Hathras Case: ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷର ସହାୟତା; ଜଣେ ସଦସ୍ୟ ଚାକିରି ଓ ସହରର ଘର ଦେବାକୁ ଘୋଷଣା

Hathras Case: ମୁଖ୍ୟ ମନ୍ତ୍ରୀ ସିଏମ୍ ଯୋଗୀ ଆଦିତ୍ୟନାଥ (CM Yogi Adityanath) ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ସହିତ ଜୁନିୟର ଆସିଷ୍ଟାଣ୍ଟ ପଦରେ ଜଣେ ସଦସ୍ୟ ଚାକିରୀ ଦେବାକୁ ଘୋଷଣା କରିଛନ୍ତି ।

Hathras Case: ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷର ସହାୟତା; ଜଣେ ସଦସ୍ୟ ଚାକିରି ଓ ସହରର ଘର ଦେବାକୁ ଘୋଷଣା
ହାଥରସର ପୀଡ଼ିତାଙ୍କ ପିତାଙ୍କ ସହ କଥା ହେବା ସମୟରେ ସିଏମ୍ ଯୋଗୀ ଆଦିତ୍ୟନାଥ (ଫଟୋ: ନିଉଜ ୧୮)
  • News18 Odia
  • Last Updated: October 1, 2020, 9:50 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ହାଥରସ: ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (CM Yogi Adityanath) ହାଥରସ ପୀଡ଼ିତା ପିତାଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି ଓ ଏହି ଘଟଣାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି । ଏହା ସହିତ ସେ ପରିବାର ପାଇଁ ବଡ଼ ଘୋଷଣା ମଧ୍ୟ କରିଛନ୍ତି । ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବା ସହିତ ଜଣେ ସଦସ୍ୟଙ୍କୁ ଜୁନିଅର ଆସିଷ୍ଟାଣ୍ଟ ଭାବରେ ଚାକିରି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ବ୍ୟତୀତ ପରିବାରକୁ SUDA ଯୋଜନା ଅନ୍ତର୍ଗତ ହାଥରସ ସହରରେ ଏକ ଘର ବଣ୍ଟନ କରାଯିବ । ଏହା ବ୍ୟତୀତ ଫାଷ୍ଟ ଟ୍ରାକ କୋର୍ଟରେ ଶୁଣାଣି ପାଇଁ ସିଏମ ଅନୁମତି ଦେଇଛନ୍ତି ଓ ଏହି ଘଟଣାର ତଦନ୍ତ ପାଇଁ ଏସଆଇଟିର ୩ ଜଣ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି ।

ମୁଖ୍ୟ ମନ୍ତ୍ରୀଙ୍କ ସହ କଥା ହେବା ପରେ ମୃତକଙ୍କ ପିତା ସନ୍ତୁଷ୍ଟ ଥିବା ଜଣାପଡିଛି । ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ 'ମୁଖ୍ୟ ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିବ ଓ ପ୍ରଶାସନ କୌଣସି ପ୍ରକାର ଅବହେଳା କରିବ ନାହିଁ । ଆମେ କେବଳ ନ୍ୟାୟ ଚାହୁଁଛୁ ।'

ୟୁପି ସରକାରଙ୍କୁ NHRCର ନୋଟିସ୍
ହାଥରସ ଘଟଣାରେ ଜାତୀୟ ମାନବ ଅଧିକାର ଆୟୋଗ ୟୁପି ସରକାରଙ୍କୁ ନୋଟିସ ପଠାଇ ଏହାର ଜବାବ ମାଗିଛନ୍ତି । ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ହାତରସ ଘଟଣାରେ ନୋଟିସ ଜାରି କରି ଏହାର ଉତ୍ତର ୪ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି । ଏହା ବ୍ୟତୀତ ଜାତୀୟ ମହିଳା ଆୟୋଗ ମଧ୍ୟ ନୋଟିସ୍ ଜାରି କରି ଏହାର ଜବାବ ମାଗିଥିଲେ ।

ସୋନିଆ ଗାନ୍ଧୀଙ୍କ ଏହି ଅଭିଯୋଗ
ଉଲ୍ଲେଖନୀୟ କଥା ହେଉଛି ଉତ୍ତର ପ୍ରଦେଶର ହାଥରସରେ ଜଣେ ଦଲିତ ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ପରେ ସାରା ଦେଶରେ ତାତିଥିବା ଦେଖିବାକୁ ମିଳୁଛି । ଗୋଟିଏ ପଟେ ଲୋକମାନେ ସୋସିଆଲ ମିଡିଆରେ ଏହି ଘଟଣାରେ ନିଜର ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ଓ ଅନ୍ୟପକ୍ଷରେ ବିରୋଧୀ ଦଳ ଯୋଗୀ ସରକାରଙ୍କ ଉପରେ କ୍ରମାଗତ ଭାବେ ଘେରିଛନ୍ତି । ଏହି ସମୟରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ''ହାଥରସ ଘଟଣାରେ ଦେଶର କୋଟି କୋଟି ଲୋକ ଦୁଃଖିତ ଓ କ୍ରୋଧିତ ଅଛନ୍ତି । ହାଥରସରେ ନିରୀହ ଝିଅ ସହିତ ଘଟିଥିବା ନିଷ୍ଠୁରତା ସମାଜ ପାଇଁ ଏକ କଳଙ୍କ ଅଟେ । ସପ୍ତାହେ ହେଲା ପୀଡିତାଙ୍କ ପରିବାରର ଡାକରାକୁ ୟୁପି ସରକାର ଶୁଣିନଥିଲେ । ମାମଲାକୁ ଦମନ କରିବାକୁ ଚେଷ୍ଟା କରାଯାଇଥିଲା ଓ ଚିକିତ୍ସା ଠିକ୍ ସମୟରେ ଗ୍ରହଣ କରାଯାଇ ନଥିଲା । ହାଥରସରେ ନିର୍ଭୟାଙ୍କ ମୃତ୍ୟୁ ହୋଇନାହିଁ ବରଂ ତାଙ୍କୁ ଏକ ନିର୍ଦ୍ଦୟ ସରକାରଙ୍କ ପ୍ରଶାସନ ଦ୍ୱାରା ହତ୍ୟା କରାଯାଇଥିଲା । ସେ ଜୀବିତ ଥିବାବେଳେ ତାଙ୍କୁ ଶୁଣାଯାଇ ନଥିଲା, ତାଙ୍କୁ ସୁରକ୍ଷା ଦିଆଯାଇ ନଥିଲା । ଯେତେବେଳେ ସେ ମରିଗଲେ ତାଙ୍କୁ ଘରର ମାଟି ଓ ହଳଦୀର ସୌଭାଗ୍ୟ ମିଳି ନଥିଲା । କାନ୍ଦୁଥିବା ମା'ଙ୍କୁ ତାଙ୍କ ଝିଅଙ୍କୁ ଶେଷ ଥର ପାଇଁ ବିଦାୟ ଦେବାକୁ ଦେଇ ନଥିଲେ । ନାବାଳିକାଟିକୁ ଅନାଥ ପରି ପୋଡି ଦିଆ ଯାଇଥିଲା । ସରକାର ଅନୁଭବ କରୁଛନ୍ତି ଯେ ସେ ଯାହା ଚାହାଁନ୍ତି ତାହା କରିବେ ଓ ଦେଶ ଦେଖି ଚୁପ ରହିଯିବ । ଦେଶ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠାଇବ । କଂଗ୍ରେସ ପୀଡିତାଙ୍କ ନ୍ୟାୟ ଦାବି ସହିତ ପରିବାର ସହିତ ଠିଆ ହୋଇଛି ।"
Published by: Jagdish Barik
First published: October 1, 2020, 9:50 AM IST
corona virus btn
corona virus btn
Loading