ପ୍ରଧାନ ଶିକ୍ଷକଙ୍କ କୁର୍ତ୍ତା ପାଇଜାମା ପିନ୍ଧିବା ପଡ଼ିଲା ମହଙ୍ଗା; ସସପେଣ୍ଡ କଲେ DM

ଯାଞ୍ଚ ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ସଞ୍ଜୟ କୁମାର ସିଂ ଅଚାନକ ବିଦ୍ୟାଳୟରେ ପହଞ୍ଚିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ କୁର୍ତ୍ତା ପାଇଜାମା ପିନ୍ଧିଥିବାର ଦେଖି ତାଙ୍କର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଭାଇରାଲ ଭିଡ଼ିଓ (ପ୍ରତୀକାତ୍ମକ ଛବି)

ଭାଇରାଲ ଭିଡ଼ିଓ (ପ୍ରତୀକାତ୍ମକ ଛବି)

  • Share this:
News 18 Digital

ବିହାର ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଧାନଶିକ୍ଷକଙ୍କୁ ତାଗିଦ କରୁଥିବା ଦେଖିବାକୁ ମିଳିଛି।

ଯାଞ୍ଚ ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ସଞ୍ଜୟ କୁମାର ସିଂ ଅଚାନକ ବିଦ୍ୟାଳୟରେ ପହଞ୍ଚିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ କୁର୍ତ୍ତା ପାଇଜାମା ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଶିକ୍ଷକଙ୍କ ଏହି ପୋଷାକକୁ ପସନ୍ଦ ଆସିନଥିଲା।



ଡିଏମଙ୍କ ସହ ସ୍ଥାନୀୟ ଅଞ୍ଚଳର ମୁଖିଆ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ହେଡମାଷ୍ଟର ନିର୍ଭୟ କୁମାର ସିଂଙ୍କ ପୋଷାକ ଉପରେ ଡିଏମ୍ କ୍ରୋଧିତ ହୋଇଥିଲେ। ଡିଏମ୍ ପ୍ରଧାନ ଶିକ୍ଷକଙ୍କୁ କହିଥିଲେ ଯେ ସେ ଜଣେ ଶିକ୍ଷକ ପରିବର୍ତ୍ତେ ଜଣେ ନେତା ଭଳି ଦେଖାଯାଉଛନ୍ତି।

ଏହା ସହ ଡିଏମ୍ ମଧ୍ୟ ବିଦ୍ୟାଳୟର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ । ଭିଡିଓରେ ସେ ଶିକ୍ଷା ଅଧିକାରୀଙ୍କୁ ଘଟଣାସ୍ଥଳରେ ଡାକି ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବାକୁ ଦାବି କରୁଥିବା ଦେଖିବାକୁ ମିଳିଛି। ସେ ସ୍କୁଲ ପ୍ରଧାନଶିକ୍ଷକଙ୍କ ଦରମା କାଟିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।
Published by:Soumya Das
First published: