ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Detox Drink After Festival: ଉତ୍ସବରେ ମିଠା ଜିନିଷ ଖାଇ ବଢ଼ିଯାଇଛି ଓଜନ୍; ପିଅନ୍ତୁ ଏହି ଡିଟକ୍ସ ଡ୍ରିଙ୍କ୍

Detox Drink After Festival: ଉତ୍ସବରେ ମିଠା ଜିନିଷ ଖାଇ ବଢ଼ିଯାଇଛି ଓଜନ୍; ପିଅନ୍ତୁ ଏହି ଡିଟକ୍ସ ଡ୍ରିଙ୍କ୍

ମିଠା ଖାଇବା ଦ୍ୱାରା ଓଜନ ମଧ୍ୟ ବହୁତ ବଢ଼ିଯାଏ, ଯାହାକୁ ହ୍ରାସ୍ କରିବାକୁ ସମସ୍ତେ ବିଭିନ୍ନ ପ୍ରକାରର ଉପାୟ ଆପଣାଆନ୍ତି । ତେବେ ଆସନ୍ତୁ ଜାଣିବା ସହଜ ଉପାୟରେ କିପରି ଓଜନ କମାଇପାରିବା ।

Detox Drink After Festival: ଉତ୍ସବରେ ମିଠା ଜିନିଷ ଖାଇ ବଢ଼ିଯାଇଛି ଓଜନ୍; ପିଅନ୍ତୁ ଏହି ଡିଟକ୍ସ ଡ୍ରିଙ୍କ୍
ପିଅନ୍ତୁ ଏହି ଡିଟକ୍ସ ଡ୍ରିଙ୍କ୍
  • News18 Odia
  • Last Updated: November 11, 2021, 10:34 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

Detox Drink After Festival: ନଭେମ୍ବରର ପ୍ରଥମ ସପ୍ତାହରେ, ଧନତେରସ, ଦିୱାଲୀ, ଗୋବର୍ଦ୍ଧନ ପୂଜା ଓ ଭା ଦୁଜ ଭଳି ବଡ଼ ପର୍ବରେ ମିଠା ଖାଇବା ପାଇଁ ଲୋଭକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର । ପର୍ବପର୍ବାଣୀରେ, ଘରେ ଏତେଗୁଡ଼ିଏ ମିଠା ଆସିଥାଏ ଯେ ଆପଣ ଚାହିଁଲେ ମଧ୍ୟ ଆପଣ ନିଜକୁ ଖାଇବାରୁ ରୋକି ପାରିବେ ନାହିଁ । ଏପରି ପରିସ୍ଥିତିରେ, ମିଠା ଖାଇବା ଦ୍ୱାରା ଓଜନ ମଧ୍ୟ ବହୁତ ବଢ଼ିଯାଏ ।

ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ଏପରି କିଛି ଡିଟକ୍ସ ଡ୍ରିଙ୍କ୍ ବିଷୟରେ କହିବୁ, ଯାହା କେବଳ ପେଟର ଚର୍ବିକୁ ହ୍ରାସ କରିବ ନାହିଁ ବରଂ ଫୁସଫୁସ ଓ ଯକୃତକୁ ମଧ୍ୟ ସୁସ୍ଥ ରଖିବ ।

କମଳା- ଗାଜର ଡିଟକ୍ସ ଡ୍ରିଙ୍କ୍

ଏହାକୁ ପ୍ରସ୍ତୁତ କରିବା ପାଇଁ କମଳା ଓ ଗାଜରର ରସ ବାହାର କରନ୍ତୁ । ରସକୁ ଏକ ବ୍ଲେଣ୍ଡରରେ ୩୦ ସେକେଣ୍ଡ ବ୍ଲେଣ୍ଡ କରନ୍ତୁ । ପରେ ଏଥିରେ ଅଧା ଲେମ୍ବୁ ରସ ମିଶାଇ ପିଅନ୍ତୁ ।

ଲେମ୍ବୁ- ପୁଦିନା ଡିଟକ୍ସ ଡ୍ରିଙ୍କ୍

ଲେମ୍ବୁ ଓ ପୁଦିନା ଆୟୁର୍ବେଦିକ ଗୁଣରେ ପରିପୂର୍ଣ୍ଣ । ଏହା କେବଳ ପେଟର ଚର୍ବିକୁ ହ୍ରାସ କରେ ନାହିଁ ବରଂ ପେଟ ଜନିତ ସମସ୍ୟାରୁ ମଧ୍ୟ ଦୂରେଇ ରଖେ । କିଛି ବରଫ ଖଣ୍ଡ ସହିତ ଏକ ବ୍ଲେଣ୍ଡରରେ ସମସ୍ତ ଉପାଦାନକୁ ବ୍ଲେଣ୍ଡ କରନ୍ତୁ ଓ ଥଣ୍ଡା ଥଣ୍ଡା ଥିବା ସମୟରେ ଏହାକୁ ପିଅନ୍ତୁ ।

ଡାଲଚିନି ଡିଟକ୍ସ ଡ୍ରିଙ୍କ୍

ଡାଲଚିନି ଓଜନ ହ୍ରାସ ପାଇଁ ବ୍ୟବହୃତ ହୁଏ । ଆପଣ ଏହାକୁ ଡିଟକ୍ସ ପାନୀୟରେ ମଧ୍ୟ ବ୍ୟବହାର କରିପାରିବେ । ଡାଲଚିନି ପାନ କରିବା ଦ୍ୱାରା ମେଟାବୋଲିଜିମ୍ ମଜବୁତ ହୁଏ ଓ ଚର୍ବି ବର୍ଣ୍ଣ କରିବାରେ ସାହାଯ୍ୟ କରେ । ଯଦି ଆପଣ ପେଟର ଚର୍ବି ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଡାଲଚିନି ବ୍ୟବହାର କରନ୍ତୁ । ଏକ ପାତ୍ରରେ ଉଷୁମ ପାଣି ନିଅନ୍ତୁ ଓ ଏଥିରେ ଏକ ଡାଲଚିନି ପାଉଡର ମିଶାନ୍ତୁ । ବର୍ତ୍ତମାନ ଶୋଇବା ସମୟରେ ଏହି ଡିଟକ୍ସ ଡ୍ରିଙ୍କ୍ ପିଅନ୍ତୁ ।
Published by: Lipina Das
First published: November 11, 2021, 10:34 AM IST