର ଉତ୍ତାପ ଦୂର ହୋଇଥାଏ । ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ପାଇଁ ଏହା କାମ କରେ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।