ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ମାନସିକ ଚାପ କମ କରିବାରେ ସାହାଯ୍ୟ କରେ ବରଗଛର ଫଳ; ଏସବୁ ରୋଗର ପ୍ରତିକାର ମଧ୍ଯ କରେ ବର ଫଳ

ମାନସିକ ଚାପ କମ କରିବାରେ ସାହାଯ୍ୟ କରେ ବରଗଛର ଫଳ; ଏସବୁ ରୋଗର ପ୍ରତିକାର ମଧ୍ଯ କରେ ବର ଫଳ

ବର ଗଛ ଅନେକ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଓ ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ। ବର ଫଳରେ ଖଣିଜ ଲୁଣ, ଆଣ୍ଟି-ଅକ୍ସିଡାଣ୍ଟ ଓ ଆନାଲେଜିକ୍ ଗୁଣରେ ଭରପୂର।

ମାନସିକ ଚାପ କମ କରିବାରେ ସାହାଯ୍ୟ କରେ ବରଗଛର ଫଳ; ଏସବୁ ରୋଗର ପ୍ରତିକାର ମଧ୍ଯ କରେ ବର ଫଳ
ବର ଫଳରେ ଖଣିଜ ଲୁଣ, ଆଣ୍ଟି-ଅକ୍ସିଡାଣ୍ଟ ଓ ଆନାଲେଜିକ୍ ଗୁଣ ଭରପୁର ରହିଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 8, 2021, 1:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭାରତୀୟ ସଂସ୍କୃତିରେ ବର ଗଛକୁ ବହୁତ ସମ୍ମାନିତ ବିବେଚନା କରାଯାଏ ଓ ହିନ୍ଦୁ ଧର୍ମରେ ଏହାକୁ ପୂଜା ମଧ୍ୟ କରାଯାଏ। ସମସ୍ତେ ଏହା ଜାଣନ୍ତି, କିନ୍ତୁ ବର ଗଛ ଓ ଏହାର ଫଳ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ, କେବଳ ଅଳ୍ପ ଲୋକ ଏହା ଜାଣନ୍ତି। ବର ଗଛ ଅନେକ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଓ ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ। ବର ଫଳରେ ଖଣିଜ ଲୁଣ, ଆଣ୍ଟି-ଅକ୍ସିଡାଣ୍ଟ ଓ ଆନାଲେଜିକ୍ ଗୁଣରେ ଭରପୂର। ଏହି ଫଳଗୁଡ଼ିକରେ ପ୍ରୋଟିନ୍, ଫାଇବର, କ୍ୟାଲସିୟମ୍ ଓ ଫସଫରସ୍ ପରି ପୁଷ୍ଟିକର ଖାଦ୍ୟ ମଧ୍ୟ ମିଳିଥାଏ। ଆସନ୍ତୁ ଜାଣିବା ବର ଫଳଗୁଡିକ କେଉଁ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ।

ମାନସିକ ଚାପ କମ କରାଏ

ଏହିପରି କିଛି ଉପାଦାନ ବର ଫଳରେ ମିଳିଥାଏ ଯାହା ମାନସିକ ଦକ୍ଷତା ବୃଦ୍ଧିରେ ସାହାଯ୍ୟ କରିଥାଏ । ଏହା ସହିତ, ଚିନ୍ତା ଓ ଚାପ ସମସ୍ୟା ଦୂର କରିବାରେ ମଧ୍ୟ ବହୁତ ପ୍ରଭାବଶାଳୀ। ଏହି ଫଳଗୁଡ଼ିକ ଉଦାସୀନତାର ସମସ୍ୟା ଦୂର କରିଥାଏ ଓ ମସ୍ତିଷ୍କର ସ୍ନାୟୁକୁ ଆରାମ ଦେଇଥାଏ।

ପେଟ ଜନିତ ସମସ୍ୟା ଦୂର କରେ

ଡାଇରିଆ ଓ ଡିସେଣ୍ଟ୍ରି ଭଳି ସମସ୍ୟା ଦୂର କରିବାରେ ବର ଫଳ ମଧ୍ୟ ବହୁତ ସାହାଯ୍ୟକାରୀ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବର ଫଳକୁ ରାତିସାରା ପାଣିରେ ଭିଜାଇ ସକାଳେ ଖାଲି ପେଟରେ ଖାଆନ୍ତୁ।

ଇମ୍ୟୁନିଟି ବଢ଼ାଏ

ବର ଫଳ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇରେ ବହୁତ ସାହାଯ୍ୟ କରେ। ଏହି ଫଳରେ ହେକ୍ସନ୍ ଭଳି ଉପାଦାନ ରହିଥାଏ ଯାହା ପ୍ରତିରକ୍ଷା ପ୍ରଣାଳୀକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ। ଯେଉଁଥିପାଇଁ ଅସୁସ୍ଥ ହେବାର ଆଶଙ୍କା ଅନେକ ଗୁଣ କମିଯାଏ।

ହୃଦୟ ସ୍ୱାସ୍ଥ୍ୟ ବଜାୟ ରଖେ

ଏହି ଫଳରେ ବହୁ ପୋଟାସିୟମ୍ ମିଳିଥାଏ, ଯାହା ସୋଡିୟମ୍ ସ୍ତର ହ୍ରାସ କରିବାରେ ପ୍ରଭାବଶାଳୀ। ଏହା ଶରୀରର ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହି କାରଣରୁ, ହୃଦୟର ସ୍ୱାସ୍ଥ୍ୟ ସୁସ୍ଥ ରହିଥାଏ ଓ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମିଯାଏ।

ମଧୁମେହ ସମସ୍ୟାକୁ ହ୍ରାସ କରିଥାଏ।

ମଧୁମେହ ସମସ୍ୟା ହ୍ରାସ କରିବାରେ ବର ଫଳ ମଧ୍ୟ ସହାୟକ ହୋଇଥାଏ। ଏଥିପାଇଁ ମଧୁମେହ ରୋଗୀ ଏହାର ଫଳର ପାଉଡର ଖାଇବା ଉଚିତ।  ଯଦି ଆପଣ ପାଉଡର ଖାଇବାକୁ ଚାହୁଁନାହାଁନ୍ତି, ତେବେ ଏହି ଫଳଗୁଡ଼ିକ ଫୁଟାଇବା ପରେ ଏହାର ସିଝା ପାଣି ମଧ୍ୟ ପିଇ ପାରିବେ।
Published by: Soumya Das
First published: September 8, 2021, 1:42 PM IST