ହାଥରସ୍ ମାମଲା: ‘‘ଯେଉଁ ମୃତ ଦେହ ପୋଲିସ ପୋଡ଼ିଲା ତାହା ଆମ ଝିଅର ନ ଥିଲା,’’ କହିଲା ପରିବାର

କଥିତ ଦୁଷ୍କର୍ମ ପରେ ହୋଇଥିବା ନିର୍ମମ ଆକ୍ରମଣରେ ପ୍ରାଣ ହରାଇଥିବା ୧୯ ବର୍ଷୀୟା ଝିଅଟିର ପରିବାର କହିଛି ଯେ ସେମାନଙ୍କୁ SIT ବା CBI ତଦନ୍ତ ଉପରେ ଭରସା ନାହିଁ । ସୁପ୍ରିମ କୋର୍ଟ ତତ୍ତ୍ୱାବଧାନରେ ତଦନ୍ତ ହେଉ ବୋଲି ସେମାନେ ଚାହୁଁଛନ୍ତି ।

ଶବ ଦାହ ପୂର୍ବରୁ ପରିବାରକୁ ଶବ ଦେଖାଇ ନ ଥିଲା ଉତ୍ତର ପ୍ରଦେଶ ପୋଲିସ ।

ଶବ ଦାହ ପୂର୍ବରୁ ପରିବାରକୁ ଶବ ଦେଖାଇ ନ ଥିଲା ଉତ୍ତର ପ୍ରଦେଶ ପୋଲିସ ।

  • Share this:
News18 Odia Digital

ନୂଆ ଦିଲ୍ଲୀ / ହାଥରସ୍: ଉତ୍ତର ପ୍ରଦେଶର ହାଥରସରେ (Hathras) ବଳାତ୍କାର ପୀଡ଼ିତାଙ୍କ ପରିବାର ଏହି ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଉପରେ ଅଭିଯୁକ୍ତଙ୍କ ସହ ସଂଲିପ୍ତ ଥିବା ଅଭିଯୋଗ କରିଛନ୍ତି ଓ ଏହି ଘଟଣାର ତଦନ୍ତ ସୁପ୍ରିମ କୋର୍ଟଙ୍କ ତତ୍ତ୍ୱାବଧାନରେ କରାଇବାକୁ ଦାବି କରିଛନ୍ତି ।

ମୃତ ୧୯ ବର୍ଷ ବୟସ୍କା ଯୁବତୀଙ୍କ ମା’ କହିଛନ୍ତି ଯେ ତାଙ୍କ ମୃତ୍ୟୁ ପରେ ପୋଲିସ ପରିବାରକୁ ମୃତ ଦେହ ଦେଇ ନାହିଁ। ସେ ସୁପ୍ରିମ କୋର୍ଟର ଜଣେ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଯାଉ ବୋଲି ଦାବି କରି କହିଛନ୍ତି ଯେ ତାଙ୍କ ପରିବାର ଏସଆଇଟି ବା ସିବିଆଇ ଉପରେ ବିଶ୍ୱାସ କରେ ନାହିଁ (Hathras rape murder)।

‘‘ମୁଁ ବହୁତ ନେହୁରା ହେବା ପରେ ବି ସେମାନେ ମୋତେ ମୋ’ ଝିଅର ଶବ ଦେଖିବାକୁ ଦେଇ ନ ଥିଲେ । ଆମେ ସିବିଆଇ ତଦନ୍ତ ଚାହୁଁନାହୁଁ । ଆମେ ଚାହୁଁ ଯେ ଏହି ମାମଲାର ତଦନ୍ତ ସୁପ୍ରିମ କୋର୍ଟର (Supreme Court) ଜଣେ ବିଚାରପତିଙ୍କ ତତ୍ତ୍ୱାବଧାନରେ ହେଉ । ଆମର କାହିଁକି ନାର୍କୋ ପରୀକ୍ଷା ହେବ? ଆମେ ତ କେବେ ନିଜ ବୟାନ ବଦଳାଇନାହୁଁ,’’ କହିଛନ୍ତି ମୃତ ଯୁବତୀର ମା’ ।

ପୀଡ଼ିତାର ଶବ ଦାହ ପୋଲିସ ଦ୍ୱାରା କରାଯିବାର ଦୁଇ ଦିନ ପରେ ହାଥରସ ଜିଲ୍ଲା ପ୍ରଶାସନ ଶନିବାର ସକାଳେ ପୀଡ଼ିତାଙ୍କ ଗାଁରେ ଗଣମାଧ୍ୟମକୁ ପ୍ରବେଶ କରିବାକୁ ଅନୁମତି ଦେଇଛି ।

'ସେଦିନ ରାତିରେ କାହାର ଶବ ପୋଡ଼ାଗଲା?'

ଗଣମାଧ୍ୟମ ସହ କଥାବାର୍ତ୍ତା କରି ମୃତା ଯୁବତୀଙ୍କ ଭାଉଜ କହିଛନ୍ତି, ‘‘ପ୍ରଥମେ ପୋଲିସ ସ୍ପଷ୍ଟ କରୁ ଯେ ସେଦିନ ରାତିରେ କାହାର ମୃତ ଦେହକୁ ସେମାନେ ପୋଡ଼ିଥିଲେ । ତାହା ଆମ ଝିଅର ଶରୀର ନ ଥିଲା । ଆମେ ତ ତାକୁ ଦେଖି ନ ଥିଲୁ । ଆମର ନାର୍କୋ ପରୀକ୍ଷା କାହିଁକି ହେବ? ଆମେ ତ ସତ କହୁଛୁ । ଆମେ ନ୍ୟାୟ ମାଗୁଛୁ । ଡିଏମ୍ ଓ ଏସ୍‌.ପି.ଙ୍କର ନାର୍କୋ ପରୀକ୍ଷା ହେବା ଉଚିତ୍ | ସେମାନେ ମିଛ କହୁଛନ୍ତି ।’’

ମୃତ ଦେହକୁ ଦାହ କରିବା ସମୟରେ ସେଠାରେ ପରିବାର ଉପସ୍ଥିତ ଥିବା ଖବରକୁ ଖଣ୍ଡନ କରି ଭାଉଜ କହିଛନ୍ତି, ‘‘୨୦୦୬ ମସିହାରେ ଆମ ଝିଅର ଜେଜେବାପାଙ୍କ ମୃତ୍ୟୁ ହୋଇଥିଲା । ତେଣୁ ଶବ ଦାହ ସମୟରେ ସେ ଉପସ୍ଥିତ ଥିଲେ ବୋଲି କେହି କିପରି ଦାବି କରିଛି?’’

ଏହା ବି ପଢ଼ନ୍ତୁ | ଓଡ଼ିଶାରେ କରୋନା ଯୋଗୁଁ ଆଖି ବୁଜିଲେ ଆଉ ୧୭ ଆକ୍ରାନ୍ତ; ପୁଣି ୩,୦୫୩ ନୂଆ ପଜିଟିଭ୍ ଚିହ୍ନଟ ହେଲେ

ଏହା ବି ପଢ଼ନ୍ତୁ ଏହି BJP ନେତା କହିଥିଲେ ତାଙ୍କୁ କରୋନା ହେଲେ ସେ ମମତାଙ୍କୁ ଆଲିଙ୍ଗନ କରିବେ; କରୋନା ହେଲା

‘‘ଗତ କାଲି (ଶୁକ୍ରବାର) SIT ଆମ ଘରକୁ ଆସି ନ ଥିଲା । ସେମାନେ ଗୁରୁବାର ଦିନ ଆସିଥିଲେ, ସକାଳ ୯ଟାରୁ ଦିନ ଅଢ଼େଇଟା ପର୍ଯ୍ୟନ୍ତ ଏଇଠି ଥିଲେ । ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି ଯେ ଠିଅର ମୃତ୍ୟୁ କରୋନା ଭାଇରସ୍ କାରଣରୁ ହୋଇଛି… ଆମକୁ ଗଣମାଧ୍ୟମ ସହ କଥା ହେବା ଓ ବାହାରକୁ ଯିବାରୁ କାହିଁକି ବାରଣ କରାଯାଉଛି? ଆମ ଝିଅର ଶରୀର କାହିଁକି ଆମକୁ ଦେଖାଗଲା ନାହିଁ? ଆମେ SIT ଉପରେ ବିଶ୍ୱାସ କରୁନାହୁଁ କାରଣ ସେମାନେ ପ୍ରଶାସନ ସହିତ ମିଶି କାମ କରୁଛନ୍ତି,’’ କହିଛନ୍ତି ମୃତା ଯୁବତୀର ଭାଉଜ ।



ଏକ ରାଜନୈତିକ ଦଳର ନେତାଙ୍କ ସହ ପୀଡ଼ିତାଙ୍କ ପରିବାରର ବାର୍ତ୍ତାଳାପର ଟେପ୍ ବିଷୟରେ ସେ କହିଛନ୍ତି, ‘‘ଆମ ପରିବାରର କେହି କୌଣସି ରାଜନୈତିକ ନେତାଙ୍କ ସହ କଥା ହୋଇନାହାଁନ୍ତି । ରାଜନୈତିକ ଦଳର ନେତାମାନେ ଏଠାକୁ ଆସିବା ଆମ ପାଇଁ ଭଲ ନୁହେଁ ବୋଲି ମୁଁ ଭାବୁଛି । ଆମେ ଆମ ଝିଅ ପାଇଁ ନ୍ୟାୟ ଚାହୁଁଛୁ ।’’
Published by:Anand Shankar Thankur Das
First published: