ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି ଦେଖାଦେଇପାରେ: ଗେହଲଟ

ଦେଶରେ ଜାତି ଓ ଧର୍ମ ନାମରେ ଘୃଣା ବ୍ୟାପିଛି ଓ ଯଦି ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରା ନ ଯାଏ ତେବେ ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି ଉପୁଜିପାରେ: ରାଜସ୍ଥାନ ମୁଖ୍ଯମନ୍ତ୍ରୀ

ଅଶୋକ ଗେହଲଟ (ପ୍ରତୀକାତ୍ମକ ଛବି)

ଅଶୋକ ଗେହଲଟ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବୁଧବାର କେନ୍ଦ୍ର ସରକାର ଓ ଭାରତୀୟ ଜନତା ଦଳକୁ ଟାର୍ଗେଟ କରି କହିଛନ୍ତି ଯେ ଦେଶରେ ଜାତି ଓ ଧର୍ମ ନାମରେ ଘୃଣା ବ୍ୟାପିଛି ଓ ଯଦି ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରା ନ ଯାଏ ତେବେ ଦେଶ ଗୃହଯୁଦ୍ଧ ଭଳି ସ୍ଥିତି ଉପୁଜିପାରେ।

କଂଗ୍ରେସର 'ଭାରତ ଯୋଡ' ଯାତ୍ରା ଆରମ୍ଭ ପୂର୍ବରୁ ସେ ସାମ୍ବାଦିକମାନଙ୍କୁ ମଧ୍ୟ କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବୁଦ୍ଧି ଆସୁ ଓ ପରିସ୍ଥିତିକୁ ବୁଝନ୍ତୁ।

କଂଗ୍ରେସର ବରିଷ୍ଠ ନେତା ଗେହଲଟ୍ ଏହା ମଧ୍ୟ କହିଛନ୍ତି ଯେ ଦଳର ସମସ୍ତଙ୍କ ସମାନ ଭାବନା ରହିଛି ଯେ ରାହୁଲ ଗାନ୍ଧି ପୁଣି ଥରେ ଦଳର ଆଭିମୁଖ୍ୟ ଗ୍ରହଣ କରିବା ଉଚିତ୍। ରାହୁଲ ଅଧ୍ୟକ୍ଷ ହେବ ସହିତ କଂଗ୍ରେସ ମଜବୁତ ହେବ ଓ ସମସ୍ତେ ଏକାଠି କାମ କରିବେ ଇ ଦେଶ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା କରିବା ମଧ୍ୟ ସହଜ ହେବ।

ଗେହଲଟ୍ କହିଛନ୍ତି, 'ପ୍ରେମ, ଭାଇଚାରା ଏବଂ ସୌହାର୍ଦ୍ଦ୍ୟ ରହିବା ଉଚିତ ଓ ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆବେଦନ କରିବାକୁ ଆମେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛୁ।  କିନ୍ତୁ ସେ ତାହା କଲେ ନାହିଁ।
Published by:Soumya Das
First published: