Valentine's Day 2020: ପ୍ରେମରେ ଭଲ ସମ୍ପର୍କ ଓ ଖରାପ ସମ୍ପର୍କ ଭିତରେ କ’ଣ ପାର୍ଥକ୍ୟ ରହିଛି? ଜାଣନ୍ତୁ

ଆମ ଭିତରୁ ଅଧିକାଂଶ ପ୍ରେମ ଓ ସମ୍ପର୍କ ବିଷୟରେ ବହିରୁ, ଫିଲ୍ମରୁ ଓ ଟିଭି ସୋ’ରୁ ଜାଣିବାକୁ ପାଇଥାଉ । ବହୁତ ଥର ସେଥିରେ ଥିବା ଚ଼ିତ୍ରଣ ଭ୍ରମାତ୍ମକ ସାବ୍ୟସ୍ତ ହୋଇଥାଏ । ଆପଣ କ’ଣ ଜାଣିବାକୁ ଚ଼ାହାଁନ୍ତି ଗୋଟେ ଉତ୍ତମ ପ୍ରେମ ସମ୍ପର୍କ କିଭଳି ହୋଇଥାଏ ସେ ବିଷୟରେ? ପଢ଼ନ୍ତୁ ଓ ଟିପ୍ସ୍ ପାଆନ୍ତୁ ।

Valentine's Day 2020: ପ୍ରେମରେ ଭଲ ସମ୍ପର୍କ ଓ ଖରାପ ସମ୍ପର୍କ ଭିତରେ କ’ଣ ପାର୍ଥକ୍ୟ ରହିଛି? ଜାଣନ୍ତୁ
(ପ୍ରତୀକାତ୍ମକ ଚ଼ିତ୍ରାଙ୍କନ)
  • News18 Odia
  • Last Updated: February 13, 2020, 7:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ରେଡ଼ୱମ୍ବ୍‌ | News18 Odia Digital

ତରବରରେ ବିବାହ ନ କରି ଏବେ ଅନେକ ଲୋକ ନିଜ ଜୀବନରେ ଏମିତି ବଡ଼ ନିର୍ଣ୍ଣୟ ନେବା ପୂର୍ବରୁ କିଛି ଦିନ ଏକ ପ୍ରେମ ସମ୍ପର୍କରେ ରହିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏବେ ବି ସେ ସମ୍ପର୍କ ବିଷୟରେ ଖୋଲାଖୋଲିଭାବେ କଥା ହେବାକୁ ଅନେକ ଲୋକଙ୍କୁ କଷ୍ଟ ଲାଗୁଛି । ଆମ ଭିତରୁ ଅଧିକାଂଶ ପ୍ରେମ ଓ ସମ୍ପର୍କ ବିଷୟରେ ବହିରୁ, ଫିଲ୍ମରୁ ଓ ଟିଭି ସୋ’ରୁ ଜାଣିବାକୁ ପାଇଥାଉ । ବହୁତ ଥର ସେଥିରେ ଥିବା ଚ଼ିତ୍ରଣ ଭ୍ରମାତ୍ମକ ସାବ୍ୟସ୍ତ ହୋଇଥାଏ । ତେବେ କ’ଣ ଆପଣ ଜାଣିବାକୁ ଚ଼ାହାଁନ୍ତି ଗୋଟେ ଉତ୍ତମ ପ୍ରେମ ସମ୍ପର୍କ କିଭଳି ହୋଇଥାଏ ସେ ବିଷୟରେ?

ମନସ୍ତତ୍ବବିଦ୍‌ ଓ ପରାମର୍ଶଦାତାମାନଙ୍କ ସହ କଥାବାର୍ତ୍ତା ହେବା ପରେ ଏକ ଉତ୍ତମ ପ୍ରେମ ସମ୍ପର୍କ କିଭଳି ହେବା ଦରକାର ସେ ବିଷୟରେ ଏଠି କିଛି ଟିପ୍ସ ଦିଆଯାଇଛି:

. କଥାବାର୍ତ୍ତା, ଆଳାପ-ଆଲୋଚ଼ନା:

ନିଜ ସାଥୀ ସହ ଆପଣଙ୍କ ମନରେ କ’ଣ ଅଛି ସେ ବିଷୟରେ କଥା ହେବା ପାଇଁ ଆପଣ ସକ୍ଷମ ହେବା ଭାରି ଗୁରୁତ୍ବପୂର୍ଣ୍ଣ, କଥାବାର୍ତ୍ତାର ଅର୍ଥ ଏହା ଠାରୁ ଆହୁରି ଅଧିକ । କଥାବାର୍ତ୍ତାର ଏକ ମୁଖ୍ୟ ଅଂଶ ହେଉଛି ଆପଣ ନିଜ ସାଥୀଙ୍କ ସହ କେମିତି କଥା ହେଉଛନ୍ତି । ଉଦାହରଣ ସ୍ବରୁପ ଯଦି ଆପଣଙ୍କ ସାଥୀ ଆପଣଙ୍କ ସହିତ ମିଶି କରିଥିବା କୌଣସି ପ୍ଲାନ କ୍ୟାନସଲ୍‌ କରିଦେଇଛନ୍ତି ଓ ସେଥି ପାଇଁ ଆପଣଙ୍କ ମନ କଷ୍ଟ ହେଉଛି, ତେବେ ନିଜ ସାଥୀଙ୍କୁ ସେ କଥା ନ ଜଣେଇବା ବାର୍ତ୍ତାଳାପର ଅଭାବ ବୋଲି ବୁଝିବାକୁ ହେବ । ଆଉ ଯଦି ନିଜ ସାଥୀଙ୍କୁ ଆପଣ ଦୋଷ ଦେବା ପରି ବା ଆକ୍ରାମକ ଢଙ୍ଗରେ ସେ କଥା କହୁଛନ୍ତି, ଯଥା ’’ତୁମେ ସବୁବେଳେ ପ୍ଲାନ୍‌ କ୍ୟାନସଲ୍‌ କର!’’ ବା ‘‘ମୁଁ ବିଶ୍ୱାସ କରିପାରୁନି ତୁମେ ଆଉ ଥରେ ପ୍ଲାନ୍‌ କ୍ୟାନସଲ୍‌ କରିଦେଲ!’’ ତାହେଲେ ସେଇଟା ଅସ୍ୱାସ୍ଥ୍ୟକର ବାର୍ତ୍ତାଳାପ ହେବ ।

ନିଜ ସାଥୀଙ୍କ ସହ ବାର୍ତ୍ତାଳାପର ସବୁ ଠାରୁ ଉତ୍ତମ
First published: February 13, 2020, 7:50 PM IST