Hathras Case: ପୋଷ୍ଟମର୍ଟମ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା; ଦବା ଯାଇଥିଲା ଗଳା, ସର୍ଭାଇକଲ୍ ସ୍ପାଇନ୍ ଭାଙ୍ଗିବାରୁ ମୃତ୍ୟୁ

Hathras Case: ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ଯେ ଗଳା ଦବା ଯାଇଥିବା ଯୋଗୁଁ ସର୍ଭାଇକଲ୍ ସ୍ପାଇନ୍ ଭାଙ୍ଗି ଯାଇଥିଲା, ଯାହା ମୃତ୍ୟୁର ମୁଖ୍ୟ କାରଣ ପାଲଟିଥିଲା । ଏହାପୂର୍ବରୁ ଆଲିଗଡ଼ର ଜେଏନ ମେଡିକାଲ କଲେଜ ରିପୋର୍ଟରେ ବେକ ହାଡ଼ ଭାଙ୍ଗିବା କଥା କହିଥିଲେ ।

Hathras Case: ପୋଷ୍ଟମର୍ଟମ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା; ଦବା ଯାଇଥିଲା ଗଳା, ସର୍ଭାଇକଲ୍ ସ୍ପାଇନ୍ ଭାଙ୍ଗିବାରୁ ମୃତ୍ୟୁ
ହାଥରସ୍ ଘଟଣାର ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି
  • News18 Odia
  • Last Updated: October 1, 2020, 3:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ହାଥରସ୍: ଉତ୍ତର ପ୍ରଦେଶରେ ହାଥରସ୍ ଘଟଣାର ପୋଷ୍ଟମର୍ଟମ ରିପୋର୍ଟ (Postmortem Report) ସାମ୍ନାକୁ ଆସିଛି । ସଫଦରଜଙ୍ଗ ହସ୍ପିଟାଲର (Safdarjung Hospital) ଡାକ୍ତରଙ୍କ ପ୍ୟାନେଲ ଦ୍ୱାରା କରାଯାଇଥିବା ପୋଷ୍ଟମର୍ଟମରେ କୁହାଯାଇଛି ଯେ ମହିଳାଙ୍କର ମୃତ୍ୟୁ ବେକର ହାଡ ଭାଙ୍ଗିବା ଯୋଗୁଁ ଘଟିଛି । ରିପୋର୍ଟରେ ଦର୍ଶାଯାଇଛି ଯେ ବାରମ୍ବାର ଗଳା ଦବାଇବା ଯୋଗୁଁ ହାଡ ଭାଙ୍ଗି ଯାଇଥିଲା । ବେକରେ ଆଘାତର ଚିହ୍ନ ମଧ୍ୟ ମିଳିଛି । ତେବେ ରିପୋର୍ଟରେ ବଳାତ୍କାର ବିଷୟରେ ଉଲ୍ଲେଖ କରାଯାଇ ନାହିଁ ।

ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ଯେ ଗଳା ଦବେଇବା ଜୋଗୁ ସର୍ଭାଇକଲ୍ ସ୍ପାଇନ୍ ଭାଙ୍ଗି ଯାଇଥିଲା ଓ ଏହା ମୃତ୍ୟୁର ମୁଖ୍ୟ କାରଣ ହୋଇଥିଲା । ଏହାପୂର୍ବରୁ ଆଲିଗଡର ଜେଏନ ଜେଏନ ମେଡିକାଲ କଲେଜ ରିପୋର୍ଟରେ ବେକ ହାଡ ଭାଙ୍ଗିବା କଥା କୁହାଯାଇଥିଲା । ଡାକ୍ତରୀ ରିପୋର୍ଟରେ କୁହାଯାଇଥିଲା ଯେ ସର୍ଭାଇକଲ୍ ସ୍ପାଇନର ଲିଗାମେଣ୍ଟ ଭାଙ୍ଗି ଯାଇଥିଲା । ଡାକ୍ତରୀ ରିପୋର୍ଟରେ ବଳାତ୍କାର ମାମଲାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।



ପୋଷ୍ଟମର୍ଟମ ରିପୋର୍ଟ


ମୃତ୍ୟୁ ପୂର୍ବରୁ ପୀଡ଼ିତାଙ୍କ ଭିଡିଓ ଭାଇରାଲ
ପୀଡିତା ଜଣକ ମୃତ୍ୟୁ ପୂର୍ବରୁ ଦେଇଥିବା ବିବୃତ୍ତିରେ କହିଥିଲେ ଯେ ତାଙ୍କର ବଳାତ୍କାର ହୋଇଛି । ଏହା ପରେ ଦୁପାଟ୍ଟା ସହିତ ତାଙ୍କ ଗଳାକୁ ଦବା ଯାଇଥିଲା କିନ୍ତୁ ସେ ଚିଲେଇବା ଶୁଣି ତାଙ୍କ ମାଆ ପହଞ୍ଚିବା ପରେ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ । ଏହି ସମୟରେ ପୀଡିତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି ଯେଉଁଥିରେ ସେ କହିଛନ୍ତି ଯେ ଅଭିଯୁକ୍ତ ତାଙ୍କୁ ପୂର୍ବରୁ ମଧ୍ୟ ବଳାତ୍କାର କରିବାକୁ ଚେଷ୍ଟା କରିଥିଲା କିନ୍ତୁ ସେତେବେଳେ ସେ ତାଙ୍କ କବଳରୁ ରକ୍ଷା ପାଇବାରେ ସଫଳ ହୋଇଥିଲା । ତେବେ ୧୪ ସେପ୍ଟେମ୍ବରରେ ଏହା ଘଟି ନଥିଲା । ଅଭିଯୁକ୍ତ ସନ୍ଦୀପ ଓ ରବି ତାଙ୍କୁ ବଳାତ୍କାର କରିଥିଲେ । ସେହି ସମୟରେ ରାମକୁମାର ଓ ଲାଭକୁଶ ମଧ୍ୟ ଉପସ୍ଥିତ ଥିଲେ । ବଳତ୍କାର ହେବାର ୧୫ ଦିନ ପରେ ୨୯ ସେପ୍ଟେମ୍ବରରେ ପୀଡିତା ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲେ । ଏହି ମାମଲାର ଚାରିଜଣ ଅଭିଯୁକ୍ତ ଜେଲରେ ଅଛନ୍ତି ।

SIT କରୁଛି ମାମଲାର ଯାଞ୍ଚ
ପୀଡିତାଙ୍କ ମୃତ୍ୟୁ ପରେ ଜନ ଅସନ୍ତୋଷ ଦେଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତିନିଜଣିଆ ଏସଆଇଟି ଗଠନ କରିଛନ୍ତି, ଯିଏ ତାଙ୍କର ଯାଞ୍ଚ ରିପୋର୍ଟ ଦାଖଲ କରିବେ । ଏଥିସହ ଫାଷ୍ଟ ଟ୍ରାକ୍ କୋର୍ଟରେ ପୁରା ମାମଲା ଶୁଣାଣି କରଯାଇ ଅଭିଯୁକ୍ତଙ୍କୁ ଯଥା ଶୀଘ୍ର ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Published by: Jagdish Barik
First published: October 1, 2020, 2:56 PM IST
corona virus btn
corona virus btn
Loading