ରାଞ୍ଚିରେ ଯୁବତୀର ମୁଣ୍ଡକଟା ଉଲଗ୍ନ ଶବ ମିଳିଲା; ଗୁପ୍ତାଙ୍ଗରେ ଗଭୀର କ୍ଷତ; ପୋଲିସ ତଦନ୍ତ ଜାରି

ସାଇ ନାଥ ବିଶ୍ୱବିଦ୍ୟାଳୟ ପଛ ପଟେ ମିଳିଛି ଯୁବତୀର ଶବ । ତା’ ବୟସ ୧୮ରୁ ୨୨ ହେବ । ଆଖପାଖର କୌଣସି ଯୁବତୀ ନିଖୋଜ ନ ଥିବାରୁ ଏହି ଯୁବତୀ ବାହାରର ବୋଲି ସନ୍ଦେହ କରାଯାଉଛି । ସୂଚନା ପାଇଁ ପୋଲିସ ମୋବାଇଲ୍ ନମ୍ବର ଓ ପୁରସ୍କାର ଘୋଷଣା କରିଛି ।

ଯୁବତର ମୃତ ଦେହ ମିଳିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି । (ପ୍ରତୀକାତ୍ମକ ଛବି)

ଯୁବତର ମୃତ ଦେହ ମିଳିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ରାଞ୍ଚି: ଝାଡ଼ଖଣ୍ଡର (Jharkhand) ରାଜଧାନୀ ରାଞ୍ଚିରେ (Ranchi) ଲୋକେ ଏକ ଅତି ଅଭାବନୀୟ ପରିସ୍ଥିତିର ସାମନା କରିଛନ୍ତି । ଓରମାଞ୍ଝି ଅଞ୍ଚଳରେ ଏକ ଯୁବତୀର ମୁଣ୍ଡ କଟାଯାଇଥିବା ଶବ ମିଳିଛି । ପୋଲିସ ଏ ପର୍ଯ୍ୟନ୍ତ ଯୁବତୀର ମୁଣ୍ଡ ଖୋଜି ପାଇ ନାହିଁ ।

ଏହି ମୃତ ଦେହ ଓରମାଞ୍ଝୀ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ସାଇ ନାଥ ବିଶ୍ୱବିଦ୍ୟାଳୟ (Sai Nath University) ପଛ ପଟେ ମିଳିଥିଲା । ମୃତ ଯୁବତୀର ବୟସ ୧୮ରୁ ୨୨ ବର୍ଷ ବୋଲି କୁହାଯାଇଛି । ଯୁବତୀର ଶବଟି ଉଲଗ୍ନ ଅବସ୍ଥାରେ ଥିଲା ଓ ତା’ର ମୁଣ୍ଡ କାଟି ନିଆଯାଇଥିଲା ବୋଲି କହିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ ।

ଏହା ବି ପଢ଼ନ୍ତୁ | ଢେଙ୍କାନାଳରେ ଦୁଇ ଝିଅଙ୍କ ବଚସା ବେଳେ ଗାଲ କାମୁଡ଼ା ତା ପରେ ପିତାଙ୍କୁ ହାଣି ହତ୍ୟା କଲେ

‘‘ଏହି ମୃତ ଦେହ କୁଚ୍ଚୁ ପଞ୍ଚାୟତର ଜିରାବରରେ ଥିବା ୟୁନିଭରସିଟି ପଛ ପଟେ ଥିବା ପରାସ ପତରା ଜଙ୍ଗଲରୁ ଉଦ୍ଧାର କରାଯାଇଛି । କଟା ମୁଣ୍ଡ ଏ ପର୍ଯ୍ଯନ୍ତ ମିଳିନାହିଁ । ଖୋଜା ଚାଲିଛି ଓ ଅନୁସନ୍ଧାନ ଚାଲିଛି,’’ କହିଛନ୍ତି ରାଞ୍ଚିର ଗ୍ରାମୀଣ ଏସ୍‌.ପି. ନୌଶାଦ ଆଲାମ । ସେ ନିଜ ଘଟଣା ସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ।

ଏହା ବି ପଢ଼ନ୍ତୁ | ଓଲିଉଡ୍ ଷ୍ଟାର୍ ଦମ୍ପତି ବର୍ଷା ଅନୁଭବ ମହିଳା କମିଶନଙ୍କ ନିକଟରେ ହାଜର ହେଲେ

ଜାନୁଆରୀ ୩ ତାରିଖ ଦିନ ଯୁବତୀର ମୃତ ଦେହ ଦେଖିବା ପରେ ଗ୍ରାମବାସୀମାନେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ୍ ଡଗ୍‌ ସ୍ୱାର୍ଡ଼ ଓ FSL ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି, ହେଲେ ଏ ପର୍ଯ୍ୟନ୍ତ ପୋଲିସକୁ କୌଣସି ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳି ନାହିଁ । ନିଖୋଜ ମୁଣ୍ଡ ଏ ପର୍ଯ୍ୟନ୍ତ ଉଦ୍ଧାର ହୋଇନାହିଁ । ଏହି କାରଣରୁଯୁବତୀର ପରିଚୟ ଜାଣିବାରେ ସମସ୍ୟା ଦେଖାଦେଇଛି ।

ଏହା ବି ପଢ଼ନ୍ତୁ | ସୁନ୍ଦରଗଡ଼: ନିଜ ସ୍ତ୍ରୀକୁ ହତ୍ୟା କରି ଘର ପଛ ପଟେ ପୋତିଦେଇଥିଲା; ଶବ ଉଦ୍ଧାର ହେଲା

ଯୁବତୀର ମୃତ ଦେହ ଦେଖିଥିବା ଲୋକେ ଓ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଯୁବତୀର ଗୁପ୍ତାଙ୍ଗରେ ଗଭୀର ଆଘାତ ଓ କ୍ଷତର ଚିହ୍ନ ଥିଲା । ପୋଲିସ ସନ୍ଦେହ କରୁଛି ଯେ ଏହି ଯୁବତୀକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିଲା ଓ ମୃତ ଦେହକୁ ୟୁନିଭରସିଟି ପଛ ପଟେ ଥିବା ଜଙ୍ଗଲରେ ଫିଙ୍ଗିଦିଆଯାଇଥିଲା ।

ପୋଲିସ ଏହି ଘଟଣା ବିଷୟରେ ଖୋଲାଖୋଲି ଭାବେ କିଛି କହୁ ନାହିଁ । ସ୍ଥାନୀୟ ଲୋକଙ୍କ ଅନୁଯାୟୀ ସେହି ଅଞ୍ଚଳର କୌଣସି ଯୁବତୀ ନିଖୋଜ ନୁହଁନ୍ତି । ତେଣୁ ଯୁବତୀ ନିଶ୍ଚୟ ବାହାର କେଉଁଠିକାର ବୋଲି ସନ୍ଦେହ କରାଯାଉଛି । କେତେକ ପୋଲିସ ଅଧିକାରୀ ଆଶଙ୍କା କରି କହିଛନ୍ତି ଯେ ହୋଇପାରେ ଏହା ଏକ ବଳାତ୍କାର କିମ୍ବା ଗ୍ୟାଙ୍ଗ-ରେପ୍‌ ଘଟଣା ଥିଲା ଓ ତା’ ପରେ ଯୁବତୀକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।

ଏହା ବି ପଢ଼ନ୍ତୁ | ବାଲେଶ୍: ବିଲ ମଝିରେ ଅଚିହ୍ନା ଯୁବତୀଙ୍କ ଉଲଗ୍ନ ମୃତ ଦେହ ମିଳିଲା; ହତ୍ଯା ସନ୍ଦେହ

‘‘ତଦନ୍ତ ଆଗେଇ ଚାଲିଛି । ଏହି ଘଟଣା ବିଷୟରେ ସୂଚନା ଦେବା ଲୋକକୁ ୨୫,୦୦୦ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି । ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ । ଏହି ସମୟରେ ଏହା ବିଷୟରେ ଅଧିକ କିଛି କହି ହେବ ନାହିଁ,’’ କହିଛନ୍ତି ଗ୍ରାମୀଣ ଏସ୍‌.ପି. ନୌଶାଦ ଆଲାମ ।

ମୃତ ଯୁବତୀର ବୟସ ୧୮ରୁ ୨୨ ବର୍ଷ ମଧ୍ୟରେ ହେବ । ତା’ର ଉଚ୍ଚତା ପ୍ରାୟ ୫ ଫୁଟ ଓ ରଙ୍ଗ ଗହମ । ତା’ ଶରୀର ପତଳା ଓ ସେ ଡାହାଣ ହାତ ଓ ଡାହାଣ ଗୋଡରେ କଳା ସୂତା ପିନ୍ଧିଥିଲା । ତା’ ଡାହାଣ ପାଦର ତଳ ଭାଗରେ ଏକ କଳା ରଙ୍ଗର ମୋଲ୍ ଅଛି ଓ ଡାହାଣ ହାତରେ ଏକ କଳା ରଙ୍ଗର ତିଳ ଅଛି ।



ଏହି ଯୁବତୀ ବିଷୟରେ ସୂଚନା ଦେବା ପାଇଁ ରାଞ୍ଚି ପୋଲିସ ଏକ ମୋବାଇଲ୍ ନମ୍ବର ଓ ହ୍ୱାଟସ୍ ଆପ୍ ନମ୍ବର ଜାରି କରିଛି । ରାଞ୍ଚି ଏସ୍‌.ଏସ୍‌.ପି.ଙ୍କ ମୋବାଇଲ୍‌ ନମ୍ବର ହେଉଛି ୯୪୩୧୭୦୬୧୩୬, ଏବଂ ଗ୍ରାମୀଣ ଏସ୍‌.ପି.ଙ୍କ ମୋବାଇଲ୍ ନମ୍ବର ହେଉଛି ୭୨୫୦୫୧୪୪୪୯ ।
Published by:Anand ST Das
First published: