Hathras Rape Case: ନାବାଳିକାକୁ ବଳାତ୍କାର ପରେ ହତ୍ୟା କରିଥିବା ଯୁବକକୁ ମୃତ୍ୟୁ ଦଣ୍ଡ ମିଳିଲା

Hathras rape case accused gets death sentence | ନାବାଳିକା ଝିଅଟି ଘରେ ଏକୁଟିଆ ଥିବା ବେଳେ ଅଭିଯୁକ୍ତ ମୋନୁ ଠାକୁର କିଛି ବନ୍ଧୁମାନଙ୍କ ସହିତ ମିଶି ସେଇଠି ପହଞ୍ଚିଥିଲା ଓ ତା’ ସହ ବଳାତ୍କାର କରିଥିଲା । ଝିଅଟି ବିରୋଧ କରିଥିବାରୁ ମୋନୁ ତା’ ଉପରେ କିରୋସିନ ଢାଳି ତାକୁ ଜୀଅନ୍ତା ଜଳେଇ ଦେଇଥିଲା ।

ଅଭିଯୁକ୍ତ ମୋନୁ ଠାକୁର

ଅଭିଯୁକ୍ତ ମୋନୁ ଠାକୁର

  • News18 Odia
  • Last Updated :
  • Share this:
News18 Odia Digital

ହାଥରସ୍ଦୁଇ ବର୍ଷ ପୂର୍ବେ ଉତ୍ତର ପ୍ରଦେଶର ହାଥରସରେ ଜଣେ ନାବାଳିକାକୁ ବଳାତ୍କାର କରି ହତ୍ୟା କରିଥିବା ଅଭିଯୁକ୍ତ ମୋନୁ ଠାକୁରକୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି (Hathras rape murder case verdict)। ଏହା ସହିତ ହାଥରସ କୋର୍ଟର ସ୍ୱତନ୍ତ୍ର ବିଚାରପତି ପୋକ୍ସୋ ଅଭିଯୁକ୍ତ ଉପରେ ୫୦ ହଜାର ଟଙ୍କା ଜୋରିମାନା ବି ଲଗାଇଛନ୍ତି । ୨୦୧୯ରେ ନାବାଳିକାକୁ ବଳାତ୍କାର କରିବା ପରେ ଅଭିଯୁକ୍ତ ମୋନୁ ଠାକୁର ତା’ ଉପରେ କିରୋସିନି ଢାଳି ଜୀବନ୍ତ ଦଗ୍ଧ କରିଥିଲା ।

ପରେ ଚିକିତ୍ସା ସମୟରେ ଝିଅଟିର ମୃତ୍ୟୁ ହୋଇଥିଲା । ପୀଡିତା ଡାକ୍ତରଖାନାରେ ଦେଇଥିବା ବିବୃତ୍ତି ଆଧାରରେ କୋର୍ଟ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ଦେଇଛନ୍ତି । ୧୬ ଏପ୍ରିଲ ୨୦୧୯ରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଜେଲକୁ ପଠାଇଥିଲା। ଏହି ବଳାତ୍କାର-ହତ୍ୟା ମାମଲା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା ।

 ଏହା ବି ପଢ଼ନ୍ତୁ | ବନ ବିଭାଗ ଅଧିକାରୀ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ: ପତ୍ନୀ ବିଦ୍ୟାଭାରତୀଙ୍କ ମିଛଧରା ପରୀକ୍ଷା ହେଲା; ଅଢ଼େଇ ଘଣ୍ଟା ଧରି ଚାଲିଲା

ଏହି ଜଘନ୍ୟ କାଣ୍ଡ ନାବାଳିକାର ଘର ଭିତରେ ହିଁ ଘଟିଥିଲା । ସେହି ସମୟରେ ଝିଅଟି ଘରେ ଏକୁଟିଆ ଥିଲା । ପୋଲିସର ତଦନ୍ତ ଅନୁସାରେ ଅଭିଯୁକ୍ତ ମୋନୁ ଠାକୁର ନିଜର କିଛି ବନ୍ଧୁମାନଙ୍କ ସହିତ ମିଶି ନାବାଳିକାର ଘର ଉପରେ ଆକ୍ରମଣ କରିଥିଲା । ସେଇଠି ତା’ ସହ ସେ ବଳାତ୍କାର କରିଥିଲା । ଝିଅଟି ବଳାତ୍କାରର ବିରୋଧ କରିଥିବାରୁ ମୋନୁ ତା’ ଉପରେ କିରୋସିନ ଢାଳି ତାକୁ ଜୀଅନ୍ତା ଜଳେଇ ଦେଇଥିଲା ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବୀମା ଆଜେଣ୍ଟ୍ ପରିଚୟ ଦେଇ ସୁନା ଟଙ୍କା ଲୁଟିଥିଲେ ଏହି ମହିଳା, ଧରା ପଡ଼ିଲେ

ଝିଅଟିର ପରିବାର ଘରକୁ ଫେରି ତାକୁ ଗୁରୁତର ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ ଓ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଇଠି ଝିଅଟି ନିଜ ବୟାନରେ ଅଭିଯୁକ୍ତର ପରିଚୟ କହିଥିଲା ଓ ତା’ ସହ କ’ଣ ଘଟିଥିଲା ତାହା ବି କହିଥିଲା । ଚିକିତ୍ସା ସମୟରେ ଝିଅଟିର ମୃତ୍ୟୁ ହୋଇଥିଲା ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ରେ ଭାସି ନିଖୋଜ ହୋଇଥିବା ସ୍କୁଲ୍ଛାତ୍ରଙ୍କ ମୃ୍ତ ଦେହ ମିଳିଲା

ପୀଡ଼ିତା ଝିଅଟିର ବାପା ପୋଲିସ ନିକଟରେ ଏକ ମାମଲା ଦାୟର କରିଥିଲେ । ତା’ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ମୋନୁ ଠାକୁରକୁ ଗିରଫ କରିଥିଲା । ପୋକସୋ ଆଇନ୍‌ ଅନୁଯାୟୀ ହାଥରସ ଜିଲ୍ଲାରେ ଏହା ହେଉଛି ପ୍ରଥମ ମାମଲା ଯେଉଁଥିରେ କୋର୍ଟ କୌଣସି ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | ଚାନ୍ଦିପୁର ITRରେ ଗୁପ୍ତଚର: -ଦିନିଆ ରିମାଣ୍ଡରେ ଅଭିଯୁକ୍ତଙ୍କୁ କଟକ ଆଣିଲା କ୍ରାଇମ୍ବ୍ରାଞ୍ଚ୍

କୋର୍ଟ ଏହି ମାମଲାର ଶୀଘ୍ର ଶୁଣାଣି କରିଥିଲେ । ଦୁଇ ବର୍ଷ ମଧ୍ୟରେ ସବୁ ସାକ୍ଷ୍ୟ ଗ୍ରହଣ କରିବା ସହିତ କୋର୍ଟ ଏବେ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ଦେଇଛନ୍ତି ।
Published by:Anand S.T. Das
First published: