୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ଶୀଘ୍ର ଉପଲବ୍ଧ ହେବ କରୋନା ଟିକା: ମନସୁଖ ମାଣ୍ଡଭ୍ୟା

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା କହିଛନ୍ତି ଯେ ଦୁଇ ବର୍ଷରୁ ଅଧିକ ପିଲାମାନଙ୍କ କରୋନା ଟିକା ପାଇଁ ଭାରତ ବାୟୋଟେକର ତୃତୀୟ ପରୀକ୍ଷାକୁ ମଧ୍ୟ ଅନୁମୋଦନ ଦିଆଯାଇଛି । ଏହା ଶୀଘ୍ର ପିଲାମାନଙ୍କ ପାଇଁ ଉପଲବ୍ଧ ହେବ ।

୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ଶୀଘ୍ର ଉପଲବ୍ଧ ହେବ କରୋନା ଟିକା

୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ଶୀଘ୍ର ଉପଲବ୍ଧ ହେବ କରୋନା ଟିକା

  • Share this:
News18 Odia Digital

ନୂଆ ଦିଲ୍ଲୀ: ଲୋକଙ୍କୁ କରୋନା ସଂକ୍ରମଣରୁ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ଦେଶରେ ଏକ ବଡ଼ ଟିକାକରଣ ଅଭିଯାନ ଚାଲିଛି । ନିକଟରେ ଭାରତର ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ୧୨ ବର୍ଷରୁ ଅଧିକ ପିଲାଙ୍କ ପାଇଁ ଜାଇକୋଭ୍-ଡି କରୋନା ଟିକାକୁ ଅନୁମୋଦନ ଦେଇଥିଲେ । ବର୍ତ୍ତମାନ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ରବିବାର ଦିନ କହିଛନ୍ତି ଯେ କରୋନା ଟିକା ଖୁବ ଶୀଘ୍ର ଦୁଇ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ଉପଲବ୍ଧ ହେବ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା କହିଛନ୍ତି ଯେ ଦୁଇ ବର୍ଷରୁ ଅଧିକ ପିଲାମାନଙ୍କ କରୋନା ଟିକା ପାଇଁ ଭାରତ ବାୟୋଟେକର ତୃତୀୟ ପରୀକ୍ଷାକୁ ମଧ୍ୟ ଅନୁମୋଦନ ଦିଆଯାଇଛି । ଏହା ଶୀଘ୍ର ପିଲାମାନଙ୍କ ପାଇଁ ଉପଲବ୍ଧ ହେବ।

ରବିବାର ଦିନ ଗୁଜୁରାଟର ଭରୁଚ ଜିଲ୍ଲାର ଅଙ୍କଲେଶ୍ୱରରେ ଭରତ ବାୟୋଟେକର ନୂଆ କାରଖାନାରୁ କୋଭାକ୍ସିନ୍ ଟିକାର ପ୍ରଥମ ବାଣିଜ୍ୟ ସାମଗ୍ରୀ ପଠାଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ପରେ ମାଣ୍ଡଭ୍ୟା ଟ୍ବିଟ କରି ଲେଖିଛନ୍ତି, ‘‘କରୋନା ଭାଇରସ୍ ବିରୋଧରେ ଦେଶକୁ ମଜବୁତ କରିବା ପାଇଁ ଟିକାକରଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ଆଜି ଗୁଜୁରାଟର ଅଙ୍କଲେଶ୍ୱରରେ ଭରତ ବାୟୋଟେକ୍ ପ୍ଲାଣ୍ଟରୁ କୋଭାକ୍ସିନର ପ୍ରଥମ ବାଣିଜ୍ୟିକ ସାମଗ୍ରୀ ପଠାଯାଇଛି । ଏହା ଦେଶରେ ଟିକା ଯୋଗାଣ ବୃଦ୍ଧି କରାଇବ ଓ ପ୍ରତ୍ୟେକ ଭାରତୀୟଙ୍କ ପାଖରେ ଏହି ଟିକା ପହଞ୍ଚାଇବାରେ ସହାୟକ ହେବ ।’’

ଏହି ମାସ ଆରମ୍ଭରେ, ସରକାର ଆଣ୍ଟି-କୋଭିଡ ଟିକା ଉତ୍ପାଦନ ପାଇଁ ଅଙ୍କଲେଶ୍ୱରରେ ଭାରତ ବାୟୋଟେକର ଉତ୍ପାଦନ କାରଖାନାକୁ ଅନୁମୋଦନ ଦେଇଥିଲେ ।

ଚଳିତ ମାସ ଆରମ୍ଭରେ, ଜାଇଡସ୍ କ୍ୟାଡିଲା କୋଭିଡ ଟିକା ଜୋଇକୋଭ-ଡି ଦେଶରେ ନିର୍ମିତ, ଜରୁରୀକାଳୀନ ବ୍ୟବହାର ପାଇଁ ଭାରତର ଡ୍ରଗ୍ କଣ୍ଟ୍ରୋଲର ଜେନେରାଲଙ୍କ ଅନୁମୋଦନ ଲାଭ କରିଥିଲା । ଏହି ଟିକା ୧୨ ବର୍ଷରୁ ନେଇ ଅଧିକ ବୟସର ପିଲାଙ୍କୁ ଦିଆଯାଇପାରେ । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ପାଇବା ପରେ, ଜାଇକୋଭ୍-ଡି ଦେଶର ପ୍ରଥମ ଟିକା ହୋଇପାରିଛି ଯାହା ୧୨ ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ଦିଆଯାଇପାରିବ ।
Published by:Lipina Das
First published: