ଦିଲ୍ଲୀ ଦଙ୍ଗା: ୩ ବିଜେପି ନେତାଙ୍କ ବିରୁଦ୍ଧରେ FIRକୁ ନେଇ ଜବାବ ପାଇଁ କେନ୍ଦ୍ରକୁ ୪ ସପ୍ତାହ ସମୟ ମିଳିଲା

ଦିଲ୍ଲୀ ପୋଲିସ ଅନୁରାଗ ଠାକୁର, ପରଭେଶ ବର୍ମା ଓ କପିଳ ମିଶ୍ର ଦେଇଥିବା ଘୃଣାଭାବପୂର୍ଣ୍ଣ ଭାଷଣ ସାମ୍ନାକୁ ଆସିବା ପରେ ସେମାନଙ୍କ ବିରୁଦ୍ଧରେ FIR ରୁଜୁ କରିବାରେ କାହିଁକି ଆଗ୍ରହ ଦେଖାଇ ନାହିଁ ବୋଲି ପଚ଼ାରିଛନ୍ତି ଦିଲ୍ଲୀ ହାଇ କୋର୍ଟ ।

ଦିଲ୍ଲୀ ଦଙ୍ଗା: ୩ ବିଜେପି ନେତାଙ୍କ ବିରୁଦ୍ଧରେ FIRକୁ ନେଇ ଜବାବ ପାଇଁ କେନ୍ଦ୍ରକୁ ୪ ସପ୍ତାହ ସମୟ ମିଳିଲା
ବିଜେପି ନେତା ତ୍ରୟ: ଅନୁରାଗ ଠାକୁର, ପରଭେଶ ବର୍ମା ଓ କପିଳ ମିଶ୍ର
  • News18 Odia
  • Last Updated: February 27, 2020, 10:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀ ହାଇ କୋର୍ଟ ଦିଲ୍ଲୀରେ ଚ଼ାଲିଥିବା ଜାତୀୟ ହିଂସା ପାଇଁ ଏଫ୍‌.ଆଇ.ଆର୍‌. କରିବା ଓ ଗିରଫ କରିବା ଦାବି କରି ଦାୟର ହୋଇଥିବା ଏକ ଜନହିତ ଯାଚ଼ିକା (PIL)ର ଶୁଣାଣି କରି ଏ ମାମଲାରେ କେନ୍ଦ୍ର ସରକାରଙ୍କୁ ଏକ ଅଂଶ କରିବା ପାଇଁ ଅନୁମତି ଦେଇଛନ୍ତି ।

ମୁଖ୍ୟ ବିଚ଼ାରପତି ଡି.ଏନ୍. ପଟେଲ ଓ ଜଷ୍ଟିସ୍ ସି. ହରି ଶଙ୍କରଙ୍କ ଖଣ୍ଡପୀଠ କଥିତ ରୂପେ ଘୃଣାଭାବପୂର୍ଣ୍ଣ ଭାଷଣ ଦେଇଥିବା ତିନି ଜଣ ବିଜେପି ନେତାଙ୍କ ବିରୁଦ୍ଧରେ ଏଫ୍‌.ଆଇ.ଆର୍‌. କରିବାର ଦାବି ଉପରେ ଉତ୍ତର ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଓ ଦିଲ୍ଲୀ ପୋଲିସକୁ ଚ଼ାରି ସପ୍ତାହ ସମୟ ଦେଇଛନ୍ତି ।

ମୁଖ୍ୟ ପବ୍ଲିକ ପ୍ରସିକ୍ୟୁଟର ତୁଷାର ମେହେତା ଖଣ୍ଡପୀଠଙ୍କୁ କହିଥିଲେ ଯେ ଯେହେତୁ ଦିଲ୍ଲୀରେ ଆଇନ ବ୍ୟବସ୍ଥା ବଜାୟ ରଖିବା ଦ୍ବାୟିତ୍ବ କେନ୍ଦ୍ରର, ତେଣୁ ତାକୁ ଏହି ମାମଲାର ଅନ୍ତର୍ଭୁକ୍ତ କରିବା ଉଚି଼ତ । କୋର୍ଟ ଏହାର ଅନୁମତି ଦେଇଥିଲା ।

ସେ ବିଚ଼ାରପତିଙ୍କୁ ସୂଚି଼ତ କରିଥିଲେ ଯେ ହିଂସା ସମ୍ବନ୍ଧରେ ୪୮ଟି ଏଫଆଇଆର କରାଯାଇଛି ଓ ରାଷ୍ଟ୍ରୀୟ ରାଜଧାନୀରେ ସ୍ଥିତି ସାମାନ୍ୟ ହେବା ପର୍ଯ୍ୟନ୍ତ କୌଣସି ନ୍ୟାୟିକ ହସ୍ତକ୍ଷେପ କରା ନ ଯାଉ । ମେହେତା କହିଥିଲେ ଯେ ସାଂପ୍ରଦାୟିକ ହିଂସାରେ ଅଗ୍ନିକାଣ୍ଡ, ଲୁଟପାଟ ଓ ମୃତ୍ୟୁ ସମ୍ବନ୍ଧରେ FIRଗୁଡ଼ିକ କରାଯାଇଛି ।

ସାଂପ୍ରଦାୟିକ ହିଂସାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୪ରେ ପହଞ୍ଚିଥିବା ବେଳେ ପାଖାପାଖି ୨୦୦ ଲୋକ ଆହତ ହୋଇଛନ୍ତି ।

ହାଇ କୋର୍ଟ ବୁଧବାର ଦିନ ନାଗରିକତା ସଂଶୋଧନ ଆଇନ (CAA) ସମ୍ବନ୍ଧିତ ହିଂସା ବିଷୟରେ କଥିତ ରୂପେ ଘୃଣାଭାବପୂର୍ଣ୍ଣ ଭାଷଣ ମାମଲାରେ ତିନି ଜଣ ବିଜେପି ନେତାଙ୍କ ବିରୁଦ୍ଧରେ FIR ରୁଜୁ କରିବାରେ ଦିଲ୍ଲୀ ପୋଲିସର ବିଫଳତା ଉପରେ କ୍ଷୋଭ ପ୍ରକାଶ କରିଥିଲେ । କୋର୍ଟ କହିଥିଲେ ଯେ ଦିଲ୍ଲୀ ସହର ବହୁତ ହିଂସା ଦେଖିସାରିଛି ଓ ପୁଣି ଥରେ ୧୯୮୪ରେ ହୋଇଥିବା ଶିଖ୍ ବିରୋଧୀ ଦଙ୍ଗା ପରି ସ୍ଥିତି ଦେଖିବା ଉଚ଼ିତ ନୁହେଁ ।

ଖଣ୍ଡପୀଠ ମଧ୍ୟ ପ୍ରଶ୍ନ କରିଥିଲେ ଯେ ପୋଲିସ ଅଗ୍ନିକାଣ୍ଡ, ଲୁଟପାଟ ଓ ପଥର ଫିଙ୍ଗିବା ଘଟଣାରେ ଏଫ୍‌.ଆଇ.ଆର୍‌. ରୁଜୁ କରୁଥିବା ବେଳେ ବିଜେପିର ତିନି ଜଣ ନେତା – ଅନୁରାଗ ଠାକୁର, ପରଭେଶ ବର୍ମା ଓ କପିଳ ମିଶ୍ର – ଦେଇଥିବା ଘୃଣାଭାବପୂର୍ଣ୍ଣ ଭାଷଣ ସାମ୍ନାକୁ ଆସିବା ପରେ ଏଫ୍‌.ଆଇ.ଆର୍‌. ରୁଜୁ କରିବାରେ କାହିଁକି ଆଗ୍ରହ ଦେଖାଇଲେ ନାହିଁ ।
First published: February 27, 2020, 10:06 PM IST
corona virus btn
corona virus btn
Loading