HDFC ବ୍ୟାଙ୍କ #MaaKiKhushiKeLiye ଅଭିଯାନ ସହିତ ମା' ମାନଙ୍କ ମୁହଁରେ ହସ ଫୁଟାଇ ମାତୃ ଦିବସକୁ ପାଳନ କରେ

ମହାମାରୀ ଆମକୁ ଦୂରେଇ ରଖିଥିବାବେଳେ ମାତୃ ଦିବସ 2021 ହୁଏତ ସାଧାରଣ ଭାବରେ ଅନୁଭବ ନ ହୋଇପାରେ । କିନ୍ତୁ ସାମାଜିକ ଦୂରତା ବଜାୟ ରଖିବା ସହିତ ମାତୃ ବନ୍ଧନ ମଧ୍ୟ ସେତିକି ଶକ୍ତିଶାଳୀ ହୋଇପାରେ ।

HDFC ବ୍ୟାଙ୍କ #MaaKiKhushiKeLiye ଅଭିଯାନ ସହିତ ମା' ମାନଙ୍କ ମୁହଁରେ ହସ ଫୁଟାଇ ମାତୃ ଦିବସକୁ ପାଳନ କରେ
HDFC ବ୍ୟାଙ୍କ #MaaKiKhushiKeLiye ଅଭିଯାନ ପ୍ରତ୍ୟେକ ମା’ଙ୍କ ମୁହଁରେ ହସ ଫୁଟାଇବ
  • Share this:
  • Byline Facebook
  • Byline Twitter
  • Byline Linkedin
ଏହି ମାତୃ ଦିବସରେ HDFC ବ୍ୟାଙ୍କ ପାଖରେ ଏକ ଆକର୍ଷଣୀୟ ଅଭିଯାନ ରହିଛି, ଯେଉଁଥିରେ ଜଣେ ମା ତାଙ୍କ ପିଲା ଦାୟିତ୍ଵବାନ, ସୁସ୍ଥ ଏବଂ ନିରାପଦ ବୋଲି ଜାଣି ଅନେକ ପ୍ରକାରରେ ନିଜକୁ ଖୁସି ଏବଂ ଆରାମ ଅନୁଭବ କରାଏ। ବିଶେଷକରି ଏଭଳି ସଙ୍କଟ ସମୟରେ, ପିଲାଟି ସମସ୍ତ ସୁରକ୍ଷା ସାବଧାନତା ଆପଣାଉଛି କି ନାହିଁ, ଠିକ୍ ସମୟରେ ଭୋଜନ କରୁଛି କି ନାହିଁ, ସେମାନେ ସ୍ୱାସ୍ଥ୍ୟର ଯତ୍ନ ନେଉଛନ୍ତି କି ନାହିଁ ଏବଂ ଏହି ବର୍ତ୍ତମାନର ମହାମାରୀର ସମସ୍ତ ଚାପ ଏବଂ ଚ୍ୟାଲେଞ୍ଜକୁ ପରିଚାଳନା କରୁଛି କି ନାହିଁ, ତାହା ପାଇଁ ଜଣେ ମା' ନିଜ ପିଲା ବିଷୟରେ ନିରନ୍ତର ଚିନ୍ତିତ ରହୁଛନ୍ତି। ତେଣୁ, ଜଣେ ପିଲା ଭାବରେ, ଆମର ନିଃସ୍ଵାର୍ଥପର ମା'ମାନଙ୍କୁ ଦେଇପାରୁଥିବା ସବୁଠାରୁ ବଡ ଉପହାର ହେଉଛି ନିଶ୍ଚିତତା ଯେ ଆମେ ନିରାପଦରେ ଅଛୁ ଏବଂ ଏହି ଅଦୃଶ୍ୟ ପରିବର୍ତ୍ତନଗୁଡ଼ିକ ସହିତ ଭଲ ଭାବରେ ଅନୁକୂଳ ହୋଇ ରହୁଛୁ।

#MaaKiKhushiKeLiye ହେଉଛି ଏକ ସରଳ ଏବଂ ଶକ୍ତିଶାଳୀ ଧାରଣା ଯାହାକୁ ଏହି ମାତୃ ଦିବସରେ HDFC ବ୍ୟାଙ୍କ ଏକ ଆନ୍ତରିକ ତଥା ଭରଷାପୂର୍ଣ୍ଣ ଅଭିଯାନ ରୂପରେ ପସନ୍ଦ କରିଛି ଏବଂ ଆକାର ଦେଇଛି। ଏଠାରେ ଭିଡିଓକୁ ଦେଖନ୍ତୁ :



ଏହିଭଳି ଭାବପୂର୍ଣ୍ଣ କ୍ଷଣଗୁଡିକର ମାଧ୍ୟମରେ, ଏହି ଅନନ୍ୟ ଅଭିଯାନ ସୁନ୍ଦର ଭାବରେ ଏକତ୍ରିତ ହୋଇ ନୀତିଦିନିଆ ଜୀବନରେ ଛୋଟ ମୂହୁର୍ତ୍ତଗୁଡିକୁ ପ୍ରଦର୍ଶନ କରେ ଯେଉଁଠାରେ ମାମାନଙ୍କ ଦ୍ୱାରା ଶିକ୍ଷା ଦିଆଯାଇଥିବା ମୂଲ୍ୟବାନ ଶିକ୍ଷା ସେମାନଙ୍କ ପିଲାମାନଙ୍କୁ ଦାୟିତ୍ଵବାନ, ସ୍ଵତନ୍ତ୍ର ଏବଂ ଯତ୍ନଶୀଳ ମଣିଷ ହେବାରେ ସାହାଯ୍ୟ କରିଛି। ଏହି ଭିଡିଓରେ ଚାରିଜଣ ଭିନ୍ନ ଭିନ୍ନ ମା' ଏବଂ ସେମାନଙ୍କର ପିଲାମାନଙ୍କୁ ଦେଖାଯାଇଛି, ଯେଉଁଥିରେ ମା'ମାନଙ୍କ ମୁହଁରେ ତୁରନ୍ତ ହସ ଫୁଟିଆସିଲା ଯେତେବେଳେ ସେମାନେ ସେମାନଙ୍କର ପିଲାମାନଙ୍କର ଦାୟିତ୍ଵପୂର୍ଣ୍ଣ କାର୍ଯ୍ୟ କରୁଥିବାର ଏବଂ ଏକ ସୁସ୍ଥ ଓ ସୁଖମୟ ଜୀବନଶୈଳୀ ବାଛିବାର ଦେଖିଲେ।

ଏହି ଭିଡିଓଟି ଏକ ସକାରାତ୍ମକ ସନ୍ଦେଶଗୁଡିକର ଏକ ବ୍ୟାପକ ଧାରାକୁ ଦର୍ଶାଏ ଏବଂ ନିଜର ପିଲାମାନଙ୍କର ଗୁଣ ଏବଂ ଦାୟିତ୍ଵପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ମା'ମାନଙ୍କ ପାଇଁ କିପରି ଗର୍ବ ଏବଂ ଆରାମ ପାଇଁ ସବୁଠାରୁ ବଡ କାରଣ ଅଟେ, ତାହା  କ୍ୟାପ୍ଚର କରିଥାଏ। ଏଠାରେ ଚିତ୍ରିତ କରାଯାଇଥିବା ପରିସ୍ଥିତିଗୁଡିକ ବାସ୍ତବ ଜୀବନକୁ ପ୍ରତିଫଳିତ କରିବା ପାଇଁ ପରିକଳ୍ପନା କରାଯାଇଛି, ଏହା ବାହାରକୁ ଯିବା ପରିବର୍ତ୍ତେ ରୋଷେଇ କରୁଥିବା ପୁଅ ହେଉ, କିମ୍ବା ଘରୁ କାମ କରୁଥିବା ଝିଅ ହେଉ, କିମ୍ବା ଅନ୍ୟ ଜଣେ ଝିଅ ନିଜ ମା'କୁ ସଫଳତାର ସହିତ କେୱାଇସି ପୁରା କରିବା ପାଇଁ ହେଉ କିମ୍ବା କରି ଘରେ ବସି HDFC ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ହେଉ, କିମ୍ବା ଜଣେ ପୁଅ ଯିଏ ତାଙ୍କର କୋଭିଡ୍ ଟୀକାକରଣ କରେଇଥିବା କଥା ହେଉ, ଏହି ସମସ୍ତ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣେଇବା। ଏହି ସମସ୍ତ ଛୋଟ କାର୍ଯ୍ୟ ପ୍ରତ୍ୟେକ ମା’ଙ୍କ ମନୋବଳକୁ ବଢାଇବାରେ ଏବଂ ତାଙ୍କ ପିଲାମାନେ ସୁରକ୍ଷିତ ଏବଂ ଖୁସି ଅଛନ୍ତି ବୋଲି ଜାଣି ତାଙ୍କ ମୁହଁରେ ଆରାମର ହସ ଆଣିଦେଇଥାଏ।

ତେଣୁ, ଏହି ମାତୃ ଦିବସ ପାଳିବା ପାଇଁ ଆସନ୍ତୁ #MaaKiKhushiKeLiye ପାଇଁ କିଛି କରିବା ଏବଂ ଆମର ଅବିଶ୍ୱାସନୀୟ ମା'ମାନଙ୍କ ମୁହଁରେ ହସ ଆଣିଦେବା ।
Published by: Jagdish Barik
First published: May 9, 2021, 6:51 PM IST