ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ବାଇକ୍ ଚାଳକ ଧ୍ୟାନ ଦିଅନ୍ତୁ! ଏହି ପାର୍ଟ ଗୁଡିକରେ ଟାମ୍ପରିଂ କଲେ ଦେବାକୁ ହେବ ଭାରି ଜରିମାନା; ଜାଣନ୍ତୁ ନିୟମ

ବାଇକ୍ ଚାଳକ ଧ୍ୟାନ ଦିଅନ୍ତୁ! ଏହି ପାର୍ଟ ଗୁଡିକରେ ଟାମ୍ପରିଂ କଲେ ଦେବାକୁ ହେବ ଭାରି ଜରିମାନା; ଜାଣନ୍ତୁ ନିୟମ

ଯଦି ଟୁ-ହ୍ୱିଲର ଡ୍ରାଇଭର ବାଇକରେ ରିଅର ଭ୍ୟୁ ମିରର ଓ ଇଣ୍ଡିକେଟର ନ ଲଗାଇ ଥାନ୍ତି ତେବେ ତାଙ୍କୁ ଚାଲାଣ ଦେବାକୁ ପଡିବ । ଜରିମାନା ଭରିବା ପାଇଁ ନୂତନ ମୋଟର ଯାନ ଅଧିନିୟମରେ ମଧ୍ୟ ସଂଶୋଧନ କରାଯାଇଛି ଯାହା ଦ୍ୱାରା ଲୋକମାନେ ଜରିମାନା ଭୟରେ ନିୟମ ଉଲ୍ଲଂଘନ କରିବେ ନାହିଁ ।

ବାଇକ୍ ଚାଳକ ଧ୍ୟାନ ଦିଅନ୍ତୁ! ଏହି ପାର୍ଟ ଗୁଡିକରେ ଟାମ୍ପରିଂ କଲେ ଦେବାକୁ ହେବ ଭାରି ଜରିମାନା; ଜାଣନ୍ତୁ ନିୟମ
ଏହି ପାର୍ଟ ଗୁଡିକରେ ଟାମ୍ପରିଂ କଲେ ଦେବାକୁ ହେବ ଭାରି ଜରିମାନା
  • News18 Odia
  • Last Updated: April 13, 2021, 5:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ରାସ୍ତାରେ ପ୍ରାୟତଃ ଦେଖାଯାଏ ଯେ ଟୁ-ହ୍ୱିଲର ଡ୍ରାଇଭର ମାନେ ସୁରକ୍ଷା ସମ୍ବନ୍ଧୀୟ ନିୟମ ଗୁଡିକ ଉଲ୍ଲଂଘନ କରିଥାନ୍ତି । ଏଭଳି ପରିସ୍ଥିତିରେ ଟ୍ରାଫିକ ପୋଲିସ ରାସ୍ତାରେ ଲୋକଙ୍କ ସୁରକ୍ଷାକୁ ସୁଦୃଢ଼ କରିବାକୁ ଚେଷ୍ଟା କରିଥାଏ । ଜରିମାନା ଭୟରେ ଲୋକମାନେ ନିୟମ ଉଲ୍ଲଂଘନ ନକରିବା ପାଇଁ ନୂତନ ମୋଟର ଯାନ ଅଧିନିୟମରେ ମଧ୍ୟ ସଂଶୋଧନ କରାଯାଇଛି । ନିକଟରେ ବାଙ୍ଗାଲୋରରେ ଟ୍ରାଫିକ ନିୟମ ଉଲ୍ଲଂଘନ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଦୁଇ ଚକିଆ ଡ୍ରାଇଭର ରିଅର ଭ୍ୟୁ ମିରର ଓ ଇଣ୍ଡିକେଟର ଲଗାଇ ନ ଥିଲେ । ଯେଉଁଥିପାଇଁ ତାଙ୍କର ଚାଲାଣ କଟା ଯାଇଥିଲା ।

ବାଙ୍ଗାଲୋରରେ ଟ୍ରାଫିକ ପୋଲିସ ଦ୍ୱାରା କରାଯାଇଥିବା ଏକ ସଡକ ସୁରକ୍ଷା ସର୍ବେକ୍ଷଣରେ ଦେଖାଯାଇଛି ଯେ ଦୁଇ ଚକିଆ ଦୁର୍ଘଟଣାର ଅଧିକାଂଶ ରିଅର ଭ୍ୟୁ ମିରର ଓ ଇଣ୍ଡିକେଟର ବ୍ୟବହାର ନକରିବା କାରଣରୁ ଘଟିଛି । ଏଭଳି ପରିସ୍ଥିତିରେ ଯେଉଁମାନେ ରିଅର ଭ୍ୟୁ ମିରର ଓ ଇଣ୍ଡିକେଟର ବ୍ୟବହାର କରୁନାହାଁନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ରାଫିକ ପୋଲିସ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହ ଜଡିତ ନିୟମ- କେନ୍ଦ୍ରୀୟ ମୋଟର ଯାନ ଅଧିନିୟମ ୧୯୮୮ ର ଧାରା ୫ ଓ ୭ଏ ଅନୁଯାୟୀ ରିଅର ଭ୍ୟୁ ମିରର ବ୍ୟବହାର ବାଧ୍ୟତାମୂଳକ । ଯଦିଓ ପ୍ରଥମେ ଏହାକୁ ଲୋକ ଓ ଟ୍ରାଫିକ୍ ପୋଲିସ୍ ମଧ୍ୟ ଧ୍ୟାନ ଦେଉ ନ ଥିଲେ । ରିଅର ଭ୍ୟୁ ମିରର ଦୁଇ ଚକିଆ ଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଅଟେ । ଯାହା ଗାଡିକୁ ବୁଲାଇବା ସମୟରେ ପଛରୁ ଆସୁଥିବା ଯାନ ସହିତ ଦୁର୍ଘଟଣାର ସମ୍ଭାବନାକୁ ହ୍ରାସ କରିଥାଏ । ସେହିଭଳି ଦୁଇ ଚକିଆରେ ଇଣ୍ଡିକେଟର ବ୍ୟବହାର ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯାହା ଦ୍ୱାରା ଆପଣଙ୍କ ଆଗ କିମ୍ବା ପଛ ପଟରୁ ଆସୁଥିବା ଗାଡି ଗୁଡିକୁ ସୂଚାଇଥାଏ ଯେ ଆପଣ କେଉଁ ଦିଗକୁ ଗାଡି ବୁଲାଇବାକୁ ଚାହୁଁଛନ୍ତି ।

ଟ୍ରାଫିକ ପୋଲିସ ସେହି ଯାନ ଯାଞ୍ଚ କାର୍ଯ୍ୟ କରିବେ ଯେଉଁଥିରେ ଦୁଇ ଚକିଆ ଯାନରେ ରିଅର ଭ୍ୟୁ ମିରର ଓ ଇଣ୍ଡିକେଟର ନାହିଁ ଓ ଏହାସହ ସେମାନଙ୍କର ୫୦୦ ଟଙ୍କାର ଚାଲାଣ କଟାଯିବ। ଦୁଇ ଚକିଆ ଡ୍ରାଇଭର ପାଇଁ ବାଇକର ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଯାହାକୁ ସମସ୍ତେ ବ୍ୟବହାର କରିବା ଉଚିତ୍ ।
Published by: Jagdish Barik
First published: April 13, 2021, 5:16 PM IST