News18 Odia Digital
ନୂଆ ଦିଲ୍ଲୀ: ଆଜି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ୪୮ ତମ ଜନ୍ମଦିନ । ଏହି ଅବସରରେ ସେ ଏକ ବଡ଼ ସଂକଳ୍ପ ନେଇଛନ୍ତି । ନିକଟରେ କରୋନାରୁ ସୁସ୍ଥ ହୋଇଥିବା ସଚିନ କହିଛନ୍ତି ଯେ 'ମୁଁ କୋଭିଡ -୧୯ ରୋଗୀଙ୍କ ପାଇଁ ପ୍ଲାଜମା ଦାନ କରିବାକୁ ନିଷ୍ପତ୍ତି ନେଇଛି । ମୁଁ ଡାକ୍ତରଙ୍କ ସହ ମଧ୍ୟ ଏ ବିଷୟରେ କଥାବାର୍ତ୍ତା କରିଛି । ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେଉଁମାନେ ନିକଟରେ କରୋନାକୁ ପରାସ୍ତ କରି ସୁସ୍ଥ ହୋଇଛନ୍ତି । ସେମାନେ ଆଗକୁ ଆସିବା ଉଚିତ ଓ ଯଦି ଡାକ୍ତରମାନେ ଆପଣଙ୍କୁ ଅନୁମୋଦନ କରନ୍ତି ତେବେ ନିଶ୍ଚିତ ଭାବରେ କୋଭିଡ -୧୯ ରୋଗୀଙ୍କ ପାଇଁ ପ୍ଲାଜମା ଦାନ କରନ୍ତୁ । '
ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର ହୋଇଥିବା ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ ମୁଁ ଗତ ବର୍ଷ ମୁମ୍ବାଇରେ ପ୍ଲାଜମା ଦାନ କେନ୍ଦ୍ରର ଉଦଘାଟନ କରିଛି । ତା’ପରେ ସେଠାରେ କାର୍ଯ୍ୟରତ ଡାକ୍ତରମାନେ ମୋତେ କହିଥିଲେ ଯେ ଯଦି କରୋନା ସଂକ୍ରମିତ ରୋଗୀଙ୍କୁ ଠିକ୍ ସମୟରେ ପ୍ଲାଜ୍ମା ଦିଆଯାଏ । ତେବେ ସେମାନଙ୍କର ସ୍ୱାସ୍ଥ୍ୟ ଦ୍ରୁତ ଗତିରେ ଉନ୍ନତି ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ମୁଁ କରୋନା ରୋଗୀଙ୍କ ପାଇଁ ପ୍ଲାଜମା ଦାନ କରିବି ।
ସଚିନ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତିସଚିନ ତେନ୍ଦୁଲକର ସାଥୀ ଖେଳାଳି ଓ ପ୍ରଶଂସକଙ୍କୁ ତାଙ୍କ ଜନ୍ମଦିନରେ (Sachin Tendulkar Birthday) ଶୁଭେଚ୍ଛା ଜଣାଇଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସେ କହିଛନ୍ତି ମୋର ଜନ୍ମଦିନରେ ମୋତେ ଶୁଭେଚ୍ଛା କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆପଣ ମୋର ଦିନ ବନେଇଦେଲ । ଗତ ମାସ ମୋ ପାଇଁ କଷ୍ଟସାଧ୍ୟ ହୋଇଛି । ମୋର କୋଭିଡ୍ -୧୯ ଟେଷ୍ଟ ରିପୋର୍ଟ ପଜିଟିଭ ହେଲା । ମୋତେ ୨୧ ଦିନ ଅଲଗା ରହିବାକୁ ପଡିଲା । ଏହି ସମୟ ମଧ୍ୟରେ ମୋର ବନ୍ଧୁ, ପରିବାର ଓ ହସ୍ପିଟାଲରେ ଉପସ୍ଥିତ ଥିବା ଡାକ୍ତର ଓ ଡାକ୍ତରୀ କର୍ମଚାରୀଙ୍କ ଆଶୀର୍ବାଦ ଓ ଯତ୍ନ ଯୋଗୁଁ ମୁଁ ଏହି ଯୁଦ୍ଧରେ ଜିତିବାକୁ ସକ୍ଷମ ହେଲି । କଠିନ ସମୟରେ ମୋତେ ସମର୍ଥନ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ।
ମାର୍ଚ୍ଚ ୨୭ ରେ ସଚିନ୍ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲାଗତ ମାସରେ ରାୟପୁରରେ ଅନୁଷ୍ଠିତ ସଡକ ସୁରକ୍ଷା ବିଶ୍ୱ ସିରିଜ୍ କ୍ରିକେଟ୍ ଟୁର୍ନାମେଣ୍ଟ ଶେଷ ହେବା ପରେ ସଚିନ ତେନ୍ଦୁଲକରଙ୍କୁ ୨୭ ମାର୍ଚ୍ଚରେ କରୋନା ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଥିଲା । ସତର୍କତାମୂଳକ ପଦକ୍ଷେପ ଭାବରେ ତାଙ୍କୁ ଏପ୍ରିଲ ୨ ରେ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ନିଜେ ଟ୍ୱିଟ୍ କରି ଏହା ବିଷୟରେ ସୂଚନା ଦେଇଛନ୍ତି । ସେ ୮ ଏପ୍ରିଲରେ ହସ୍ପିଟାଲରୁ ଡିସଚାର୍ଜ କରି ଘରକୁ ଫେରିଥିଲେ । ସେବେଠାରୁ ସେ ନିଜକୁ ଅଲଗା ରଖିଛନ୍ତି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।